ନବରବି
Appearance
ପ୍ରତିଷ୍ଠାତା | ପାତିରାମ ପରିଜା |
---|---|
ସମ୍ପାଦକ | ସନ୍ଧ୍ୟା ମହାନ୍ତି |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା |
ୱେବସାଇଟ | www.nabarabi.com/ |
ନବରବି ୧୯୭୦ ଦଶକରେ କଲିକତାରୁ ପ୍ରକାଶିତ ହେଉଥିବା ଏକ ମାସିକ ଓଡ଼ିଆ ପତ୍ରିକା ।[୧][୨] ପାତିରାମ ପରିଜା, ଏହି ପତ୍ରିକାର ପ୍ରତିଷ୍ଠାତା ଥିଲେ । ଏହି ପତ୍ରିକାଟି ୧୯୭୦ ମସିହାରୁ ରବୀନ୍ଦ୍ର କୁମାର ପରିଜାଙ୍କ ସମ୍ପାଦନାରେ ଆରମ୍ଭ ହୋଇ ୧୯୭୬ ମସିହା ପର୍ଯ୍ୟନ୍ତ ନିୟମିତ ପ୍ରକାଶିତ ହେଉଥିଲା ।[୩] ୧୯୭୬ ମସିହାରେ ପାତିରାମ ପରିଜାଙ୍କ ପରଲୋକ ପରେ ଏହି ପତ୍ରିକାର ପ୍ରକାଶନ ବନ୍ଦ ହୋଇଥିଲା । ୧୯୯୬ ମସିହାରେ ପୁଣି ଭୁବନେଶ୍ୱରଠାରେ ଏହି ପତ୍ରିକା ସର୍ବେଶ୍ୱର ମହାନ୍ତି ଓ ସନ୍ଧ୍ୟା ମହାନ୍ତିଙ୍କଦ୍ୱାରା ପ୍ରକାଶନ ଆରମ୍ଭ କରାଯାଇଥିଲା । ଏହି ପତ୍ରିକାଟି ବର୍ତ୍ତମାନ ଅନିୟମିତ ଭାବରେ ପ୍ରକାଶିତ ହେଉଛି ।
ଆଧାର
[ସମ୍ପାଦନା]- ↑ ଯତୀନ୍ଦ୍ର ମୋହନ ମହାନ୍ତି (୨୦୦୬). History of Oriya Literature. ବିଦ୍ୟା. ISBN 8190343807.
- ↑ Press in India, Part 2. Office of the Registrar of Newspapers. ୧୯୭୧. Retrieved 18 January 2022.
- ↑ ଶିଶିର କୁମାର ଦାସ. History of Indian Literature: 1911-1956, struggle for freedom : triumph and tragedy. ନୂଆ ଦିଲ୍ଲୀ: ସାହିତ୍ୟ ଏକାଡ଼େମୀ. Retrieved 18 January 2022.