ଶ୍ରୀଭାଷ ଚନ୍ଦ୍ର ସୂପକାର

ଉଇକିପିଡ଼ିଆ‌ରୁ
(Sribhash Chandra Supakarରୁ ଲେଉଟି ଆସିଛି)
ଶ୍ରୀଭାଷ ଚନ୍ଦ୍ର ସୂପକାର
Born୧୯୬୫
Nationalityଭାରତୀୟ
Parentଯଦୁନାଥ ସୂପକର
Awardsପଦ୍ମଶ୍ରୀ - ୨୦୧୬

ଶ୍ରୀଭାଷ ଚନ୍ଦ୍ର ସୂପକାର (ଜନ୍ମ: ୧୯୬୫),[୧] ଉତ୍ତର ପ୍ରଦେଶର ବାରଣାସୀରେ ଜନ୍ମିତ ଜଣେ ଓଡ଼ିଆ ଶାଢ଼ୀ ଡିଜାଇନର । ବନାରସୀ ରେଶମ ଶାଢ଼ୀର ଡିଜାଇନର ଭାବରେ କାର୍ଯ୍ୟ କରି, ସେ ୨୦୧୬ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଛନ୍ତି ।

ଶ୍ରୀଭାଷଙ୍କ ପିତା ଯଦୁନାଥ ସୂପକାର ମଧ୍ୟ ଜଣେ ଶାଢ଼ୀ ଡିଜାଇନର ଥିଲେ । ସେ ୧୯୩୧ମସିହାରେ ସମ୍ବଲପୁରର ତାଲବ ଗାଁରେ ଜନ୍ମଗ୍ରହଣ କରିଥିଲେ ।[୨] ଶାନ୍ତିନିକେତନରୁ ଲଳିତ କଳା କ୍ଷେତ୍ରରେ ଶିକ୍ଷାଗ୍ରହଣ କରି, ସେ ଭାରତ ସରକାରଙ୍କ ବୁଣାକାର ସଂଘରେ ଚାକିରି କରୁଥିଲେ । ୧୯୫୯ମସିହାରେ ସେ ବାରଣାସୀକୁ ଆସିଥିଲେ ଓ ସେଠାକାର ବୁଣାକାର ସଂଘର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ବୁଣାକାର ସଂଘରେ କାର୍ଯ୍ୟ କରୁ କରୁ, ସେ ବାରଣାସୀର ବୁଣାକାରମାନଙ୍କୁ ପରାମର୍ଶ ଦେଉଥିଲେ ଓ ଶାଢି ବୁଣିବା ପାଇଁ, ନିଜ ଡିଜାଇନ ଦେଉଥିଲେ । ୧୯୯୩ ମସିହାରେ ଯଦୁନାଥ ସୂପକାରଙ୍କ ନିଧନ ହୋଇଥିଲା । ଉତ୍ତର ପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ ଯଦୁନାଥ ୧୯୮୫ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ସେ ୧୯୬୨ ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।[୩] ଶ୍ରୀଭାଷ, ବାରଣାସୀରେ ଜନ୍ମ ଗ୍ରହଣ କରିଥିଲେ ଓ ସେଠାରେ ବଢିଛନ୍ତି ।

କାମ[ସମ୍ପାଦନା]

ଶ୍ରୀଭାଷ, ବାପାଙ୍କଠାରୁ ଶାଢ଼ୀ ଡିଜାଇନ କଳା ଉତ୍ତରାଧିକାରୀ ସୂତ୍ରରେ ଲାଭ କରିଥିଲେ । ୧୯୯୫ ମସିହାରୁ, ସେ ବାରଣାସୀର ଲୁପ୍ତପ୍ରାୟ "ଗେଠୁଆ ପ୍ରଣାଳୀ" ଡିଜାଇନକୁ ପୁନରୁଦ୍ଧାର କରିବା କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସେ ୧୯୯୫ ମସିହାରେ ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଥିଲେ । ୨୦୦୯ରେ ଦିଲ୍ଲୀଠାରେ "କାଶୀ-କ୍ଲାଇଡୋସ୍କୋପି" ନାଁରେ ଏକ ପ୍ରଦର୍ଶନୀ କରି, ସେ ଲୋକଲୋଚନକୁ ଆସି ପାରିଥିଲେ ।[୪] ବାରଣାସୀରେ ସେ "ସୂପକାର ଡିଜାଇନ ଷ୍ଟୁଡିଓ" ପ୍ରତିଷ୍ଠା କରି, ନିଜ ଡିଜାଇନ ପ୍ରସ୍ତୁତି ଓ ବିକ୍ରୟ ବ୍ୟବସ୍ଥା କରିଛନ୍ତି । ବନାରସୀ ଓ ସମ୍ବଲପୁରୀ ଶାଢ଼ୀର ବିଲୟ କରି, କିଛି ନୂତନ ପ୍ରସ୍ତୁତ କରିବା ପାଇଁ ସେ ଆଗ୍ରହୀ ଅଛନ୍ତି ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "MERIT CERTIFICATE". Craft Revival Trust. Archived from the original on 4 April 2016. Retrieved 18 February 2016.
  2. http://www.mediander.com/connects/47281137/jadunath-supakar/#!/topic/-/
  3. http://odisha.gov.in/e-magazine/orissaannualreference/ORA-2011/pdf/109-113.pdf
  4. http://www.thehindu.com/todays-paper/tp-national/tp-newdelhi/banarasi-brilliance-dazzles-delhi/article191852.ece
  5. ସମ୍ବାଦ ରବିବାର ୧୮/୦୨/୨୦୧୬ ପୃଷ୍ଠା ୬ http://sambadepaper.com/Details.aspx?id=231782&boxid=191251828. Retrieved 18 February 2016. {{cite news}}: Missing or empty |title= (help)[permanent dead link]
  6. http://www.ndtv.com/india-news/padma-awards-2016-full-list-1269936
  7. http://www.hindustantimes.com/india/weaving-the-state-of-his-dreams/story-Wwc6TcEYuKtsk57DB4MycI.html