ଶ୍ରୀବତ୍ସ ପଣ୍ଡା
ଶ୍ରୀବତ୍ସ ପଣ୍ଡା | |
---|---|
ଜନ୍ମ | |
ମୃତ୍ୟୁ | ୧୧ ମଇ ୧୯୪୩ | (ବୟସ ୭୨)
ପ୍ରସିଦ୍ଧି | ସାହିତ୍ୟିକ ଓ ସମାଜ ସଂସ୍କାରକ |
ଶ୍ରୀବତ୍ସ ପଣ୍ଡା (୧ ଅକ୍ଟୋବର ୧୮୭୦ - ୧୧ ମଇ ୧୯୪୩)[୨] ଜଣେ ଓଡ଼ିଆ ଭାଷାପ୍ରେମୀ ସାହିତ୍ୟିକ ଓ ସମାଜ ସଂସ୍କାରକ ଥିଲେ ।[୩] ସେ ୧୮୭୦ମସିହରେ ଭଞ୍ଜନଗର ନିକଟବର୍ତ୍ତୀ ମନ୍ଦାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଜାତିପ୍ରଥା, ବାଲ୍ୟବିବାହର ବିରୋଧ, ଅସ୍ମୃଶ୍ୟତା ନିବାରଣ, ବାଳିକା ଶିକ୍ଷା, ବିଧବା ଓ ଅନ୍ତର୍ଜାତୀୟ ବିବାହ[୪] ଏବଂ ଗୋରକ୍ଷା ଆଦି ଦିଗରେ ସେ କାର୍ଯ୍ୟ କରିଥିଲେ । ଉତ୍କଳ ସମ୍ମିଳନୀର ଜନ୍ମ ପୂର୍ବରୁ ଗଞ୍ଜାମରେ ଜାତୀୟ-ସଭାର ପ୍ରତିଷ୍ଠା ଓ ବେଦର ପ୍ରଚାରରେ ବ୍ରତି ଥିଲେ । ଭଞ୍ଜନଗର ନିକଟବର୍ତ୍ତୀ ତନରଡ଼ାଠାରେ ସେ ଗୋରକ୍ଷାଶ୍ରମ ଓ ବେଦଭବନ ପ୍ରତିଷ୍ଠା କରିଥିଲେ । ସରକାରୀ ଚାକିରିରେ ଯେଉଁ ସ୍ଥାନରେ ରହୁଥିଲେ, ସେଠିକାର ଲୋକଙ୍କୁ ବୁଝାଇସୁଝାଇ ବାଳିକାଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବା[୫], ପରଦା ପ୍ରଥାର ଉନ୍ମୋଚନ, ଛୁଆଁଅଛୁଆଁ ଭେଦଭାବ ଦୂରୀକରଣ, ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ସ୍ୱରାଜ୍ୟ ପ୍ରାପ୍ତି ପାଇଁ ଉଦ୍ୟମ ଜାରି ରଖିଥିଲେ ।
ଓଡ଼ିଆ ଭାଷା ଓ ସାହିତ୍ୟକୁ ଅବଦାନ
[ସମ୍ପାଦନା]ଶ୍ରୀବତ୍ସ, ସରକାରୀ ଫାଇଲରେ ଇଂରାଜୀ ବା ତେଲଗୁ ଭାଷା ପରିବର୍ତ୍ତେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ଅଛବ ଜାତି
- ଆରୋଗ୍ୟ ବିଧାନ
- ଗୋଧନ
- ପଞ୍ଚାୟତ
- ଆର୍ଯ୍ୟଧର୍ମ,
- ଜାତୀୟ ସଙ୍ଗୀତ
- ସଂସ୍କାର ସଂଗୀତାବଳୀ
- ସଂସ୍କାରକ
- ଦୟାନନ୍ଦ ସରସ୍ୱତୀଙ୍କର ଅମର ଗ୍ରନ୍ଥ ‘ସତ୍ୟାର୍ଥ ପ୍ରକାଶ’ର ଓଡ଼ିଆ ଅନୁବାଦ[୬]
ଫକୀର ମୋହନ ସେନାପତି, ସମ୍ବଲପୁର ଉତ୍କଳ ସମିଳନୀରେ ଶ୍ରୀବତ୍ସଙ୍କୁ କହିଥିଲେ ଯେ ଆପଣଙ୍କ ଲେଖାରେ ସତ୍ୟବାଦିତା ଓ ସାହସ ଭରି ରହିଛି । ତେଣୁ ସ୍ୱାର୍ଥୀଲୋକେ ସମାଜ ସଂସ୍କାର ଚାହୁଁ ନାହାନ୍ତି ଓ ଆପଣଙ୍କୁ ଗାଳି ଦିଅନ୍ତି । ପରନ୍ତୁ, ସେଥିରେ ସମାଜର ହିତସାଧନ ହେବ, ଏଥିରେ ସନ୍ଦେହ ନାହିଁ ।"
୧୯୪୩ମସିହାରେ ଶ୍ରୀବତ୍ସଙ୍କର ପରଲୋକ ଘଟିଥିଲା । ସେ ନିଜର ଅଧିକାଂଶ ସଂପତ୍ତି ଶିକ୍ଷାର ପ୍ରସାର, ସମାଜ ସଂସ୍କାର ଓ ବେଦର ପ୍ରଚାର ପାଇଁ ଦାନ କରିଥିଲେ । [୭]
ଆଧାର
[ସମ୍ପାଦନା]- ↑ Orissa History Congress. Session (1996). Proceedings of the Annual Session. The Congress.
- ↑ ପାଢ଼ୀ, ଗିରିଶ. "ସଂସ୍କାର ଚେତନାର ସ୍ୱର". ପ୍ରମେୟ. Archived from the original on 28 November 2016. Retrieved 25 November 2016.
- ↑ Journal of Indian History. 2005.
- ↑ Sirisa Kumar Shadangi (1 December 2005). The prisons of South Orissa and the freedom fighters in incarceration, 1900-1947. Punthi Pustak.
- ↑ Bina Kumari Sarma; Soma Mukherjee (1 January 2004). Folk deities and Matrika cult of South West Bengal. R.N. Bhattacharya.
- ↑ Orissa (India). Orissa District Gazetteers: Ganjam. Superintendent, Orissa Government Press.
- ↑ "ସମାଜ ସଂସ୍କାରକ ଶ୍ରୀବତ୍ସ ପଣ୍ଡା". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୩୦/୦୯/୨୦୧୫ ପୃଷ୍ଠା ୯. Retrieved 30 September 2015.[permanent dead link]