ସୂର୍ଯ୍ୟମଣି ଜେମା

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟମଣି

ଜେମାଦେଈ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଊନବିଂଶ ଶତାବ୍ଦୀ
ବିଷୟରାଧାକୃଷ୍ଣ ପ୍ରେମ
ସାହିତ୍ୟ କୃତିକଳାକାହ୍ନୁ କୁହୁକ ଜାଣେ

ସୂର୍ଯ୍ୟମଣି ଜେମା ବା ସୂର୍ଯ୍ୟମଣି ଜେମାଦେଈ ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । 'ଜେମା' ବୋଲାଯିବାରୁ ସେ କୌଣସି ରାଜବଂଶୀୟ ବୋଲି ଅନୁମିତ । ସେ ରାଧାକୃଷ୍ଣ ପ୍ରେମ ଆଧାରିତ କବିତାର ରଚୟିତା । ତାହାଙ୍କର ଗୋଟିଏ ମାତ୍ର ଚଉପଦୀ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ । [୧]

ସେ ଖଣ୍ଡପଡ଼ାର ଜେମା ବୋଲି ନିଜର କୃତ ଗୋଟିଏ ଚିଟାଉରେ ଲେଖିଛନ୍ତି ।[୨]

ଖଣ୍ଡପଡ଼ାର ଜେମା ମୁହିଁ ଅଟଇ
ସୂର୍ଯ୍ୟମଣି ଜେମା ଏ ଚିଟାଉ ଲେଖଇ ହେ ।

— ଚିଟାଉ ଭାଷା

ତାଙ୍କର ପ୍ରାପ୍ତ ଏକ କବିତାର ଭଣିତା ପଦ ।[୩]

ସୂର୍ଯ୍ୟମଣି ଜେମାଦେଈ ବୋଲେ ଏ ଭଙ୍ଗିମା
ଭାଙ୍ଗିଦେଲା ମୋର କେଡ଼େ ଗାରିମା ।

ଅନ୍ୟ କେତେକ କବିତାରେ ସେ ସୂର୍ଯ୍ୟ ଜେମା ବୋଲି ଭଣିତା କରିଥିବା ମଧ୍ୟ ଦେଖାଯାଏ ।[୪]

ବୋଲେ ସୂର୍ଯ୍ୟ ଜେମା ଦେଖି ତା ଭଙ୍ଗିମା
କାଳ ଯାକ ଥିବି ସେବକୀପଣେ ।

ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଏହାଙ୍କର ଏକାଧିକ ଗୀତ ଗ୍ରାମ୍ଫୋନରେ ରେକର୍ଡ଼ କରିଥିବେ ଜଣାଯାଏ । ଆଧୁନିକ ଭାବରେ କେବଳ 'କଳାକାହ୍ନୁ କୁହୁକ ଜାଣେ' ଗୀତଟି ପୁନରୁଦ୍ଧାର କରି ପ୍ରକାଶିତ ହୋଇଛି ।

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।
  2. ଓଡ଼ିଆ ଗୀତିକାବ୍ୟ ସଂକଳନ, ଡଃ ଜାନକୀ ବଲ୍ଲଭ ମହାନ୍ତି । ଚିଟାଉ ଭାଷା, ପୃ - ୫୨୮ । ଓଡ଼ିଆ ସାହିତ୍ୟ ଏକାଡେମୀ ଭୁବନେଶ୍ୱର ।
  3. Descriptive Catalogue of Oriya Manuscripts, VIo VIII Page-256
  4. ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ - 'କଳାକାହ୍ନୁ କୁହୁକ ଜାଣେ', ହିଜ୍ ମାଷ୍ଟର୍ସ ଭଏସ୍ ।