ନନ୍ଦ କିଶୋର ପୃଷ୍ଟି

ଉଇକିପିଡ଼ିଆ‌ରୁ
ନନ୍ଦ କିଶୋର ପୃଷ୍ଟି
ନନ୍ଦ କିଶୋର ପୃଷ୍ଟି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ଅବସରରେ
ଜନ୍ମ
ମୃତ୍ୟୁ
ବୃତ୍ତିଶିକ୍ଷକତା
ସକ୍ରିୟ ବର୍ଷ୧୯୪୬ରୁ ଏପର୍ଯ୍ୟନ୍ତ
ବୈବାହିକ-ସାଥୀରୁକ୍ମଣୀ
ସନ୍ତାନଗଣେଶ୍ୱର, ନିରଞ୍ଜନ, ସତ୍ୟଭମା, ଗମନୀ
ପିତାମାତା(s)ନାଭ ପୃଷ୍ଟି, ଚନ୍ଦ୍ରମଣି ପୃଷ୍ଟି
ପୁରସ୍କାରପଦ୍ମଶ୍ରୀ ୨୦୨୦

ନନ୍ଦ କିଶୋର ପୃଷ୍ଟି (ମୃତ୍ୟୁ: ୭ ଡିସେମ୍ବର ୨୦୨୧‌) ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କଣ୍ଟିରା ଗ୍ରାମର ଜଣେ ଚାଟଶାଳି ଶିକ୍ଷକ ଥିଲେ । ସେ ନନ୍ଦ ପୃଷ୍ଟିନନ୍ଦ ସାର ନାମରେ ମଧ୍ୟ ପରିଚିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କୁ ୨୦୨୦ ବର୍ଷ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୧][୨]

ଜୀବନୀ[ସମ୍ପାଦନା]

ନନ୍ଦ କିଶୋରଙ୍କ ପିତାଙ୍କ ନାମ ନାଭ ପୃଷ୍ଟି ଓ ମାତାଙ୍କ ନାମ ଚନ୍ଦ୍ରମଣି ପୃଷ୍ଟି ଥିଲା ।[୩] ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ । ତାଙ୍କ ଗାଁରେ ପିଲାମାନଙ୍କ ଶିକ୍ଷାପାଇଁ ସୁବିଧା ନଥିବାରୁ ସେ ୧୯୪୬ ମସିହାରୁ ନିଜେ ପିଲାଙ୍କୁ ପାଠ ପଢ଼େଇବା ଆରମ୍ଭ କରିଥିଲେ । ତାଙ୍କ ବୟସରୁ ୧୦୦ରୁ ଅଧିକ ହେବା ପରେ ମଧ୍ୟ, ସେ ଛୋଟ ପିଲାମାନଙ୍କୁ ସକାଳ ସନ୍ଧ୍ୟା ଦୁଇବେଳା ଓ ବୟସ୍କମାନଙ୍କୁ ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠ ପଢ଼ାଉଥିଲେ ।[୪] ୭୫ ବର୍ଷର ଶିକ୍ଷାଦାନ ମଧ୍ୟରେ ନନ୍ଦ ସାର ୩୦୦୦ରୁ ଅଧିକ ଛାତ୍ରଛାତ୍ରଙ୍କୁ ଶିକ୍ଷିତ କରିଛନ୍ତି ।[୫] ନନ୍ଦ ସାରଙ୍କ ପତ୍ନୀ ରୁକ୍ମଣୀଙ୍କର ପରଲୋକ ଘଟିସାରିଛି । ଗଣେଶ୍ୱର ଓ ନିରଞ୍ଜନ ନାମରେ ଦୁଇ ପୁଅ ଏବଂ ସତ୍ୟଭାମା ଓ ଗମନୀ ନାମରେ ଦୁଇ ଝିଅ ଅଛନ୍ତି ।[୬] ନନ୍ଦ ସାରଙ୍କ ଜୀବନୀ ଉପରେ ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି, ଯାହାକି ୨୦୨୨ ମସିହାର ମାର୍ଚ୍ଚ ମାସରେ ମୁକ୍ତିଲାଭ କରିବ ।[୭]

୨୦୨୧ ମସିହା ଡିସେମ୍ବର ୭ ତାରିଖରେ କରୋନାରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ଘଟିଥିଲା ।[୮] ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା ।[୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ନନ୍ଦ କିଶୋର ପୃଷ୍ଟି ୨୦୨୧ ମସିହାର ଡିସେମ୍ବର ୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ୧୦୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧୨]

ଆଧାର[ସମ୍ପାଦନା]

  1. "102-year-old Nanda Prusty receives Padma Shri for providing free education in Odisha". www.indiatoday.in. India Today. Archived from the original on 10 November 2021. Retrieved 10 November 2021.
  2. "ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଯାଜପୁରର ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ". www.kanaknews.com. କନକ ଟିଭି. Archived from the original on 10 November 2021. Retrieved 10 November 2021.
  3. "ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି(ନନ୍ଦ ସାର)ଙ୍କ ସହ ସାକ୍ଷାତକାର". www.udayabataenews.com/. udayabataenews.com. Archived from the original on 10 November 2021. Retrieved 10 November 2021.
  4. "୧୦୨ ଛୁଇଁଲାଣି, ଏବେ ବି ଚାଲିଛି ନନ୍ଦ ସାର୍‌ଙ୍କ ଚାଟଶାଳୀ". www.nandighoshatv.com. ନନ୍ଦିଘୋଷ ଟିଭି. Archived from the original on 10 November 2021. Retrieved 10 November 2021.
  5. "ଚାଟଶାଳୀରୁ ନନ୍ଦ ସାର୍‌ଙ୍କୁ ପଦ୍ମଶ୍ରୀ". www.prameya.com/. ପ୍ରମେୟ. Archived from the original on 11 November 2021. Retrieved 11 November 2021.
  6. "ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ". www.dharitri.com. ଧରିତ୍ରୀ. Archived from the original on 11 November 2021. Retrieved 11 November 2021.
  7. "ନନ୍ଦ ସାରଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର". www.dharitri.com. ଧରିତ୍ରୀ. Archived from the original on 10 November 2021. Retrieved 10 November 2021.
  8. "ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାରଙ୍କ ପରଲୋକ: ୧୦୪ ବର୍ଷ ବୟସରେ ଦେହାନ୍ତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 7 December 2021.
  9. "ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ". Prameyanews7. ଭୁବନେଶ୍ୱର. 7 December 2021. Archived from the original on 7 December 2021. Retrieved 7 December 2021.
  10. "President confers Padma Shri on 'Nanda Sir', gets blessings in return". www.hindustantimes.com. The Hindustan Times. Archived from the original on 10 November 2021. Retrieved 10 November 2021.
  11. "Padma Awardee Nanda Prusty Blesses President Kovind During Honour, Photo Goes Viral". www.news18.com. news18.com. Archived from the original on 10 November 2021. Retrieved 10 November 2021.
  12. "ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ପରଲୋକ; ୧୦୩ ବର୍ଷ ବୟସରେ ଆର ପାରିକୁ ଗଲେ ସବୁରି ପ୍ରିୟ 'ନନ୍ଦ ସାର'". ସମ୍ବାଦ. ଯାଜପୁର: sambad.in. 7 December 2021. Archived from the original on 7 December 2021. Retrieved 7 December 2021.