ଛବିଳ ମଧୁ ବର୍ଣ୍ଣବୋଧ

ଉଇକିପିଡ଼ିଆ‌ରୁ
(ଛବିଳ ମଧୁ ବର୍ଣବୋଧରୁ ଲେଉଟି ଆସିଛି)
ଛବିଳ ମଧୁ ବର୍ଣ୍ଣବୋଧ  
ମଲାଟ
ଉପର ମଲାଟ
ଲେଖକମଧୁସୂଦନ ରାଓ
ଦେଶଭାରତ
ଭାଷାଓଡ଼ିଆ
ବିଷୟଓଡ଼ିଆ ବର୍ଣ୍ଣମାଳା ଶିକ୍ଷା
ପ୍ରକାଶ ତାରିଖ୧୮୯୫

ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ୧୮୯୫ ମସିହାରେ ଲେଖାଯାଇଥିଲା ।[୧] ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି ।

ଛବିଳ ମଧୁ ବର୍ଣ୍ଣବୋଧର ପ୍ରଥମ ସଂସ୍କରଣ ଲଣ୍ଡନଠାରେ ପ୍ରକାଶ କରାଯାଇଥିଲା । ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ମିଳୁ ନଥିଲା । ଏହାର ବିକଳ୍ପ ଭାବରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ବହି ବିକ୍ରୀ ହେଉଥିଲା । ୨୦୧୩ ମସିହାରେ ଏହି ପୁସ୍ତକକୁ ବ୍ରେଲୀ ଅକ୍ଷରରେ ପ୍ରକାଶ କରାଯିବାକୁ ଯୋଜନା କରାଯାଇଥିଲା ।[୨] ସେହିପରି ୨୦୧୪ ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବହିଟିକୁ ପୁନଃପ୍ରକାଶନ କରି ଅନେକ ତୃଟି ବିଚ୍ୟୁତି ଯୋଗୁ ବିବାଦଘେରକୁ ଆସିଥିଲା ।[୩]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Bhaktakabi Madhusudan Rao". 123orissa.com. Archived from the original on 6 March 2012. Retrieved 10 January 2013. A book named Barnabodha was published in 1895, which was written by Madhusudan Rao
  2. http://www.odiasahitya.com/odia-language-literature-discussion/nuatana-rupare-madhusudan-raonka-barnabodha/
  3. http://sambad.in/state/chabila-madhu-barna-bodha-113239/