Jump to content

ମହାଦେବ ଆୟାର ଗଣପତି

ଉଇକିପିଡ଼ିଆ‌ରୁ


ମହାଦେବ ଆୟାର ଗଣପତି (୧୯୦୩–୧୯୭୬)[][] ଜଣେ ଇଞ୍ଜିନିୟର ଓ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ,[] ମୂମ୍ବାଇର ଚର୍ଚ୍ଚଗେଟ ରେଳ ଷ୍ଟେସନ ଏବଂ ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା ଭଳି ଅନୁଷ୍ଠାନ ତାଙ୍କରି ନେତୃତ୍ୱରେ ତିଆରି ହୋଇପାରିଛି । ପଦ୍ମ ପୁରସ୍କାର ପ୍ରଚଳନର ପ୍ରଥମ ବର୍ଷରେ ହିଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ ।[] ୧୯୭୩-୭୪ ବର୍ଷରେ ସେ ଇନଷ୍ଟିଚିଉଟ ଅଫ୍ ଇଞ୍ଜିନିୟରସର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[]

ମହାଦେବ ଆୟାରଙ୍କଦ୍ୱାରା କରାଯାଇଥିବା ମୁଖ୍ୟ କାମ :

  • ରାଉରକେଲା ଷ୍ଟିଲ ପ୍ଲାଣ୍ଟ[]
  • କାଣ୍ଡଲା ବନ୍ଦର[]
  • ବାରଣାସୀର ମାଲବ୍ୟ ସେତୁ[][]
  • ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା,[୧୦]
  • ପେରମ୍ବୁର ରେଳ ଡବା କାରଖାନା[୧୦]
  • କଲିକତାର ବିବେକାନନ୍ଦ ସେତୁ
  • ଚର୍ଚ୍ଚଗେଟ ରେଳ ଷ୍ଟେସନ ଓ ପଶ୍ଚିମ ରେଳବାୟିର ଅନ୍ୟାନ୍ୟ କାମ[୧୧][୧୨]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ରାଓ ବାହାଦୂର, ୧୯୪୬
  • ରେଲୱେ ବୋର୍ଡ ସ୍ୱର୍ଣ୍ଣ ପଦକ, ୧୯୫୦.
  • ଇନଷ୍ଟିଚିଉଟ ଅଫ୍ ଇଞ୍ଜିନିୟରସ ତରଫରୁ ଭାଇସରାୟ ସମ୍ମାନ, ୧୯୫୩.
  • ପଦ୍ମଭୂଷଣ (୧୯୫୪)