କୃଷ୍ଣମୋହନ ମହାନ୍ତି

ଉଇକିପିଡ଼ିଆ‌ରୁ
କୃଷ୍ଣମୋହନ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1919-08-15)୧୫ ଅଗଷ୍ଟ ୧୯୧୯
କୁଳନ୍ତିରା ଶାସନ, ବାଲିପାଟଣା, ଖୋର୍ଦ୍ଧା ଜିଲ୍ଲା
ମୃତ୍ୟୁ୧୯ ଜୁଲାଇ ୨୦୧୩(2013-07-19) (ବୟସ ୯୩)
ବୃତ୍ତିଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ, ଅନୁବାଦକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ

କୃଷ୍ଣମୋହନ ମହାନ୍ତି (୧୫ ଅଗଷ୍ଟ ୧୯୧୯ - ୧୯ ଜୁଲାଇ ୨୦୧୩), ଜଣେ ଓଡ଼ିଆ ସାହିତ୍ୟିକ ତଥା ଅନୁବାଦକ । ଇଂରାଜୀ, ବଙ୍ଗଳା ଭାଷା ସାହିତ୍ୟରୁ ଅନୁବାଦିତ ତାଙ୍କର ଆଠଟି ପୁସ୍ତକ ପ୍ରକାଶିତ ହୋଇଛି । ୧୯୪୩ ମସିହାରେ ତାଙ୍କଦ୍ୱାରା ଅନୁବାଦିତ ଆନ୍ଥୋନୀ ହଫଙ୍କ ପୁସ୍ତକ, 'ଜେଣ୍ଡାର ବନ୍ଦୀ'[୧] ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । ୨୦୧୨ ଅଗଷ୍ଟ ୧୫ ତାରିଖ ଦିନ, ତାଙ୍କର 'ଦଶଟି ବିଦେଶୀ ଗଳ୍ପ' ଲୋକାର୍ପିତ ହୋଇଥିଲା । ଶ୍ରୀ ମହାନ୍ତି, ପ୍ରଥମେ 'ବୋର୍ଡ ଅଫ ରେଭେନ୍ୟୁ' ଓ ପରେ ଓଡ଼ିଶା ପ୍ରଶାସନିକ ସେବାରେ କାମ କରିଥିଲେ ।

୨୦୧୩ ମସିହା, ଜୁଲାଇ ୧୯ ତାରଖ, ବାହୁଡ଼ା ଦିନ ମହାନ୍ତି ମୃତ୍ୟୁବରଣ କରିଥିଲେ ।

ଓଡ଼ିଆ ସାହିତ୍ୟକୁ ଅବଦାନ[ସମ୍ପାଦନା]

  • ଜେଣ୍ଡାର ବନ୍ଦୀ
  • ଦଶଟି ବିଦେଶୀ ଗଳ୍ପ

ପୁରସ୍କାର ଓ ସ୍ୱୀକୃତି[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ, ୨୦୧୧ [୨]
  • ଝଙ୍କାର ବିଷୁବ ସମ୍ମାନ
  • ଚଲାପଥ ସମ୍ମାନ
  • ରେଲୱ ସାହିତ୍ୟ ସମାଜ ସମ୍ମାନ[୩]

ଆଧାର[ସମ୍ପାଦନା]

  1. Sherry Simon; Paul St-Pierre (2000). Changing the Terms: Translating in the Postcolonial Era. University of Ottawa Press. pp. 77–. ISBN 978-0-7766-0524-1.
  2. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 18 November 2017.
  3. ସମ୍ବାଦ ୨୦ ଜୁଲାଇ ୨୦୧୩