ପ୍ରଦୀପ ଦାଶ

ଉଇକିପିଡ଼ିଆ‌ରୁ
ପ୍ରଦୀପ ଦାଶ
ଜନ୍ମ ଓ ଜନ୍ମସ୍ଥାନ୧୯୬୧
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮

ପ୍ରଦୀପ ଦାଶ, ଜଣେ ଓଡ଼ିଆ ଗାଳ୍ପିକ । ୧୯୯୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଘୁମ୍ ପାହାଡ଼ର ନଈ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ ପୁସ୍ତକ "ମୀମାଂସା" ଉପରେ ପର୍ଯ୍ୟବସିତ, ସମନାମରେ ଏକ ଓଡ଼ିଆ କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଦାଶ, ସେହି ଚଳଚ୍ଚିତ୍ରର ସଂଳାପ ମଧ୍ୟ ରଚନା କରିଥିଲେ । ବୃତ୍ତିରେ ଦାଶ, ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।[୧]

ରଚନାବଳୀ[ସମ୍ପାଦନା]

  • ଚରୁ ଚିବର ଓ ଚର୍ଯ୍ୟା
  • ଅରୁନ୍ଧତୀର ଆଲୁଅ - ୨୦୧୫ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • ଘୁମ୍ ପାହାଡ଼ର ନଈ - ୨୦୦୧ (ସରସ୍ୱତୀ ଦେବୀ)
  • ମୀମାଂସା - ୨୦୦୪ (ଜ୍ୟୋତ୍ସ୍ନା ମିଶ୍ର)
  • ରାଧା ତମାଳ - ୨୦୦୯ (ଅଗ୍ରଦୂତ)
  • ସୁବର୍ଣ୍ଣା ଆଁରେ ଗାଁ - ୨୦୦୭ (ସୁଧା ପ୍ରକାଶନ)
  • ସୁତ ଉବାଚ - ୨୦୧୧ (ବିଦ୍ୟାପୁରୀ)[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଘୁମ୍ ପାହାଡ଼ର ନଈ) - ୧୯୯୮ [୩]
  • ଶାରଳା ପୁରସ୍କାର - ୨୦୧୯[୪]
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୧୮[୫]

ଆଧାର[ସମ୍ପାଦନା]

  1. "କଥାକାର ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର". odishasambad.in. odisha sambad. Retrieved 7 September 2019.
  2. "National Library of India". opac.nationallibrary.gov.in. Retrieved 27 December 2018.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 December 2018.
  4. "ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର". sambad.in. sambad.in. Retrieved 7 September 2019.
  5. "ଉତ୍କଳ ସାହିତ୍ୟ ସମାଜ ସମାବର୍ତ୍ତନ ଉତ୍ସବ ମେ ୫ରେ : ପ୍ରଫେସର ପ୍ରଭାତ ପଟ୍ଟନାୟକ ପାଇବେ ଉତ୍କଳ ରତ୍ନ". ସମ୍ବାଦ. Retrieved 7 December 2020.

Lua error in package.lua at line 80: module 'Module:Authority control/config' not found.