ରସାବଳି
ମୂଳ ସ୍ଥାନ | ଭାରତ |
---|---|
ଅଞ୍ଚଳ ବା ରାଜ୍ୟ | କେନ୍ଦ୍ରାପଡ଼ା, ଓଡ଼ିଶା[୧] |
ମୁଖ୍ୟ ଉପାଦାନ | ଛେନା, କ୍ଷୀର, ଚିନି |
|
ରସାବଳି ଛେନା ଓ କ୍ଷୀରରୁ ତିଆରି ଏକ ଓଡ଼ିଆ ମିଠା । ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିଲା ଓ ପ୍ରଧାନତଃ ବଳଦେବଜୀଉ ମନ୍ଦିରରେ ଭୋଗ ଲାଗି ହୁଏ । ତାହା ବ୍ୟତୀତ ଏହା ଜଗନ୍ନାଥ ମନ୍ଦିରରେ ଲାଗି ହେଉଥିବା ଛପନ ଭୋଗରୁ ଅନ୍ୟତମ ।[୨] ରସାବଳୀକୁ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଭାରତ ସରକାର ଭୌଗୋଳିକ ସୂଚକ (ଜିଓଗ୍ରାଫିକାଲ ଇଣ୍ଡିକେଟର) ମାନ୍ୟତା ପ୍ରଦାନ କରିଥିଲେ ।[୩]
ଇତିହାସ
[ସମ୍ପାଦନା]ରସାବଳି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିଲା।[୧][୪] ଏଠାକାର ବଳଦେବଜୀଉ ମନ୍ଦିରରେ ଅମୃତ ନୈବେଦ୍ୟ ଭୋଗରେ ରସାବଳି ଲାଗିହୁଏ । ରସାବଳି ବାବଦରେ ବଳରାମ ଦାସ ବିରଚିତ ପଞ୍ଚଦଶ ଶତାବ୍ଦୀରେ ପ୍ରକାଶିତ ଦାଣ୍ଡିରାମାୟଣ ଗ୍ରନ୍ଥର "ଅଯୋଧ୍ୟାକାଣ୍ଡ"ରେ ରସାବଳି ବାବଦରେ ଉଲ୍ଲେଖ ହୋଇଥିଲା ।[୫] ବିଭିନ୍ନ ସମୟରେ ମୁଦ୍ରିତ ଏହି ଗ୍ରନ୍ଥର ଭିନ୍ନ ଭିନ୍ନ ସଂସ୍କରଣ ମଧ୍ୟରୁ ଗୋବିନ୍ଦ ରଥଙ୍କ ସମ୍ପାଦିତ ଓ ୧୯୧୨ ମସିହାରେ ପ୍ରକାଶିତ ଦାଣ୍ଡି ବାଲ୍ମିକୀ ରାମାୟଣ ପୁସ୍ତକରେ "ଅମୃତ ରସାବଳି" ନାମରେ ରସାବଳି ବାବଦରେ ବର୍ଣ୍ଣନା ରହିଛି[୬]:
ହିଙ୍ଗୁ ଜିରା ମରିଚ
ନଡ଼ିଆ ଦୁଧଛେନା,
ଘୃତରେ କରି ନାନାଦି ପିଷ୍ଟକ ରଚନା ।
ମାଛ ମାଏଁସ ଯେ ଛଡ଼ା
ଝଡ଼ା ଜଣ ପ୍ରତି,
ପଣା ପଇଡ଼ ଯେ ଆଣି
ବଳେ ଯାଚିଦ୍ୟନ୍ତି ।
କ୍ଷୀରି କ୍ଷୀରିଷା ଶାକର ପରଷନ୍ତି ଆଣି,
ଏମନ୍ତ ଅନେକ ଦ୍ରବ୍ୟ କେ ପାରେ ବଖାଣି ।
— ବଳରାମ ଦାସ, ଦାଣ୍ଡିରାମାୟଣ, ଅଯୋଧ୍ୟାକାଣ୍ଡ
ତିଆରି
[ସମ୍ପାଦନା]ପିଠା ଭଳିଆ ବେଲି ଛେନାକୁ ଗରମ ଘିଅରେ ଛଣାଯାଏ ।[୭] ଛଣା ହେଇଥିବା ପିଠାକୁ କାଢ଼ି ତିଆରି ହେଇଥିବା ଝିଲିକୁ କାଢି କ୍ଷୀର, ଗୁଡ଼ରେ ତିଆରି ମିଶ୍ରଣରେ ଛାଡ଼ି ଦିଆଯାଇଥାଏ । ଏହା ପରେ ଏଥିରେ କାଜୁ ଓ କିସମିସ ପକାଇ ପରଷା ଯାଏ ।[୮]
ଜନପ୍ରିୟ ସଂସ୍କୃତିରେ
[ସମ୍ପାଦନା]୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଅକ୍ଷି ତୃତୀୟାରେ ଅକ୍ଷୟ ମହାନ୍ତି ବୋଲିଥିବା "ଆସ କିଏ ଖାଇବ ହୋ" ଗୀତରେ ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଜଣାଶୁଣା ଖାଇବା ଭିତରେ କେନ୍ଦ୍ରାପଡ଼ାର ରସାବଳି ସ୍ଥାନପାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Mohanty, Gopinath (2003). Cultural Heritage of [Orissa]: pts. 1-2. Katak. State Level Vyasakabi Fakir Mohan Smruti Samsad. p. 650. ISBN 9788190276139.
- ↑ Mishra, Miśra, Durga Nandan, Narayan (2007). Annals & Antiquities Of The Temple Of Jagannatha. Sarup & Sons. p. 190. ISBN 9788176257473.
{{cite book}}
: CS1 maint: multiple names: authors list (link) - ↑ "Application Details". Geographical Indications Registry. 2023-10-29. Archived from the original on 2023-10-05.
- ↑ ୪.୦ ୪.୧ ମହାନ୍ତି, ଅସିତ; ମହାନ୍ତି, ସରୋଜ କୁମାର (September 2021). "କେନ୍ଦ୍ରାପଡ଼ାର ରସାବଳି". ପୌରୁଷ. ISSN 2321-1199.
- ↑ ମହାନ୍ତି, ଅସିତ (2016). ଶ୍ରୀଜଗନ୍ନାଥଙ୍କ ରସଗୋଲା.
- ↑ ଦାସ, ବଳରାମ. ରଥ, ଗୋବିନ୍ଦ (ed.). ଦାଣ୍ଡି ବାଲ୍ମିକୀ ରାମାୟଣ ପୁସ୍ତକରେ "ଅମୃତ ରସାବଳି".
- ↑ "Lajawaab".
- ↑ "Rasabali". Archived from the original on 2013-02-07. Retrieved 2012-04-07.
ଅଧିକ ତଥ୍ୟ
[ସମ୍ପାଦନା]- http://spicezee.zeenews.com/gourmet/story317.htm Archived 2016-03-03 at the Wayback Machine.