ଗୋପାଳ ଚନ୍ଦ୍ର ପଣ୍ଡା
ଗୋପାଳ ଚନ୍ଦ୍ର ପଣ୍ଡା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଓଡ଼ିଶୀ ସଙ୍ଗୀତ ଗୁରୁ |
ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ | |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ପୁରସ୍କାର | କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୧] |
ଗୋପାଳ ଚନ୍ଦ୍ର ପଣ୍ଡା (ଜନ୍ମ : ୧୭ ଜୁନ ୧୯୪୦) ଜଣେ ଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗାୟକ । ଓଡ଼ିଶୀ ସଙ୍ଗୀତ ସାଧନା, ଶିକ୍ଷାଦାନ ଓ ଅନୁସନ୍ଧାନ ତଥା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ସେ ଚେଷ୍ଟିତ ଅଛନ୍ତି । ତାଙ୍କୁ ୨୦୦୦ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୧୧ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା ।[୨] ସଙ୍ଗୀତ ସାଧକ ଭିନ୍ନ ସେ ଜଣେ ଓଡ଼ିଆ ଭାଷାପ୍ରେମୀ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଗୋପାଳ ଚନ୍ଦ୍ର, ୧୯୪୦ ମସିହାରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଘରେ ବିଭିନ୍ନ ପୂଜା ପାର୍ବଣରେ ସଙ୍ଗୀତର ଆୟୋଜନ କରାଯାଉଥିଲା । ସେ ସବୁ ଛୋଟବେଳୁ ଦେଖି, ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ କଣ୍ଠସ୍ୱର ସମସ୍ତଙ୍କୁ ଭଲ ଲାଗୁଥିଲା । ବଡ଼ ଭାଇ "ନନ୍ଦ କିଶୋର ପଣ୍ଡା"ଙ୍କ ପ୍ରେରଣାରେ ସେ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ । ଘରେ ସଙ୍ଗୀତର ପୃଷ୍ଠପୋଷକତା ପାଇଁ ଜମିବାଡ଼ି ସମ୍ପତ୍ତି ବିକ୍ରୀ ହୋଇ ଯାଇଥିଲା ଓ ଅର୍ଥାଭାବ ଯୋଗୁ ତାଙ୍କ ସଙ୍ଗୀତ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା । ପାଠରେ ସେ ଭଲ ଥିଲେ, ତେଣୁ ପରିବାରର ଇଚ୍ଛା ଥିଲା ସେ ପାଠରେ ମନୋନିବେଶ କରନ୍ତୁ । କିନ୍ତୁ ସେ କଲିକତା ଚାଲି ଯାଇ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । କଲିକତାରୁ ବାରଣାସୀ ଓ ପୁନେ ଯାଇ ସେ ଅଧିକ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ପଣ୍ଡିତ କୁଣ୍ଡଳ ଆଦିନାରାୟଣ ରାଓ, ଜି ସି ପଲୁସ୍କର ଓ ସିଂହାରୀ ଶ୍ୟାମସୁନ୍ଦର କରଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]୧୯୭୨ ମସିହାରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ "ଓଡ଼ିଶୀ କଣ୍ଠ ସଙ୍ଗୀତ" ବିଭାଗରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୬ ବର୍ଷ ସେଠାରେ ଶିକ୍ଷାଦାନ କରି ସେ ୧୯୯୮ ମସିହାରେ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।[୩] ଅବସର ପରେ ସେ "ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ" ପ୍ରତିଷ୍ଠା କରି, ଓଡ଼ିଶୀ ସଙ୍ଗୀତ ଉପରେ ଅନୁସନ୍ଧାନ ଜାରୀ ରଖିଛନ୍ତି ଓ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟଦା ପାଇବା ପାଇଁ ପ୍ରୟାସ କରୁଛନ୍ତି । ଏହି ଅନୁଷ୍ଠାନ ଆନୁକୁଲ୍ୟରେ ପ୍ରତିବର୍ଷ "ଓଡ଼ିଶୀ ରାଗ ଉତ୍ସବ"ର ଆୟୋଜନ କରା ଯାଇଥାଏ ।[୪] ସେ ସେ ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ସଂରଚନା କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ ଉପରେ ପର୍ଯ୍ୟବସିତ ତାଙ୍କର ଅନେକ ଆଲବମ ରହିଛି । ସେ ଓଡ଼ିଶୀ ସଙ୍ଗୀତ ଉପରେ ପର୍ଯ୍ୟବସିତ ପୁସ୍ତକମାନ ରଚନା କରିଛନ୍ତି । ସେ ସବୁ :
ରଚନାବଳୀ
[ସମ୍ପାଦନା]- ଓଡ଼ିଶୀ ରାଗ ରତ୍ନାବଳୀ
- ଓଡ଼ିଶୀ ସଙ୍ଗୀତ ମଞ୍ଜରୀ
- ଓଡ଼ିଶୀ ରାଗ ପ୍ରକାଶ
- ଓଡ଼ିଶୀ ରାଗ ପରିଚୟ
- ଓଡ଼ିଶୀ ରାଗ ବିଜ୍ଞାନ
- ଶ୍ରୀ ଗୀତ ଗୋବିନ୍ଦ ସ୍ୱରଲିପି[୫]
ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୧[୬]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୦
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୯
- ସଂଗୀତ ସୁଧାକର ସ୍ମାରକୀ ସମ୍ମାନ - ୨୦୧୯ ( ନାଲକୋଦ୍ୱାରା ପ୍ରଦତ୍ତ)[୭]
- ଗଙ୍ଗାଧର ସ୍ମୃତି ପୁରସ୍କାର, ୨୦୧୧[୮]
ଆଧାର
[ସମ୍ପାଦନା]- ↑ "Gopal Ch. Panda To Receive Sangeet Natak Akademi Award". odishatv.in. odisha tv. Archived from the original on 2 March 2020. Retrieved 2 March 2020.
- ↑ "ସଙ୍ଗୀତ ନାଟକ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କଳାକାରଙ୍କୁ ସଂସ୍କୃତି ମନ୍ତ୍ରୀଙ୍କ ଶୁଭେଚ୍ଛା" (PDF). inpr.odisha.gov.in. inpr.odisha.gov.in.
- ↑ "ସାକ୍ଷାତକାର". No. ରବିବାର ସମ୍ବାଦ ୦୧/୦୩/୨୦୨୦ ପୃଷ୍ଠା ୬. ସମ୍ବାଦ. Retrieved 2 March 2020.
- ↑ "In solidarity with Odissi". www.thehindu.com. the hindu. Retrieved 2 March 2020.
- ↑ "Book to popularise Odissi ragas - Gopal Chandra Panda brings out his 40 years of research on music". www.telegraphindia.com. telegraph. Retrieved 2 March 2020.
- ↑ "Gopal Chandra Panda". sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ. Retrieved 2 March 2020.
- ↑ "ଗୋପାଳ ପଣ୍ଡା ପାଇବେ ନାଲ୍କୋ ସଂଗୀତ ସୁଧାକର ସ୍ମାରକୀ ସମ୍ମାନ". sambad.in/. ସମ୍ବାଦ. Retrieved 2 March 2020.
- ↑ "୩ଜଣଙ୍କୁ ମିଳିବ ଗଙ୍ଗାଧର ସ୍ମୃତି ପୁରସ୍କାର". dharitri.com/e-Paper. Retrieved 10 February 2021.