ଅରକ୍ଷିତ ଦାସ

ଉଇକିପିଡ଼ିଆ‌ରୁ
ସନ୍ଥ

ଅରକ୍ଷିତ ଦାସ
ଜନ୍ମ ଓ ଜନ୍ମସ୍ଥାନ୧୭୭୮
ବଡ଼ଖେମୁଣ୍ଡି, ଗଞ୍ଜାମ ଜିଲ୍ଲା
ମୃତ୍ୟୁ୧୮୩୭ ମାଘ କୃଷ୍ଣପକ୍ଷ ଏକାଦଶୀ
ବୃତ୍ତିସନ୍ଥ, କବି
ଜାତୀୟତାଭାରତୀୟ
ସାହିତ୍ୟ କୃତିମହୀମଣ୍ଡଳ ଗୀତା

ଅରକ୍ଷିତ ଦାସ (୧୭୭୮- ୧୮୩୭ ମାଘମାସ କୃଷ୍ଣପକ୍ଷ ଏକାଦଶୀ) ଜଣେ ଓଡ଼ିଆ କବି ଓ ହିନ୍ଦୁ ସନ୍ଥ ।[୧] ସେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡିର ବିଜୟନଗର ଗଡ଼ରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା ପଦ୍ମନାଭ ଦେବ ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, "ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଢିବାର ପ୍ରୟୋଜନ କ'ଣ ?"

ବିଦ୍ୟାଟି ବେଦ ଯେ ବୋଲଇ । ତହିଁଁରେ ମୋର କାର୍ଯ୍ୟ ନାହିଁ ॥
ଭାବେ ଅବିଦ୍ୟା ପରମକୁ । ଭାବେ ଭରସା ମୋର ତାଙ୍କୁ ॥

ଏହିପରି ଚିନ୍ତାରୁ ନିବୃତ କରିବାପାଇଁ ତାଙ୍କ ପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ୱ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୂପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତାଙ୍କରି ପ୍ରତିମାକୁ ବିଭା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ । ସେଠାରେ ରହୁଥିବା ସାଧୁସନ୍ଥମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଠିକ୍ ତାର ରାତ୍ରିରେ ନିକଟବର୍ତ୍ତି ଜଣେ ବିଧବା ବ୍ରାହ୍ମଣର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ ବ୍ରହ୍ମଣୀ ପତ୍ର କଟା ହେବ ଶୁଣି- " କିଏ ଗୋଟେ ଅରକ୍ଷିତ ମୋ ବାଡ଼ିରୁ ପତ୍ର କାଟୁଛି " କହି ଧାଇଁ ଆସିଲା ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ, ଏଥିରେ ରାଜପୁତ୍ର ବ୍ରହ୍ମଣୀଙ୍କୁ ସାନ୍ତନା ଦେଇ କହିଲେ " ମା' ଆଜି ପର୍ଯ୍ୟନ୍ତ ମୋ ନା' ପାଉନଥିଲି, କିନ୍ତୁ ଆଜି ତୁମ ଦୟାରୁ ମୁଁ ଅରକ୍ଷିତ ନାମଟି ପାଇଗଲି " ।

ଓଳାଶୁଣୀ ମେଳା[ସମ୍ପାଦନା]

ଓଳାଶୁଣୀ ମେଳା ମାଘ କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ । ଏହା ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ । ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ ଦୁଇ ଦିନ ଧରି ପାଳନ କରଯାଇଥାଏ । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ । ପ୍ରଥମ ଶ୍ରାଦ୍ଧ ଦିବସରୁ ଏହା ବାର ଦିନ ପର୍ଯନ୍ତ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।

ରଚନା ବଳୀ[ସମ୍ପାଦନା]

  • ଭକ୍ତିଟୀକା
  • ମୋକ୍ଷ ଉପାଧି
  • ମହୀମଣ୍ଡଳ ଗୀତା

ଆଧାର[ସମ୍ପାଦନା]

  1. "ସନ୍ଥସାଧକ ଅରକ୍ଷିତ". dharitriepaper.in. ୭ ଫେବୃଆରୀ ୨୦୨୧. Retrieved 7 February 2021. {{cite web}}: Check date values in: |date= (help)
  2. "Who Was Santh Arakshit Das". olasuni.com. Archived from the original on 8 November 2016. Retrieved 5 March 2017.