ଚିନ୍ତାମଣି ମହାନ୍ତି
କବିଶେଖର ଚିନ୍ତାମଣି ମହାନ୍ତି | |
---|---|
ଜନ୍ମ | ଅସ୍ତଳ, ଭଦ୍ରକ ଜିଲ୍ଲା, ଓଡ଼ିଶା | ୧୬ ମାର୍ଚ୍ଚ ୧୮୬୭
ମୃତ୍ୟୁ | ୧୭ ଡିସେମ୍ବର ୧୯୪୩ | (ବୟସ ୭୬)
ଜାତୀୟତା | ଭାରତୀୟ |
ଶିକ୍ଷା | ଭର୍ଣ୍ଣାକୁଲାର |
ବୃତ୍ତି | ଶିକ୍ଷକ |
ସନ୍ତାନ | ଉପେନ୍ଦ୍ର ପ୍ରସାଦ ମହାନ୍ତି (ପୁଅ) |
ପିତାମାତା | ମଦନ ମୋହନ ନେତ୍ରମଣି |
ଚିନ୍ତାମଣି ମହାନ୍ତି (୧୬ ମାର୍ଚ୍ଚ ୧୮୬୭–୧୭ ଡିସେମ୍ବର ୧୯୪୩) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ କବି, ଲେଖକ ଓ ଶିକ୍ଷକ ଥିଲେ ।[୧] ସେ ତତ୍କାଳୀନ ଉତ୍କଳର ବିଭିନ୍ନ ସ୍ଥାନ ବୁଲି ସ୍ଥାନୀୟ ପ୍ରକୃତି ଓ ସାମାଜିକ ଜୀବନ ଆଦି ଅଧ୍ୟୟନ କରିଥିଲେ ଓ ତାହା ଆଧାରରେ ଓଡ଼ିଆରେ କାବ୍ୟକବିତା ରଚନା କରିଥିଲେ । ତାଙ୍କ ସାହିତ୍ୟରେ ରାଧାନାଥ ରାୟଙ୍କ ପ୍ରଭାବ ବହୁ ଭାବରେ ରହିଛି । ତାଙ୍କ ବିଶିଷ୍ଟ ରଚନାଗୁଡ଼ିକ ମଧ୍ୟରୁ ମହେନ୍ଦ୍ରଗିରି ଅନ୍ୟତମ ଏବଂ ସେଥିରେ ରାଧାନାଥଙ୍କ ଚିଲିକା ଖଣ୍ଡକାବ୍ୟର ପ୍ରଭାବ ରହିଛି । ତାହା ବାଦ ସେ ସୁରଙ୍ଗୀ, ଉଦ୍ୟାନଖଣ୍ଡ, ବିକ୍ରମାଦିତ୍ୟ, ମୁକୁନ୍ଦଦେବ ଓ ସୁଭଦ୍ରା ଆଦି କାବ୍ୟଗ୍ରନ୍ଥ, ପତ୍ର-ପୁଷ୍ପ ଛୋଟ କବିତାସଂଗ୍ରହ, ଏବଂ ଓଡ଼ିଶାର ସାମାଜିକ ସଂସ୍କାର ଉପରେ ଆଧାରିତ ଶନିସପ୍ତା ଓ ଟଙ୍କାଗଛ ଆଦି ଉପନ୍ୟାସ । ବିଶିଷ୍ଟ ଲେଖକ ଓ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାନ୍ତି ତାଙ୍କ ପୁଅ ।
ତାଙ୍କ ପୁଅ ସ୍ୱାଧୀନ ଜୀବନ ଆରମ୍ଭ କଲା ପରେ ସେ ନିଜ ଜନ୍ମସ୍ଥାନ ଅସ୍ତଳକୁ ଫେରିଆସିଥିଲେ ଓ ୧୯୪୩ ମସିହା ଡିସେମ୍ବର ୧୭ରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
ଜନ୍ମ ଓ ଜୀବନ
[ସମ୍ପାଦନା]ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ ।[୨] ୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡ଼ି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମା ଓ ଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା ।[୩] ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ । ତାଙ୍କର ରଚନାଶୈଳୀ ରାଧାନାଥ ରାୟଙ୍କଦ୍ୱାରା ବହୁଭାବେ ପ୍ରଭାବିତ ହୋଇଥିଲା ଓ ତାଙ୍କୁ ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷରେ ରାଧାନାଥଙ୍କ ଅନୁଗାମୀ ବୋଲି ଉଲ୍ଲେଖ କରାଯାଇଛି । ସେ ରାଧାନାଥଙ୍କ ଚିଲିକା କାବ୍ୟର ପ୍ରଭାବରେ ମହେନ୍ଦ୍ରଗିରି କାବ୍ୟ ରଚନା କରିଥିଲେ ।[୪]
ରଚନାବଳୀ
[ସମ୍ପାଦନା]- ଜୀବନ ପଞ୍ଜିକା (ଆତ୍ମଜୀବନୀ)
- ବିବିଧ ସନ୍ଦର୍ଭ
କାବ୍ୟ[ସମ୍ପାଦନା]
|
ଖଣ୍ଡ କବିତା[ସମ୍ପାଦନା]
|
ଉପନ୍ୟାସ[ସମ୍ପାଦନା]
|
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "orissadiary.com: KABI SHEKHAR CHINTAMANI MOHANTY". Archived from the original on 2012-01-06. Retrieved 2012-01-12.
- ↑ "KABI SHEKHAR CHINTAMANI MOHANTY". OrissaDiary. Archived from the original on 9 March 2015. Retrieved 16 March 2015.
- ↑ ରାୟ, ଅପୂର୍ବ ରଞ୍ଜନ (୧୬ ମାର୍ଚ୍ଚ ୨୦୧୫). "କବିଶେଖର ଚିନ୍ତାମଣି ମହାନ୍ତି". ସୂର୍ଯ୍ୟପ୍ରଭା. p. ଆ.
{{cite news}}
:|access-date=
requires|url=
(help); Check date values in:|accessdate=
and|date=
(help) - ↑ ମାନସିଂହ, ମାୟାଧର (1963). ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ: ଦ୍ୱିତୀୟ ଭାଗ (୧ ed.). ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ. p. 538. Retrieved 1 November 2023.
{{cite book}}
: More than one of|pages=
and|page=
specified (help)
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ ଚିନ୍ତାମଣି ମହାନ୍ତି-ସମ୍ପର୍କିତ ମିଡ଼ିଆ