କୃଷ୍ଣମୋହନ ମହାନ୍ତି
ଦେଖଣା
କୃଷ୍ଣମୋହନ ମହାନ୍ତି | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୫ ଅଗଷ୍ଟ ୧୯୧୯ କୁଳନ୍ତିରା ଶାସନ, ବାଲିପାଟଣା, ଖୋର୍ଦ୍ଧା ଜିଲ୍ଲା |
| ମୃତ୍ୟୁ | ୧୯ ଜୁଲାଇ ୨୦୧୩ (ବୟସ ୯୩) |
| ବୃତ୍ତି | ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ, ଅନୁବାଦକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
| ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
କୃଷ୍ଣମୋହନ ମହାନ୍ତି (୧୫ ଅଗଷ୍ଟ ୧୯୧୯ - ୧୯ ଜୁଲାଇ ୨୦୧୩), ଜଣେ ଓଡ଼ିଆ ସାହିତ୍ୟିକ ତଥା ଅନୁବାଦକ । ଇଂରାଜୀ, ବଙ୍ଗଳା ଭାଷା ସାହିତ୍ୟରୁ ଅନୁବାଦିତ ତାଙ୍କର ଆଠଟି ପୁସ୍ତକ ପ୍ରକାଶିତ ହୋଇଛି । ୧୯୪୩ ମସିହାରେ ତାଙ୍କଦ୍ୱାରା ଅନୁବାଦିତ ଆନ୍ଥୋନୀ ହଫଙ୍କ ପୁସ୍ତକ, 'ଜେଣ୍ଡାର ବନ୍ଦୀ'[୧] ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । ୨୦୧୨ ଅଗଷ୍ଟ ୧୫ ତାରିଖ ଦିନ, ତାଙ୍କର 'ଦଶଟି ବିଦେଶୀ ଗଳ୍ପ' ଲୋକାର୍ପିତ ହୋଇଥିଲା । ଶ୍ରୀ ମହାନ୍ତି, ପ୍ରଥମେ 'ବୋର୍ଡ ଅଫ ରେଭେନ୍ୟୁ' ଓ ପରେ ଓଡ଼ିଶା ପ୍ରଶାସନିକ ସେବାରେ କାମ କରିଥିଲେ ।
୨୦୧୩ ମସିହା, ଜୁଲାଇ ୧୯ ତାରଖ, ବାହୁଡ଼ା ଦିନ ମହାନ୍ତି ମୃତ୍ୟୁବରଣ କରିଥିଲେ ।
ଓଡ଼ିଆ ସାହିତ୍ୟକୁ ଅବଦାନ
[ସମ୍ପାଦନା]- ଜେଣ୍ଡାର ବନ୍ଦୀ
- ଦଶଟି ବିଦେଶୀ ଗଳ୍ପ
ପୁରସ୍କାର ଓ ସ୍ୱୀକୃତି
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Sherry Simon; Paul St-Pierre (2000). Changing the Terms: Translating in the Postcolonial Era. University of Ottawa Press. pp. 77–. ISBN 978-0-7766-0524-1.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 18 November 2017.
- ↑ ସମ୍ବାଦ ୨୦ ଜୁଲାଇ ୨୦୧୩