Jump to content

ସୌଭାଗ୍ୟବନ୍ତ ମହାରଣା

ଉଇକିପିଡ଼ିଆ‌ରୁ
(Soubhagyabanta Maharanaରୁ ଲେଉଟି ଆସିଛି)
ସୌଭାଗ୍ୟବନ୍ତ ମହାରଣା
ଜନ୍ମ (1951-08-15) ୧୫ ଅଗଷ୍ଟ ୧୯୫୧ (ବୟସ ୭୩)
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଆ କବି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ସୌଭାଗ୍ୟବନ୍ତ ମହାରଣା, (ଜନ୍ମ: ୧୫ ଅଗଷ୍ଟ ୧୯୫୧) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଓ ଅନୁବାଦକ ।[] ସେ ୧୯୫୧ ମସିହା ଅଗଷ୍ଟ ୧୫ତାରିଖରେ ବଲାଙ୍ଗୀରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୫ମସିହାରୁ ଲେଖାଲେଖି କରୁଥିବା ସୌଭାଗ୍ୟବନ୍ତଙ୍କର ଏଯାବତ ୯ଟି ଓଡ଼ିଆ ଓ ଗୋଟିଏ ହିନ୍ଦୀ କବିତା ପୁସ୍ତକ ପ୍ରକାଶ ପାଇସାରିଛି ଓ ବହୁ ଭାରତୀୟ ଭାଷାରେ ଅନୁବାଦିତ ମଧ୍ୟ ହୋଇସାରିଛି । ତାଙ୍କର ପ୍ରଥମ କବିତା ସଂକଳନ "ସାଗୁଆ କ୍ଷେତର ସହର" ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା । ପତ୍ରପତ୍ରିକାରେ ମଧ୍ୟ ତାଙ୍କର କବିତାଗୁଡ଼ିକ ନିୟମିତ ପ୍ରକାଶିତ ହୋଇଥାଏ । ଅନୁବାଦ ସାହିତ୍ୟରେ ସକ୍ରିୟ ସୌଭାଗ୍ୟବନ୍ତ, ସଚ୍ଚି ରାଉତରାୟ[], ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରତିଭା ଶତପଥୀ, ମନୋରମା ବିଶ୍ୱାଳ ମହାପାତ୍ର, ଗୁରୁ ପ୍ରସାଦ ମହାନ୍ତି, ଜଗନ୍ନାଥ ପ୍ରସାଦ ଦାସ ଆଦି ଓଡ଼ିଆ କବିମାନଙ୍କର ଲେଖାକୁ ଇଂରାଜୀରେ ଅନୁବାଦିତ କରିଛନ୍ତି । "ଭାରତୀୟ ଜୀବନ ବିମା ନିଗମ"ରୁ ଅବସର ଗ୍ରହଣ କରି ସେ ସମ୍ବଲପୁରରେ ବସବାସ କରୁଛନ୍ତି । ସେ ସ୍ଥାପତ୍ୟ ଓ ସମ୍ଭାର ',' ଓଡ଼ିଆ କବିତାର ପୃଷ୍ଠଭୂମି ଓ ପର୍ଯ୍ୟାଲୋଚନା ',' ସାହିତ୍ୟ: ସ୍ୱର ଓ ସ୍ୱରୂପ ',' ସମକାଳୀନ ଓଡ଼ିଆ କବିତା: ଦିଶା ଓ ଦୃଷ୍ଟି ',' ସାହିତ୍ୟ: ସୃଜନ ଓ ସମୀକ୍ଷା ' ଇତ୍ୟାଦି ସମାଲୋଚନା ପୁସ୍ତକ ଗୁଡିକର ରଚୟିତା।

ରଚନାବଳୀ

[ସମ୍ପାଦନା]
  • ସାଗୁଆ କ୍ଷେତର ସହର - ୧୯୮୮
  • ମାଟିପର୍ବ[]
  • ଅପରମ୍ପରା
  • ଅନାବୃତ ଅଜ୍ଞାତବାସ
  • ଅଙ୍ଗୀକାର
  • ସାରାଂଶ
  • ଜୀବନ ପରି ଜୀବନ
  • ଦୃଶ୍ୟାନ୍ତରର ନାୟକ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ, ୨୦୧୦(ମାଟିପର୍ବ ପାଇଁ)[]
  • ଝଙ୍କାର କବିତା ପୁରସ୍କାର - ୨୦୧୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ତୀରତରଙ୍ଗ ସମ୍ମାନ - ୨୦୧୧[]
  • ବସନ୍ତ ମୁଦୁଲି କବିତା ପୁରସ୍କାର, ୧୯୯୧
  • ଗୋକର୍ଣ୍ଣିକା ସମ୍ମାନ
  1. New Delhi. Ananda Bazar Patrika, Limited. 1979.
  2. Sachi Rautroy (1 January 1996). Verticals of Life: Selected Poems of Sachi Raut-Roy. Sahitya Akademi. pp. 8–. ISBN 978-81-260-0138-5.
  3. http://www.telegraphindia.com/1130102/jsp/odisha/story_16389014.jsp#.VEI8_FdoEpo
  4. http://www.thehindu.com/todays-paper/tp-national/tp-otherstates/sahitya-akademi-awards-presented/article4359663.ece
  5. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)
  6. http://www.poemhunter.com/soubhagyabanta-maharana/biography/