Jump to content

କଳାବୁଦା

ଉଇକିପିଡ଼ିଆ‌ରୁ
କଳାବୁଦା
ଗ୍ରାମ
କଳାବୁଦା
କଳାବୁଦା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭାପାଟକୁରା
Area
  ସମୁଦାୟ3,634 km2 (1,403 sq mi)
Population
 (୨୦୧୧)
  Total୧୨୦୦
Time zoneIST (+୫.୩୦)
ଡାକ କୋଡ଼
୭୫୪୧୫୩
Area code+୦୬୭୨୭
ଯାନବାହାନ ପଞ୍ଚୀକରଣOD-29

କଳାବୁଦା(Kalabuda) ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ପଞ୍ଚାୟତ ସମିତି ଅଧୀନରେ ଥିବା ଏକ ଗାଁ ଓ ଗ୍ରାମପଞ୍ଚାୟତ ।[]

ଭୌଗଳିକ ଅବସ୍ଥିତି ଓ ଜଳବାୟୁ

[ସମ୍ପାଦନା]

ଏହି ଗ୍ରାମଟି କଟକ ସହରଠାରୁ ପ୍ରାୟ ୬୫କି.ମି. ଦୂରରେ ଏବଂ କେନ୍ଦ୍ରାପଡ଼ା ସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗ୍ରାମର ଅବସ୍ଥିତି ଚିତ୍ରୋପ୍ତଳା ନଦୀ କୂଳରେ । କଳାବୁଦା ହେଉଛି ଏକ ଗାଁ ଏବଂ ଗ୍ରାମପଞ୍ଚାୟତ ଯେଉଁଥିରେ କଳାବୁଦା(କ), କଳାବୁଦା(ଖ), କଳାବୁଦା(ଗ), ଅନ୍ଧାଲୋ, ମଇଦିପୁର ଓ ଗୋବିନ୍ଦପୁର ଗ୍ରାମ ଅନ୍ତର୍ଗତ ।[] ଗ୍ରାମଟି ଉପକୂଳବର୍ତୀ ଅଞ୍ଚଳରେ ଥିବାରୁ ମଧ୍ୟମ ଧରଣର ଜଳବାୟୁ ଅନୁଭୁତ ହୁଏ ।

କିମ୍ବଦନ୍ତୀ

[ସମ୍ପାଦନା]

ଗ୍ରାମରେ ପୂର୍ବ କାଳରେ ବହୁତ କାରିଗର ଓ କଳାରେ ନିପୁଣ ଲୋକ ରହୁଥିବାରୁ, ଗ୍ରାମର ନାମକରଣ ଏହିଭଳି ହୋଇଛି ବୋଲି ବିଶ୍ୱାସ କରାଯାଏ (କଳାବୁଦା ବା କଳାରେ ପରିପୂର୍ଣ୍ଣ ଥିବା ଏକ ଅଞ୍ଚଳ) । ମାହଳରେ ଥିବା ଜଗନ୍ନାଥ ମନ୍ଦିରର ସ୍ୱର୍ଗଦ୍ୱାର ରୂପେ ଏହି ଗାଁରେ ଥିବା ଶ୍ମଶାନକୁ ଧରିନିଆଯାଇଛି ।

ଦେବଦେବୀ ଓ ମନ୍ଦିର

[ସମ୍ପାଦନା]

ଗାଁର ପୂର୍ବ ଦିଗରେ ଏକ ଶିବ ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତୀତ ଏଠାରେ ଜଗନ୍ନାଥ ମନ୍ଦିର, ଶନି ମନ୍ଦିର, ସୂର୍ଯ୍ୟ ମନ୍ଦିର ଅଛି । ଗ୍ରାମର ମଝିରେ ମା ମଙ୍ଗଳା ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି । ଏହି ଗ୍ରାମରେ ଦୁଇଟି ଆଶ୍ରମ (କହ୍ନେଇ ଗୋସାଇଁ ଏବଂ ଦଧିଚି ମୁନି) ଅଛି ।

ପର୍ବ ପର୍ବାଣି

[ସମ୍ପାଦନା]

ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ ରଥଯାତ୍ରା, ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।

ଜୀବନ ଜୀବିକା

[ସମ୍ପାଦନା]

ଗ୍ରାମର ଅଧିକାଂଶ ଲୋକେ ସରକାରୀ ଚାକିରିଆ । ପୂର୍ବ ଅପେକ୍ଷା ଏବେ ଚାଷ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି । ଗ୍ରାମରେ ପ୍ରାୟ ସବୁ ବର୍ଗର ଲୋକେ ବସବାସ କରନ୍ତି । ଗ୍ରାମର ଅଧିକାଂଶ ପିଲାମାନେ ଏବେ ବାହାରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ ରତ ।

ଚିତ୍ରୋପ୍ତଳା ନଦୀର ଅବସ୍ଥିତି କଳାବୁଦା ଗ୍ରାମ ପାଖରେ

ସୁବିଧା ସୁଯୋଗ

[ସମ୍ପାଦନା]

ଏହି ଗ୍ରାମରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାରର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି । ପାଖରେ ଚିତ୍ରୋପ୍ତଳା ନଦୀ ଉପରେ ଥିବା ପୋଲଟି ଏ ଅଞ୍ଚଳର ଏକ ମୁଖ୍ୟ ଯୋଗା ଯୋଗ ମାଧ୍ୟମ ।

ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]
  • "Kalabuda Village". Onefivenine.com. Retrieved 2014-01-02.