ହରିହର ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search

ଏହି ଲେଖାଟି ପଣ୍ଡିତ ହରିହର ଦାସଙ୍କ ବାବଦରେ, ସତ୍ୟବାଦୀର ପ୍ରସିଦ୍ଧ ପଞ୍ଚସଖାଙ୍କ ଭିତରେ ଅନ୍ୟତମ ହରିହର ଦାସଙ୍କ ପାଇଁ ଆଚାର୍ଯ୍ୟ ହରିହର ପୃଷ୍ଠା ଦେଖନ୍ତୁ।

ପଣ୍ଡିତ ହରିହର ଦାସ
ଜନ୍ମ ଓ ଜନ୍ମସ୍ଥାନ୧୮୪୩
ମୃତ୍ୟୁ୯ ଫେବ୍ରୁଆରୀ ୧୯୭୪
ଜାତୀୟତାଭାରତୀୟ
ଜଣାଶୁଣା କାମ
ପୁରୀରେ ସଂସ୍କୃତ କଲେଜର ପ୍ରତିଷ୍ଠା

ପଣ୍ଡିତ ହରିହର ଦାସ ପୁରୀଜିଲ୍ଲା ସତ୍ୟବାଦୀ ପାଖ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

ସମାଜ ସଂସ୍କାର[ସମ୍ପାଦନା]

ସେ ୧୮୬୬-୧୮୬୭ର ନଅଙ୍କ ଦୁର୍ଭିକ୍ଷ ପରେ ପୁରୀରେ ପ୍ରଥମେ ଏକ ସଂସ୍କୃତ ବିଦ୍ୟାଳୟ ଆରମ୍ଭ କରିଥିଲେ। ସେହି ସ୍କୁଲର ଛାତ୍ରମାନଙ୍କୁ ସେ ନିଜ ଖର୍ଚରେ ବହି ଓ ଖାଦ୍ୟ ଯୋଗାଇ ଦେଉଥିଲେ। ସେ ଇଂରାଜୀ, ଗ୍ରୀକ୍ ପ୍ରଭୃତି ବହୁ ବିଦେଶୀ ଭାଷାରେ ପଣ୍ଡିତ ଥିଲେ ଏବଂ ସଂସ୍କୃତ ତଥା ହିନ୍ଦୀରେ ମଧ୍ୟ ପାରଂଗମ ଥିଲେ। ପିଲାମାନଙ୍କୁ ପଢ଼ାଇବାରେ ତାଙ୍କର ଏତେ ଝୁଙ୍କ ଥିଲା ଯେ, ସେ ଛାତ୍ରମାନଙ୍କୁ ଲୁଚାଇ ଘରେ ଖାଇବା ପିଇବାକୁ ଦେଇ ଇଂରାଜୀ ପଢ଼ାଉଥିଲେ। ବହୁଲକ୍ଷ ଟଙ୍କା ଖର୍ଚ କରି ସେ ପୁରୀରେ ବିଜ୍ଞାନ, ଦର୍ଶନ, ଗଣିତ, ଇଂରାଜୀ, ଗ୍ରୀକ୍, ସଂସ୍କୃତ ଓ ହିନ୍ଦୀ ପଢାଇବାର ବନ୍ଦୋବସ୍ତ କରିବାପାଇଁ ପ୍ରସ୍ତାବ ରଖିଥିଲେ। ବିଭିନ୍ନ ପ୍ରଚାର ପତ୍ରରୁ ଏହାର ପ୍ରମାଣ ମିଳିଥାଏ।

ଅବଦାନ[ସମ୍ପାଦନା]

ପୁରୀରେ ଥିବା ସଂସ୍କୃତ କଲେଜର ସ୍ଥାପୟିତା ହେଉଛନ୍ତି ପଣ୍ଡିତ ହରିହର ଦାସ। ଏହି କଲେଜ ସ୍ଥାପନା ପାିଇଁ ସେ ବଳରାମପୁର ରାଜାଙ୍କଠାରୁ ଏକକାଳୀନ ୫୫୦୦୦ ଟଙ୍କା ଓ ବାର୍ଷିକ ୧୩୦୦ ଟଙ୍କା ଛାତ୍ରବୃତ୍ତି ଆଣିଥିଲେ।

ମହାପ୍ରୟାଣ[ସମ୍ପାଦନା]

୧୮୭୪ ମସିହା ଫେବ୍ରୁଆରୀ ୯ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଆଧାର[ସମ୍ପାଦନା]