ଲକ୍ଷ୍ମଣ ସିଂହ ଜଙ୍ଗପାଙ୍ଗି
ଲକ୍ଷ୍ମଣ ସିଂହ ଜଙ୍ଗପାଙ୍ଗି | |
---|---|
ଜନ୍ମ | ୨୪ ଜୁଲାଇ ୧୯୦୫ ବୁର୍ଫୁ, ଜୋହର ଭାଲି, ଉତ୍ତରାଖଣ୍ଡ, ଭାରତ |
ମୃତ୍ୟୁ | ୧୯୭୬ |
ସକ୍ରିୟ ବର୍ଷ | ୧୯୩୦-୧୯୬୨ |
ପିତାମାତା | ରାଏ ସାହେବ ସୋବନ ସିଂହ |
ପୁରସ୍କାର | ପଦ୍ମଶ୍ରୀ |
ଲକ୍ଷ୍ମଣ ସିଂହ ଜଙ୍ଗପାଙ୍ଗି ଜଣେ ଭାରତୀୟ ରାଜ କର୍ମଚାରୀ ଓ ଗାର୍ଟକ ଓ ୟାଟୁଙ୍ଗ ଇତ୍ୟାଦି ସ୍ଥାନମାନଙ୍କର ଜଣେ ପୁରାତନ ଟ୍ରେଡ ଏଜେଣ୍ଟ ।[୧] ସେ ୨୯ ଜୁଲାଇ ୧୯୦୫ରେ ଉତ୍ତରାଖଣ୍ଡରେ ଅବସ୍ଥିତ ଜୋହର ଭାଲିର ବୁର୍ଫୁରେ ଜନ୍ମ ଗ୍ରହଣ କରିଥିଲେ ପିତା ରାଏ ସାହେବ ସୋହନ ସିଂହ ଇଂରେଜ ଶାସନର ଜଣେ ଧନୀ ଅଫିସର ଥିଲେ । ସେ ଆଲମୋରାରେ ସ୍କୁଲ ଶିକ୍ଷା ଲାଭ କରିଥିଲେ ଓ ଆଲାହାବାଦ ବିଶ୍ୱବିଦାଳୟରେ ବିଏ ପଢ଼ିଥିଲେ ।[୧]
ଲକ୍ଷ୍ମଣ ସିଂହ ପ୍ରଥମେ ପଶ୍ଚିମ ତିବ୍ୱତର ଗାର୍ଟକରେ ହିସାବ ରକ୍ଷକ ଭାବରେ ଯୋଗଦାନ କରିଥିଲେ ଓ ପରେ ପଦୋନ୍ନତି ପାଇ ସନ ୧୯୪୧ରେ ୱର୍କିଙ୍ଗ ଟ୍ରେଡ ଏଜେଣ୍ଟ ହୋଇଥିଲେ ।[୧] ସନ ୧୯୪୬ରେ ସେ ଟ୍ରେଡ ଏଜେଣ୍ଟ ହୋଇ ସନ ୧୯୫୯ ପର୍ଯ୍ୟନ୍ତ ରହିବା ପରେ ୟାଟୁଙ୍ଗକୁ ଦବଳି ହୋଇଥିଲେ ।[୨][୩] ସନ ୧୯୬୨ରେ ସେ ଅବସର ନେଇଥିଲେ ଓ ଟ୍ରେଡ ଏଜେନସି ସେତେବେଳେ ଉଠିଗଲା ।[୪] ଭାରତ ସରକାର ସନ ୧୯୫୯ରେ ତାଙ୍କର ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୫]
ଲକ୍ଷ୍ମଣ ସିଂହ ସନ ୧୯୭୬ରେ ୭୧ ବର୍ଷ ବୟସରେ ହଲଦ୍ୱାନିଠାରେ ମତ୍ୟୁ ବରଣ କରିଥିଲେ । [୧]
ଅଧିକ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Apna Uttarakhand". Apna Uttarakhand. 2015. Archived from the original on July 27, 2015. Retrieved April 23, 2015.
- ↑ "Indian Presence in Tibet". Clause Arpi. 2015. Retrieved April 23, 2015.
- ↑ "Notes" (PDF). Claude Arpi. 2015. Archived from the original (PDF) on March 4, 2016. Retrieved April 23, 2015.
- ↑ "Claude Arpi profile" (PDF). Claude Arpi. 2015. Archived from the original (PDF) on March 4, 2016. Retrieved April 23, 2015.
- ↑ "Padma Shri" (PDF). Padma Shri. 2015. Archived from the original (PDF) on October 15, 2015. Retrieved November 11, 2014.