Jump to content

ଜିତେନ୍ଦ୍ର ହରିପାଲ

ଉଇକିପିଡ଼ିଆ‌ରୁ
(Jitendra Haripalରୁ ଲେଉଟି ଆସିଛି)
ଜିତେନ୍ଦ୍ର ହରିପାଲ
ଜିତେନ୍ଦ୍ର ହରିପାଲ‌
ଜାତୀୟତାଭାରତୀୟ
ଅନ୍ୟ ନାମଜିତେନ୍ଦ୍ରୀୟ ହରିପାଳ
ପିତାମାତାମାନଧାତା ହରିପାଳ
ପୁରସ୍କାରପଦ୍ମଶ୍ରୀ ୨୦୧୭

ଜିତେନ୍ଦ୍ର ହରିପାଲ (ଜିତେନ୍ଦ୍ରିୟ ହରିପାଳ ନାମରେ ମଧ୍ୟ ପରିଚିତ) ଜଣେ ପଦ୍ମଶ୍ରୀ ସମ୍ମାନିତ ଗାୟକ ।[୧] ସେ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହୋଇଥିଲେ । ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ "ରଙ୍ଗବତୀ"ର ଉପସ୍ଥାପନା କଲେ । ଜିତେନ୍ଦ୍ର ସମ୍ବଲପୁରର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ରଙ୍ଗବତୀର ପ୍ରଭୁତା ସଫଳତା ପରେ କୋଶଳୀ ଭାଷାରେ ୧୦୦୦ରୁ ଉର୍ଦ୍ଧ ଗୀତ ଗାଇଥିଲେ । ଆକାଶବାଣୀ କଳାକାର ହିସାବରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତ୍ତମାନ ସୁଦ୍ଧା ଦାରିଦ୍ରତାର କଷାଘାତରୁ ମୁକ୍ତ ହେଇ ପରି ନାହାନ୍ତି । [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ। ଅର୍ଥାଭାବ ଯୋଗୁଁ ଜିତେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଅଧାରେ ବନ୍ଦ କରିଥିଲେ । ଜିତେନ୍ଦ୍ର ତାଙ୍କ ପିଲା ଦିନରୁ ହିଁ ଗୀତ, ପାରମ୍ପାରିକ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ । ସଙ୍ଗୀତ ବିଦ୍ୟାଳୟରେ ନା ଲେଖିବାକୁ ଅର୍ଥ ନ ଥିବାରୁ ସେ ସ୍କୁଲ ବାହାରେ ଛିଡ଼ା ହେଇ ଶିଖୁଥିଲେ । ଏପରିକି ବର୍ଷାରେ ଭିଜି ଭିଜି ବାହାରେ ଠିଆ ହେଇ ସଙ୍ଗୀତ ଆଖଡ଼ାରୁ ଶିଖୁଥିଲେ । ସେ ନିଜେ କହନ୍ତି ଯେ ସେ ସବୁ ରାଗ ବିଷୟରେ ଜାଣୁଥିଲେ ମଧ୍ୟ ରାଗର ନା ଜାଣୁ ନଥିଲେ । ଜିତେନ୍ଦ୍ରଙ୍କ ପୁଅ ଓ ପୁତ୍ରବଧୂ ମଧ୍ୟ ଗାୟକ ଗାୟିକା । ଏବେ ଜିତେନ୍ଦ୍ର ସପରିବାର ସମ୍ବଲପୁର ଷ୍ଟେସନ ପାଖ ଝୋପଡ଼ି ଘରେ ରହନ୍ତି ।

ବୃତିଗତ ଜୀବନ[ସମ୍ପାଦନା]

"ସଙ୍ଗୀତକୁ ନେଇ ଜୀବିକା ନିର୍ବାହ କରି ହେବ ନାହିଁ , ମନ ସିନା ଭରି ହେବ, ପେଟ ନୁହେଁ " ଏହା ଜିତେନ୍ଦ୍ରଙ୍କ ଉକ୍ତି । ବାଧ୍ୟ ହେଇ ଜିତେନ୍ଦ୍ର ଶ୍ରମିକ ଭାବେ ବା ଅନ୍ୟ ଯେ କୌଣସି କାର୍ଯ୍ୟ ମିଳିଲେ କରି ଥାଆନ୍ତି । ତାଙ୍କ ଗୀତ ରଙ୍ଗବତୀ ଏତେ ବିଖ୍ୟାତ ହେଇଥିଲେ ମଧ୍ୟ ସେ ବିଶେଷ କିଛି ଲାଭ ପାଇ ନଥିଲେ । ରେକର୍ଡ଼ କରିଥିବା କମ୍ପାନୀ ହିଁ ସବୁ ଲାଭ ଅର୍ଜନ କଲା ।

୧୯୭୧ରୁ ସେ ଆକାଶବାଣୀରେ 'ବି' ଗ୍ରେଡ କଳାକାର ଭାବେ ନିଯୁକ୍ତି ପାଇ ଅନେକ ଲୋକ ଗୀତ, କୋଷଳୀ ଆଞ୍ଚଳିକ ଗୀତ ଗାଇଥିଲେ । ରଙ୍ଗବତୀ ୧୯୭୬ରେ ରେକର୍ଡ଼ ହେଇଥିଲେ ବି ସ୍ୱତ୍ତ୍ୱାଧୀକାର ବିବାଦ ହେତୁ ୭୮/୭୯ ଯାଏ ମୁକ୍ତିଲାଭ ହେଇ ପାରି ନଥିଲା । ପରେ ସେ ଗୀତ ଖୁବ ଲୋକପ୍ରିୟ ହେଲା, ପରେ କଲିକତାର ରେକର୍ଡ କମ୍ପାନୀ ତାଙ୍କ ସରଳତାର ସୁଯୋଗ ନେଇ ୩ ବର୍ଷ ପାଇଁ ତାଙ୍କଠୁ ଚୁକ୍ତି ସ୍ୱାକ୍ଷର କରିନେଲା । ଚୁକ୍ତି କାରଣରୁ ଜିତେନ୍ଦ୍ର ଆଉ କୌଣସି ଅନ୍ୟ କମ୍ପାନୀ ତରଫରୁ ଗାଈ ପାରିଲେ ନାହିଁ । ତାଙ୍କର ଆର୍ଥିକ ଅବସ୍ଥା ସେଇଥି ପାଇଁ ଖରାପ ହେବାରେ ଲାଗିଲା ।[୩] ଓଡ଼ିଆ, ଭୋଜପୁରୀ, ବଙ୍ଗାଳୀ, ଛତିଶଗଡ଼ ତଥା ଢକିଆ ଭାଷାରେ ତାଙ୍କର ଅନେକ ଗୀତ ରହିଛି ।

ପୁରସ୍କାର ଓ ସମ୍ମାନ ସବୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Unsung heroes in Padma Shri awardees list". Indian Express. Retrieved 25 January 2017.
  2. "ଆର୍କାଇଭ୍ କପି". Archived from the original on 2016-05-28. Retrieved 2016-09-26. {{cite web}}: Cite has empty unknown parameter: |1= (help)
  3. www.hungama.com/artists/jitendra-haripal/10396
  4. "Padma Awards 2017 announced". PIB, Govt. of India, MHA. Retrieved 25 January 2017.
  5. "ଜିତେନ୍ଦ୍ରିୟ ହରିପାଲ ପାଇବେ ସଙ୍ଗୀତ ସୁଧାକର ସମ୍ମାନ". ଧରିତ୍ରୀ. Retrieved 4 November 2016.