କୃଷ୍ଣ ଚନ୍ଦ୍ର ଭୂୟାଁ

ଉଇକିପିଡ଼ିଆ‌ରୁ
କୃଷ୍ଣ ଚନ୍ଦ୍ର ଭୂୟାଁ
Born (1941-02-03) ୩ ଫେବୃଆରୀ ୧୯୪୧ (ବୟସ ୮୩)
ରାଉତସାହି, ଯାଜପୁର
Nationalityଭାରତୀୟ
Spouseନିର୍ମଳା ଭୂୟାଁ[୧]

କୃଷ୍ଣ ଚନ୍ଦ୍ର ଭୂୟାଁ, କଲିକତାରେ ଅବସ୍ଥାପିତ ଜଣେ ଓଡ଼ିଆ ଅଧ୍ୟାପକ, ଗବେଷକ ଏବଂ ସମାଲୋଚକ ।[୨] "କଳିଙ୍ଗ ଯୁଦ୍ଧ" ସମ୍ପର୍କରେ ସେ ଗବେଷଣା କରି, ବହୁ ତଥ୍ୟକୁ ଆଗକୁ ଆଣି ପାରିଛନ୍ତି ।

କୃଷ୍ଣ ଚନ୍ଦ୍ର, ୧୯୪୧ ମସିହା ଫେବୃୟାରୀ ୩ତାରିଖରେ ଯାଜପୁର ଜିଲ୍ଲାର ରାଉତସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୩] ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ତାଙ୍କ ଛାତ୍ର ଜୀବନ ଓ ଅଧ୍ୟାପକ ଜୀବନ ଅତିବାହିତ[୪] ହୋଇଛି । ଛାତ୍ରଜୀବନରୁ ସେ ପଶ୍ଚିମବଙ୍ଗର ଓଡ଼ିଆ ଶ୍ରମିକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ଓ ସେମାନଙ୍କ ସହ ସାଂସ୍କୃତିକ ତଥା ସାଙ୍ଗଠନିକ ସ୍ଥରରେ ଜଡ଼ିତ ରହିଛନ୍ତି । କଲିକତାର ଉତ୍କଳ ଭବନ ନିକଟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ତଥା ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା କରାଇବରେ ତାଙ୍କର ଭୂମିକା ରହିଛି । ଏହା ବ୍ୟତିତ, କଲିକତାର ବହୁ ଓଡ଼ିଆ ଅନୁଷ୍ଠାନ ସହ ସେ ଜଡ଼ିତ ।[୫][୬]

ସାହିତ୍ୟ ସର୍ଜନା[ସମ୍ପାଦନା]

ଓଡ଼ିଆ ଭାଷା ଅଧ୍ୟାପନା ସାଙ୍ଗକୁ ସାହିତ୍ୟ ସର୍ଜନାରେ ମନୋନିବେଷ କରିଛନ୍ତି । ୧୯୬୦ ମସିହାରେ ଦୈନିକ "କଳିଙ୍ଗ" ପତ୍ରିକାର ରବିବାର ସାହିତ୍ୟ ପୃଷ୍ଠାରେ ତାଙ୍କର ପ୍ରଥମ ପ୍ରବନ୍ଧ ସ୍ଥାନ ପାଇଥିଲା । ପ୍ରବନ୍ଧର ଶିର୍ଷକ ଥିଲା "ଭାରତରେ ଜନ୍ମ ବୃଦ୍ଧି ସମସ୍ୟା" । ପରବର୍ତ୍ତୀ ସମୟରେ ତାଙ୍କର ବହୁ ଗବେଷଣା ଓ ସମାଲୋଚନାଧର୍ମୀ ପୁସ୍ତକ ପ୍ରକାଶ ପାଇଛି ।[୭]

ରଚନାବଳୀ[ସମ୍ପାଦନା]

  • ଓଡ଼ିଆ ଲେଖକ ପରିଚୟ[୮]
  • ବୁଦ୍ଧମ୍ ଶରଣମ୍ ଗଚ୍ଛାମି
  • ଉନବିଂଶ ଶତାବ୍ଦୀର କଲିକତାରେ ଓଡ଼ିଆ
  • କଲିକତାରେ ଓଡ଼ିଆ ଶ୍ରମିକ ଆନ୍ଦୋଳନ
  • ଓଡ଼ିଶାର ମହିୟସୀ ମହିଳା
  • ମୋ କଥା ସେମାନଙ୍କ କଥା
  • କଥା କଟକରୁ କଲିକତା

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଯୁଗାନ୍ତର ପୁରସ୍କାର
  • ପ୍ରବାସୀ ପୁରୁଷ ସମ୍ମାନ[୯]

ଆଧାର[ସମ୍ପାଦନା]

  1. Krishna Bhattacharya (1993). Bengali-Oriya Verb Morphology: A Contrastive Study. Das Gupta & Company.
  2. http://www.nationallibrary.gov.in/nat_lib_stat/pdfs/National%20Book%20Week.pdf
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 176–. ISBN 978-81-260-0873-5.
  4. http://www.caluniv.ac.in/academic/arts_cill.html
  5. http://prameyanews7.com/en/feb2016/odisha/15192/Kolkata-based-Odia-bodies-hold-language-meet-Odia-language-meetOdisha-Odisha.htm
  6. http://www.telegraphindia.com/1130719/jsp/saltlake/story_17131599.jsp#.VtgiTUAwDSg
  7. Śaiḷabāḷā Dāsa (2007). Tribute of a daughter to her father. Bona. ISBN 978-81-87493-28-0.
  8. Pitambara Padhi (1994). Reference Sources in Modern Indian Languages: A Study on Oriya Language. Gayatridevi Publications.
  9. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଫେବୃୟାରୀ ୨୦-ମାର୍ଚ୍ଚ ୪ ପୃଷ୍ଠା ୪. Retrieved 3 March 2016.