ବିନୋଦ ଚନ୍ଦ୍ର ନାୟକ
ବିନୋଦ ଚନ୍ଦ୍ର ନାୟକ | |
---|---|
ଜନ୍ମ | ତେଲିପାଲି, ସୁନ୍ଦରଗଡ଼ | ୨ ସେପ୍ଟେମ୍ବର ୧୯୧୯
ମୃତ୍ୟୁ | ୧୫ ନଭେମ୍ବର ୨୦୦୩ | (ବୟସ ୮୪)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବିନୋଦ ଚନ୍ଦ୍ର ନାୟକ (୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩[୧]) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା ।[୨] କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୩] ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବିନୋଦ ଚନ୍ଦ୍ର ନାୟକଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲିରେ ୧୯୧୯ ମସିହାରେ ହେଇଥିଲା ।[୪] ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କରିବା ସହ ସେ ଶିକ୍ଷା ସମାପନ କରି ପ୍ରଥମେ ଓଡ଼ିଶା ସରକାରୀ ସେବାରେ ଯୋଗ ଦେଇ ପରେ ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୮ ମସିହାରେ ସେ ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରୁ ଅଧ୍ୟକ୍ଷ୍ୟ ଭାବରେ ଅବସର ଗ୍ରହଣ କରିଥିଲେ । ତା ମଧ୍ୟରେ ସେ କିଛି ବର୍ଷ ଓଡ଼ିଶା ସାହିତ୍ୟ ଆକାଡେମୀର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।[୫] ତେବେ ଶିକ୍ଷା ଓ ସାହିତ୍ୟ ପ୍ରତି ନିବିଡ ଆକର୍ଷଣ ଯୋଗୁ ସେ ସରକାରୀ ସେବାରୁ ଅବସର ପରେ ଘରେ ବସି ନ ରହି ନୂତନ କରି ଆରମ୍ଭ ହେଇଥିବା ବ୍ରଜରାଜ ନଗର ମହାବିଦ୍ୟାଳୟରେ ଅଧ୍ୟକ୍ଷ୍ୟ ଭାବରେ ରହି ପ୍ରଶାସନ ସହ ତାଙ୍କର ସାହିତ୍ୟ ସେବା ଜାରି ରଖିଲେ । ତତ୍ ପରେ ସେ ଓଡ଼ିଶା ସାହିତ୍ୟ ଆକାଡେମୀର ଉପସଭାପତି ଆସନ ଅଳଙ୍କୃତ କରିଥିଲେ । ଜୀବନର ଅନ୍ତିମ ମୁହୂର୍ତ ଯାଏ ସାହିତ୍ୟ ଓ କବିତାକୁ ନେଇ ମଜ୍ଜି ରହିଥିବା କବି ବିନୋଦ ନାୟକଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡ଼ି.ଲିଟ ଉପାଧି ମଧ୍ୟ ମିଳିଥିଲା । ଅଗଣିତ ସାହିତ୍ୟ ପରିଷଦ ଓ ସଂସ୍ଥା ତରଫରୁ ତାଙ୍କୁ ସମ୍ମାନ ମିଳିଥିଲା । ସେ ଗ୍ରାମ୍ୟ ଜୀବନର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଦୈନନ୍ଦିନ ଚାଲି ଚଳଣକୁ ନେଇ ତାଙ୍କ କବିତାରେ ସ୍ଥାନିତ କରୁଥିଲେ । ୨୦୦୩ ମସିହାରେ ବିନୋଦ ଚନ୍ଦ୍ରଙ୍କର ତିରୋଧାନ ଘଟିଥିଲା ।[୬]
ସାହିତ୍ୟ କୃତି
[ସମ୍ପାଦନା]- ସରୀସୃପ - ୧୯୭୦[୭]
- ହୈମନ୍ତୀ- ୧୯୩୩
- ଚନ୍ଦ୍ର ଓ ତାରା - ୧୯୫୧
- ଇଲାବୃତ୍ତ - ୧୯୬୦
- ନନ୍ଦାଦେବୀ - ୧୯୬୨
- ଶତ ତାରାର ଦ୍ୱୀପ - ୧୯୬୨
- ନୀଳ ଚନ୍ଦ୍ରର ଉପତ୍ୟକା- ୧୯୫୧
- ପୋହଳା ଦ୍ୱୀପର ଉପତ୍ୟକା- ୧୯୭୦[୮]
ତାଙ୍କର କବିତା ଗ୍ରାମପଥର ଏକ ଉଦ୍ଧୃତି [୯];
ବିତରି ବୁକୁର ମମତା ମୁଖର ମଧୁ ପୁଅ ଝିଅ ନାତି ନାତୁଣୀରେ ରଖି ମଶାଣି ଏ ପଥେ ଫେରେ ଆସିବା ଜନର ସାକ୍ଷୀ ଏ ପଥ
ଫେରିବା ଜନର ବନ୍ଧୁ ।। “ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୦୦[୧୦]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୦
ଆଧାର
[ସମ୍ପାଦନା]- ↑ "From Orissa to Odisha" (PDF). Govt of Odisha. Retrieved 24 April 2017.
- ↑ Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 536–. ISBN 978-81-7201-798-9.
- ↑ http://odisha.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf
- ↑ Sahitya Akademi (1990). Sahitya Akademi awards: books and writers : 1955-1978. Sahitya Akademi. ISBN 978-81-7201-014-0.
- ↑ The Indian P.E.N. P.E.N. All-India Centre. 1970.
- ↑ http://www.odiasahitya.com/members/memberprofile/?member=Binod+Nayak
- ↑ Manorama Year Book. Manorama Publishing House. 1971.
- ↑ http://
- ରାଜକୀୟ ନିସଂଗତା
- କାଞ୍ଚନ କୁନ୍ତାଳର ତରବାରୀ
- ↑ ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୁ ବିତରି ବୁକୁର ମମତା ମୁଖର ମଧୁ ପୁଅ ଝିଅ ନାତି ନାତୁଣୀରେ ରଖି ମଶାଣି ଏ ପଥେ ଫେରେ ଆସିବା ଜନର ସାକ୍ଷୀ ଏ ପଥ ଫେରିବା ଜନର ବନ୍ଧୁ ।। ୭ ।।"http://eodisha.org/odiasahitya/grama-patha/ Archived 2017-10-10 at the Wayback Machine.
- ↑ http://www.dailypioneer.com/STATE-EDITIONS/bhubaneswar/atibadi-award-conferred-on-dhaneswar-shantanu.html