ଅଜୟ କୁମାର ପରିଡ଼ା

ଉଇକିପିଡ଼ିଆ‌ରୁ
(Ajaya Kumar Paridaରୁ ଲେଉଟି ଆସିଛି)
ଅଜୟ କୁମାର ପରିଡ଼ା
ପଦ୍ମଶ୍ରୀ ଗ୍ରହଣ କରୁଥିବା ସମୟରେ ଅଜୟ କୁମାର ପରିଡ଼ା
ଜନ୍ମ (1963-12-12) ୧୨ ଡିସେମ୍ବର ୧୯୬୩ (ବୟସ ୬୦)
ପୁରସ୍କାରପଦ୍ମଶ୍ରୀ, ୨୦୧୪

ଅଜୟ କୁମାର ପରିଡ଼ା (୧୨ ଡିସେମ୍ବର ୧୯୬୩ - ୧୯ ଜୁଲାଇ ୨୦୨୨) [୧][୨] ଜଣେ ଭାରତୀୟ ଜୀବବିଜ୍ଞାନୀ ଥିଲେ । ସେ କୃଷି, ଉଦ୍ଭିଦ ଆଣବିକ ଜୀବବିଜ୍ଞାନ (ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି) ଓ ବାୟୋଟେକ୍‌ନୋଲୋଜି ଆଦି ବିଷୟମାନଙ୍କରେ ଅବଦାନ କରିଥିଲେ । ୨୦୧୪ ମସିହାରେ ତାଙ୍କର ତାଙ୍କର ବିଜ୍ଞାନ ଓ ଟେକ୍‌ନିଲୋଜିକୁ ଅବଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା [୩][୪]

ଜୀବନୀ[ସମ୍ପାଦନା]

ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅଜୟ କୁମାର ପରିଡ଼ାଙ୍କୁ ୨୦୧୪ ମସିହାରେ ପଦ୍ମଶ୍ରୀ ପ୍ରଦାନ କରୁଛନ୍ତି ।

ଅଜୟ କୁମାର ପରିଡ଼ା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ସେ ଚେନାଇର ଏମ. ଏସ. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ ।[୫]

ଗବେଷଣା[ସମ୍ପାଦନା]

ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିଷ୍ଣୁ ସମୁଦ୍ର ପତନ ଯୋଗୁ କୃଷି ଉତ୍ପାଦନ କମିବା ଭଳି ଅସୁବିଧାସବୁକୁ ଦୂର କରିବା ନିମନ୍ତେ ସେ ଗବେଷଣା କରିଥିଲେ । ସ୍ଥାନୀୟ ଜଳବାୟୁ ପରିବର୍ତ୍ତନ‌କୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ମଧ୍ୟ ହୋଇଥିଲେ । ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସେ କେତେକ ଆଧୁନିକ ବାୟୋଟେକନୋଲୋଜିକାଲ ଟୁଲ ବ୍ୟବ‌ହାର କରିଥିଲେ । ଲୁଣା ଓ ଶୁଖା ସ୍ଥାନମାନଙ୍କରେ ଚାପ ସ‌ହ୍ୟକାରୀ ଜିନ୍ ଚିହ୍ନଟ କରି ଅନେକ ଆଗୁଆ ପଦକ୍ଷେପ ନେଇଥିଲେ । ଆମ୍ବତୋଟା ଓ ଜଙ୍ଗଲିଆ ସେରିଆଲ ଓ ଡାଲିଜାତୀୟ ଓ ଅନ୍ୟ ଫସଲ ଜାତି ମଧ୍ୟରେ ସମ୍ବନ୍ଧ ଓ ଜିନଗତ ସଂରଚନା ବିଷୟରେ ମୌଳିକ ଚିନ୍ତାଧାରା ଉପରେ ମଧ୍ୟ ସେ ଗବେଷଣା କରିଥିଲେ । ସେ ପ୍ରାୟ ୨୦ ଜଣ ଡକ୍ଟରେଟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲରେ ନିମନ୍ତେ ସନ୍ଦର୍ଭସବୁକୁ ପର୍ଯ୍ୟବେକ୍ଷଣ କରିଥିଲେ ଓ ଏସବୁ ସନ୍ଦର୍ଭ ଜେନେଟିକ ରିସୋର୍ସର ପ୍ରକ୍ରିୟା ଓ କାର୍ଯ୍ୟକାରୀତାକୁ ବୁଝିବାରେ ସ‌ହାୟକ ହୋଇଥିଲା ।

୨୦୧୨ ମସିହାରେ ସେ ଜାତୀୟ ବିଜ୍ଞାନ ଏକାଡେମିର କୃଷି ବିଜ୍ଞାନ ଓ ଜଙ୍ଗଲ ବିଭାଗର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ଜାତୀୟ ବିଜ୍ଞାନ ଏକାଡେମିର ଜୀବବିଜ୍ଞାନ ବିଭାଗର ସଭାପତି ଭାବରେ ୨୦୧୪ ମସିହାରେ ନିର୍ବାଚିତ ହୋଇଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ - ୨୦୧୪
  • ଉମାକାନ୍ତ ମେମୋରିଆଲ ପୁରସ୍କାର - ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ
  • ବି.ଏମ.ବିରଲା ବିଜ୍ଞାନ ପୁରସ୍କାର - ବିରଳା ବିଜ୍ଞାନ ଫାଉଣ୍ଡେସନ
  • ଜାତୀୟ ବାୟୋସାଇନ୍ସ ପୁରସ୍କର - ଭାରତ ସରକାର
  • ଏନଏଏସଆଇ- ରିଲାଏନ୍ସ ପୁରସ୍କାର - ଜାତୀୟ ବିଜ୍ଞାନ ଏକାଡେମି [୬]
  • ଟାଟା ଇନୋଭେସନ ଫେଲୋସିପ ଅଫ ଡିପାର୍ଟମେଣ୍ଟ ଅଫ ବାୟୋଟେକନୋଲୋଜି - ଭାରତ ସରକାର
  • ରେକଗନିସନ ପୁରସ୍କାର - ଜାତୀୟ ଏଗ୍ରିକଲଚର ବିଜ୍ଞାନ ଏକାଡେମି [୭]

ଆଧାର[ସମ୍ପାଦନା]

  1. https://odishatv.in/news/miscellaneous/ils-bhubaneswar-director-ajay-parida-no-more-181048
  2. "Dr. Ajay Kumar Parida". National Academy of Agricultural Sciences. Retrieved 9 June 2020.
  3. "List of Padma awardees". The Hindu. 25 January 2014.
  4. "Padma Awards Announced" (Press release). Press Information Bureau, Government of India. 25 January 2014.
  5. "M S SWAMINATHAN RESEARCH FOUNDATION". mssrf.org. Retrieved 2014-05-27.
  6. "The National Academy of Sciences, India — Home". nasi.org.in. Archived from the original on 2014-05-16. Retrieved 2014-05-27.
  7. "National Academy of Agricultural Sciences, India". naasindia.org. Retrieved 2014-05-27.