ବୀଣାପାଣି ପଣ୍ଡା

ଉଇକିପିଡ଼ିଆ‌ରୁ
ବୀଣାପାଣି ପଣ୍ଡା
Born
ବୀଣାପାଣି ପଣ୍ଡା

(1958-11-01) ୧ ନଭେମ୍ବର ୧୯୫୮ (ବୟସ ୬୫)
Nationalityଭାରତୀୟ
Educationସ୍ନାତକତ୍ତୋର (ଅର୍ଥନୀତି)
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫

ବୀଣାପାଣି ପଣ୍ଡା (ଜନ୍ମ : ୧ ନଭେମ୍ବର ୧୯୫୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଅଟନ୍ତି ।[୧] କବିତା ପୁସ୍ତକ "ଗୋଧୂଳିର ଗୀତ" ପାଇଁ ସେ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨]

ଜୀବନୀ[ସମ୍ପାଦନା]

ବୀଣାପାଣି ୧୯୫୮ ମସିହାରେ ଯାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ସାହିତ୍ୟିକ ବାତାବରଣ ଥିଲା ଓ ସମସ୍ତ ସଦସ୍ୟ ବହି ପଢୁଥିଲେ ।[୩] ଏହାର ପ୍ରଭାବ ବୀଣାପାଣିଙ୍କ ଉପରେ ପିଲାଦିନୁ ପଡିଥିଲା । ପିଲାଦିନୁ ନିଜ ମନରେ ସେ କବିତା ଲେଖିବା ଆରମ୍ଭ କରିଥିଲେ ଓ ସ୍କୁଲ ପତ୍ରିକାର ତାଙ୍କ କବିତା ପ୍ରକାଶିତ ହେବା ଆରମ୍ଭ ହୋଇଥିଲା । କ୍ରମେ ପ୍ରଜାତନ୍ତ୍ର, ମୀନାବଜାର, ଯୁବଜଗତ ଆଦି ପତ୍ରିକାରେ ତାଙ୍କ କବିତା ପ୍ରକାଶିତ ହେଲା । ୧୯୭୨ ମସିହାରେ, କଲେଜରେ ପଢୁଥିବା ସମୟରେ ତାଙ୍କର ଏକ କବିତା ନବରବିରେ ପ୍ରକାଶ ପାଇଥିଲା । ସୁଚରିତା ପତ୍ରିକାରେ ସେ ୨୫ବର୍ଷ ଧରି କବିତା ଲେଖି ଆସୁଛନ୍ତି ।

ରଚନାବଳୀ[ସମ୍ପାଦନା]

  • ନିଜ ନିଜ ଆକାଶ (୧୯୯୫)
  • କାକର ବୁନ୍ଦାରେ ସୂର୍ଯ୍ୟ
  • ମିତ୍ରାକ୍ଷର
  • ତନୁତୀର୍ଥ
  • ଦ୍ୱିପର୍ଣ୍ଣା
  • ଜହ୍ନ ବଗିଚା
  • କିଛି କଥା କିଛି ନୀରବତା[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୫[୩]
  • ଝଙ୍କାର ପୁରସ୍କାର (କବିତା), ୨୦୧୩[୫](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ସୁଚରିତା ପୁରସ୍କାର - ୧୯୮୭
  • ଅଖିଳ କବିତା ସମ୍ମାନ, ୨୦୧୮ (ଅଖିଳ ମୋହନ ଫାଉଂଡେସନ୍ ପ୍ରଦତ୍ତ)
  • ରତ୍ନମଣି ସ୍ମୃତି ସମ୍ମାନ, ୨୦୧୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ କବିତା ସମ୍ମାନ)
  • ବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୦୦
  • ଗୋକର୍ଣ୍ଣିକା ସମ୍ମାନ
  • ଓଡ଼ିଶା ଲେଖିକା ସଂସଦ ପୁରସ୍କାର

ଆଧାର[ସମ୍ପାଦନା]

  1. Bhagaban Jayasingh (5 November 2019). Footprints of Fire The Black Eagle Book of Modern Odia Poetry. Black Eagle Books. p. 188. ISBN 9781645600305.
  2. "୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". No. ସମ୍ବାଦ ୧୧/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ସମ୍ବାଦ. Retrieved 11 July 2020.
  3. ୩.୦ ୩.୧ "ସୃଜନ ସ୍ମୃତି". www.dharitriepaper.in/. ଧରିତ୍ରୀ. Archived from the original on 27 August 2020. Retrieved 27 August 2020.
  4. Dinanath Pathy (2001). Let a Thousand Flowers Bloom Contemporary Art of Orissa. Working Artists Association of Orissa, New Delhi. p. 223. ISBN 9788173052095. {{cite book}}: |access-date= requires |url= (help)
  5. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)