ଅମିୟବାଳା ପଟ୍ଟନାୟକ
ଅମିୟବାଳା ପଟ୍ଟନାୟକ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷୟତ୍ରୀ |
ଉଲ୍ଲେଖନୀୟ କାମ | ରେଣୁ ରଚନା ସଂଚୟନ |
ପୁରସ୍କାର(ଗୁଡ଼ିକ) | କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୦ |
ଅମିୟବାଳା ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ କବି[୧] ଓ ଅନୁବାଦିକା । ତାଙ୍କର ୭ଟି କବିତା ପୁସ୍ତକ ଓ ୨୨ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇସାରିଛି । ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଆଦି ଭାଷାର ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି ।[୨] ଫଣିଶ୍ୱରନାଥ ରେଣୁଙ୍କ ମୂଳ ହିନ୍ଦୀ ଗଳ୍ପ ସଂକଳନ 'ରେଣୁ ରଚନା ସଂଚୟନ'କୁ ଓଡ଼ିଆ ଭାଷାରେ ଅନୁବାଦିତ କରି, ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।[୩]
ଅମିୟବାଳା, ବୃତ୍ତିରେ ଜଣେ ଶିକ୍ଷୟତ୍ରୀ । ସେ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ,ବ୍ରହ୍ମପୁରର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରିଛନ୍ତି । ୧୯୮୯ମସିହାରୁ ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରି, ଅବସର ଗ୍ରହଣ କରିସାରିଛନ୍ତି । [୪]
ରଚନାବଳୀ[ସମ୍ପାଦନା]
କବିତା ପୁସ୍ତକ[ସମ୍ପାଦନା]
- ଅମିୟ ପଦାବଳି[୫]
- ଶବ୍ଦସବୁ ସରିଗଲା ପରେ
ଅନୁବାଦ ପୁସ୍ତକ[ସମ୍ପାଦନା]
- ରେଣୁ ରଚନା ସଂଚୟନ (ଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
- ଅନାମ ଦାସଙ୍କ ପୋଥି (ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ମୂଳ ଲେଖା)
- ଶୋଭାଯାତ୍ରା (ଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
- ଶିଶିଫସ (ବିମଳ ମିତ୍ରଙ୍କ ମୂଳ ଲେଖା)
- ରାଜର୍ଷି (ରବିନ୍ଦ୍ରନାଥ ଠାକୁରଙ୍କ ମୂଳ ଲେଖା)
- ମହାମାନବ ଲୁଇବ୍ରେଲ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୧୦('ରେଣୁ ରଚନା ସଂଚାୟନ' ପାଇଁ)
- ଭୁବନେଶ୍ୱର ପୁସ୍ତକ ମେଳାଦ୍ୱାରା ସମ୍ମାନୀତ - ୨୦୧୨[୬]
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ - ୨୦୧୪[୭]
ଆଧାର[ସମ୍ପାଦନା]
- ↑ http://www.textbookbureauodisha.in/Admin/Gallery/Documents/LIST%20OF%20PARTICIPANTS%20INVITED27_08_2011_T_125843.pdf
- ↑ http://www.odiasahitya.com/members/memberprofile/?member=amiyabala+pattanayak
- ↑ http://sahitya-akademi.gov.in/sahitya-akademi/awards/anuvad_samman_suchi.jsp
- ↑ http://www.telegraphindia.com/1110823/jsp/orissa/story_14410672.jsp
- ↑ http://orissa.gov.in/portal/culture/RRRLF-2007-08-Final-Report%28578%29.pdf
- ↑ http://www.newindianexpress.com/states/odisha/article179814.ece
- ↑ http://www.newindianexpress.com/states/odisha/Guv-for-a-Role-Model-Varsity/2014/01/03/article1979949.ece