ନର୍ମଦା ନିଳୋତ୍ପଳା
ଦେଖଣା
ନର୍ମଦା ନିଳୋତ୍ପଳା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୭୨ ବାଲିପଡ଼ା, ପଟ୍ଟାମୁଣ୍ଡାଇ,କେନ୍ଦ୍ରାପଡ଼ା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଜୀବନସାଥୀ | ସେନାପତି ପ୍ରଦ୍ୟୁମ୍ନ କେଶରୀ |
ନର୍ମଦା ନିଳୋତ୍ପଳା (ଜନ୍ମ: ୧୯୭୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ ଓ ସେ ଉଭୟ କବିତା ଓ ଗଳ୍ପ ରଚନା ତଥା ଫିଚର ଓ ଶିଶୁଗଳ୍ପ ପାଇଁ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ କୃତି ଭିତରେ କବିତା ପୁସ୍ତକ ଦୁଃଖଦୋଳୀ (୨୦୧୨), ସୂର୍ଯ୍ୟଫୁଲ (୨୦୧୬), ନିଜେ ନିଜର ପ୍ରେମକ୍ଷେତ୍ର (୨୦୧୯) ଏବଂ ଗଳ୍ପ ପୁସ୍ତକ ମୁଁ ନଥିବା ଯାଏ (୨୦୧୩) ଏବଂମାଟିପିଣ୍ଡା - ୨୦୧୬ ଜଣାଶୁଣା । ଓଡ଼ିଆ ଲେଖକ ସେନାପତି ପ୍ରଦ୍ୟୁମ୍ନ କେଶରୀ ତାଙ୍କର ବୈବାହିକ ସାଥୀ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଲେଖକ ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ସହ ବିବାହିତ ।
ରଚନାବଳୀ
[ସମ୍ପାଦନା]ନର୍ମଦା ଉଭୟ ଓଡ଼ିଆ କବିତା ଓ ଗଳ୍ପ ରଚନା କରନ୍ତି ।
କବିତା ପୁସ୍ତକ
[ସମ୍ପାଦନା]- ଦୁଃଖଦୋଳୀ - ୨୦୧୨
- ସୂର୍ଯ୍ୟଫୁଲ - ୨୦୧୬
- ନିଜେ ନିଜର ପ୍ରେମକ୍ଷେତ୍ର - ୨୦୧୯
- ଚିତ୍ରମୟ ମିତ୍ରମୟ - ୨୦୨୩
ଗଳ୍ପ ପୁସ୍ତକ
[ସମ୍ପାଦନା]- ମୁଁ ନଥିବା ଯାଏ - ୨୦୧୩
- ମାଟିପିଣ୍ଡା - ୨୦୧୬[୧]
ଆଧାର
[ସମ୍ପାଦନା]- ↑ "ପହିଲି ପୁଲକ". ଧରିତ୍ରୀ ସାହିତ୍ୟାୟନ ଜାରୁଆରୀ ୧୦-୨୩ ପୃଷ୍ଠା ୮. Retrieved 10 January 2018.