ଅମିୟବାଳା ପଟ୍ଟନାୟକ
ଦେଖଣା
(Amiyabala Patnaikରୁ ଲେଉଟି ଆସିଛି)
ଅମିୟବାଳା ପଟ୍ଟନାୟକ | |
---|---|
ଜନ୍ମ | ବ୍ରହ୍ମ୍ପୁର, ଗଞ୍ଜାମ | ୧ ଜାନୁଆରୀ ୧୯୪୯
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷୟତ୍ରୀ |
ଉଲ୍ଲେଖନୀୟ କୃତି | ରେଣୁ ରଚନା ସଂଚୟନ |
ପିତାମାତା(s) | ପିତା : ଭିକାରି ଚରଣ ପଟ୍ଟନାୟକ, ମାତା : ରଜନୀରାଣୀ ଦେବୀ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୦ |
ଅମିୟବାଳା ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ କବି[୧] ଓ ଅନୁବାଦିକା । ତାଙ୍କର ୭ଟି କବିତା ପୁସ୍ତକ ଓ ୨୨ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇସାରିଛି । ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଆଦି ଭାଷାର ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି ।[୨] ଫଣିଶ୍ୱରନାଥ ରେଣୁଙ୍କ ମୂଳ ହିନ୍ଦୀ ଗଳ୍ପ ସଂକଳନ 'ରେଣୁ ରଚନା ସଂଚୟନ'କୁ ଓଡ଼ିଆ ଭାଷାରେ ଅନୁବାଦିତ କରି, ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।[୩]
ଅମିୟବାଳା, ବୃତ୍ତିରେ ଜଣେ ଶିକ୍ଷୟତ୍ରୀ । ସେ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ,ବ୍ରହ୍ମପୁରର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରିଛନ୍ତି । ୧୯୮୯ମସିହାରୁ ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରି, ଅବସର ଗ୍ରହଣ କରିସାରିଛନ୍ତି । [୪] ବ୍ରହ୍ମ୍ପୁର ମହିଳା ବିଦ୍ୟାଳୟର ଛାତ୍ରୀ ଥିବା ସମୟରେ ଓଡ଼ିଆ ସାହିତ୍ୟ ସମାଜର ସଂପାଦିକା ଥିଲେ ।[୫]
ରଚନାବଳୀ
[ସମ୍ପାଦନା]କବିତା ପୁସ୍ତକ
[ସମ୍ପାଦନା]- ଅମିୟ ପଦାବଳି[୬] ୨୦୦୭
- ଶବ୍ଦସବୁ ସରିଗଲା ପରେ
- ନିରବତାର ସ୍ୱରଲିପି ୧୯୮୮
- ଅମୃତାକ୍ଷର ୧୯୯୪
- ଚିତ୍ରିତ ଶାମୁକା
- ଏକତ୍ର (ଶତାଧିକ କବିତା) ୨୦୦୨
- ହୃଦୟଗଙ୍ଗା
- ଶବ୍ଦ ସବୁ ସରିଗଲା ପରେ ୨୦୧୩
- ଶେଷ ଶ୍ଲୋକ ୨୦୨୧
ଉପନ୍ୟାସ
- ବସନ୍ତ ରାଗ
- ରାଗ ବିରାଗ[୭]
ଅନୁବାଦ ପୁସ୍ତକ
[ସମ୍ପାଦନା]- ରେଣୁ ରଚନା ସଂଚୟନ (ଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା) ୨୦୧୦
- ଅନାମ ଦାସଙ୍କ ପୋଥି (ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ମୂଳ ଲେଖା)
- ଶୋଭାଯାତ୍ରା (ଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
- ଶିଶିଫସ (ବିମଳ ମିତ୍ରଙ୍କ ମୂଳ ଲେଖା)
- ରାଜର୍ଷି (ରବିନ୍ଦ୍ରନାଥ ଠାକୁରଙ୍କ ମୂଳ ଲେଖା)
- ମହାମାନବ ଲୁଇବ୍ରେଲ
- ପ୍ରଥମ ଆଲୋକ (ସୁନିଲ ଗଙ୍ଗୋପାଧ୍ୟାୟ)[୮]
- ଅରଣ୍ୟର ଅଧିକାର
- ଭବିତବ୍ୟ ୨୦୧୦, ସ୍ୱସ୍ତିକ ପବ୍ଲିକେଶନ, ଭୁବନେଶ୍ୱର[୯]
- କଲ୍ୟାଣୀ ( ମୂଳ ହିନ୍ଦୀ: ଜୈନେନ୍ଦ୍ର କୁମାର) ଉତ୍କଳ ଭାରତୀ କୁନ୍ତଳାକୁମାରୀଙ୍କ ଜୀବନୀ ଆଧାରିତ
- ଜୟନ୍ତିୟା (ବିମଳ ମିତ୍ର)
- ଜଳ (ମହାଶ୍ୱେତା ଦେବୀ)
- କମଳା (ଶରତ ଚନ୍ଦ୍ର)
- ଅଲେଖା କାଗଜ
- ତୃତୀୟ ପ୍ରତିଜ୍ଞା
- ନିର୍ବାସନ
- ତୃତୀୟ ପ୍ରତିଜ୍ଞା ଓ ନିର୍ବାସନ (୨ଟି ଉପନ୍ୟାସ ଏକତ୍ର)
- ତ୍ରୀଶୂଳ (ମୂଳ ହିନ୍ଦୀ : ଶିବ ମୂର୍ତ୍ତି)
- ନରକର ନିଆଁ ଓ ଅନ୍ୟାନ୍ୟ ଗଳ୍ପ
- ବିନୀତା
- ଖୋଲାଫର୍ଦ୍ଦ
- ବିପ୍ଳବୀ ଭଗତ୍ ସିଂହ (ଗୋପାଳ ଠାକୁର)
- ଅପରାଜିତା (ଗଳ୍ପ)
- ବିଶ୍ୱବିଖ୍ୟାତ କଥାସାହିତ୍ୟ
- ଭାଗ୍ୟ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୧୦('ରେଣୁ ରଚନା ସଂଚୟନ' ପାଇଁ)
- ଭୁବନେଶ୍ୱର ପୁସ୍ତକ ମେଳାଦ୍ୱାରା ସମ୍ମାନୀତ - ୨୦୧୨[୧୦]
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ - ୨୦୧୪[୧୧]
ଆଧାର
[ସମ୍ପାଦନା]- ↑ http://www.textbookbureauodisha.in/Admin/Gallery/Documents/LIST%20OF%20PARTICIPANTS%20INVITED27_08_2011_T_125843.pdf[permanent dead link]
- ↑ http://www.odiasahitya.com/members/memberprofile/?member=amiyabala+pattanayak
- ↑ http://sahitya-akademi.gov.in/sahitya-akademi/awards/anuvad_samman_suchi.jsp
- ↑ http://www.telegraphindia.com/1110823/jsp/orissa/story_14410672.jsp
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୬.
- ↑ http://orissa.gov.in/portal/culture/RRRLF-2007-08-Final-Report%28578%29.pdf
- ↑ ମହାରଣା, ସୁରେନ୍ଦ୍ର କୁମାର. ଓଡ଼ିଅ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍, କଟକ. pp. ୫୪୪, ୭୭୧, ୮୮୮-୮୮୯. ISBN 81-7400-331-2.
- ↑ "Prathama Alok By Sunil Gangopadhyaya". Ritikart (in ଇଂରାଜୀ). Retrieved 2024-08-31.
- ↑ https://culture.odisha.gov.in/sites/default/files/2022-06/List%20of%20Selected%20Books%20Under%20Raja%20Rammohan%20Ray%20Library%20Foundation%20%28RRRLF%29%20Scheme%20for%20the%20Year%202010-11.pdf[permanent dead link]
- ↑ http://www.newindianexpress.com/states/odisha/article179814.ece[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-03-18.
{{cite web}}
: Cite has empty unknown parameter:|1=
(help)