Jump to content

ଦୈତାରି ନାଏକ

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ

ଦୈତାରି ନାୟକ
ଜାତୀୟତାଭାରତୀୟ
ବୃତ୍ତିସମାଜସେବୀ
ପ୍ରସିଦ୍ଧିପାହାଡ଼ କାଟି ନାଳ ତିଆରି

ଦୈତାରି ନାଏକ କେନ୍ଦୁଝର ଜିଲ୍ଲାର ଜଣେ ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ।[] ସେ ପାହାଡ଼ କାଟି ନିଜ ଗାଁକୁ କେନାଲ ଖୋଳିଥିଲେ ।[]

ଦୈତାରୀ ବଂଶପାଳ ବ୍ଲକ ଅନ୍ତର୍ଗତ ତାଳବୈତରଣୀ ଗ୍ରାମର ବାସିନ୍ଦା । ୧୯୯୬ ମସିହା ବେଳକୁ ତାଙ୍କ ଗ୍ରାମକୁ ଜଳସେଚନ ବା ପିଇବା ପାଣିର ସୁବିଧା ନଥିଲା । ପିଇବା ପାଣି ମୁନ୍ଦେ ପାଇଁ ଲୋକଙ୍କୁ ୨ କିଲୋମିଟର ପାହାଡ଼ ଚଢିବାକୁ ପଡୁଥିଲା । ଦୈତାରି ଏକା ଏକା ପାହାଡ଼ କାଟି, ପାଣି ତଳକୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ମୂଳରୁ ତାଙ୍କୁ ଟାହିଟାପରା ଶୁଣିବାକୁ ପଡିଥିଲେ ମଧ୍ୟ, ତାଙ୍କ କାମର ସଫଳତା ଦେଖି ଅନ୍ୟ ଗ୍ରାମବାସୀମାନେ ତାଙ୍କର ସହାୟତାକୁ ଆଗକୁ ଆସିଥିଲେ । ୨୦୦୦ ମସିହା ଶେଷ ଆଡକୁ ୨କିଲୋମିଟର ପାହାଡ଼ କାଟି, ଦୈତାରୀ ତାଙ୍କ ଗାଁକୁ ପାଣି ଆଣିବାକୁ ସଫଳ ହୋଇଥିଲେ । ଫଳସ୍ୱରୂପ ଆଗରୁ ଟାଙ୍ଗରା ପଡୁଥିବା ୪ଶହ ଏକର ଜମିରେ ହୋଇପାରିଲା ଚାଷ । ଉପକୃତ ହୋଇଥିଲେ ସମଗ୍ର ଗ୍ରାମବାସୀ ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. "PADMA SHRI AWARD LIST" (PDF). MINISTRY OF HOME AFFAIRS PRESS NOTE: 4. 25 January 2019. Retrieved 26 January 2019.
  2. ୨.୦ ୨.୧ "ପଢ଼ନ୍ତୁ ପଦ୍ମଶ୍ରୀ ପାଉଥିବା ତିନି ଓଡ଼ିଆଙ୍କ ସଂଘର୍ଷର କାହାଣୀ". Satya Patha. 26 January 2019. Retrieved 26 January 2019.[permanent dead link]
  3. "କେନ୍ଦୁଝର ଅଖ୍ୟାତ ପଲ୍ଲୀର ଦୈତାରୀ ନାଏକଙ୍କୁ ସରକାର ପଦ୍ମଶ୍ରୀ ପାଇଁ କାହିଁକି ବାଛିଲେ ? ଜାଣନ୍ତୁ ଦୈତାରୀଙ୍କ ପୂରା କାହାଣୀ". /www.prameyanews7.com. ପ୍ରମେୟ. Retrieved 16 March 2019.
  4. "ଆସନ୍ତୁ ଜାଣିବା ୩ ଓଡ଼ିଆ ପଦ୍ମଶ୍ରୀଙ୍କ କାହାଣୀ". Kanak News. 26 January 2019. Retrieved 26 January 2019.

ବାହାର ଆଧାର

[ସମ୍ପାଦନା]