Jump to content

ଅର୍ଜୁନ ଦାସ

ଉଇକିପିଡ଼ିଆ‌ରୁ
(Arjun Dasରୁ ଲେଉଟି ଆସିଛି)
ଅର୍ଜୁନ ଦାସ
ଜନ୍ମ ଓ ଜନ୍ମସ୍ଥାନଷୋଡ଼ଶ ଶତାବ୍ଦୀ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଷୋଡ଼ଶ ଶତାବ୍ଦୀ
ସାହିତ୍ୟ କୃତିରାମବିଭା

ଅର୍ଜୁନ ଦାସ ଷୋଡ଼ଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ପ୍ରଥମ ଓଡ଼ିଆ ଛନ୍ଦୋବଦ୍ଧ କାବ୍ୟ ରାମ‌ବିଭା ରଚନା କରିଥିଲେ ।[]

ଜୀବନୀ

[ସମ୍ପାଦନା]

ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଅର୍ଜୁନ ଦାସଙ୍କ ଆବିର୍ଭାବ ଖ୍ରୀଷ୍ଟାବ୍ଦ ୧୫୨୦ରୁ ଖ୍ରୀଷ୍ଟାବ୍ଦ ୧୫୩୦ ମଧ୍ୟରେ ହୋଇଥିବା ସମ୍ଭବ । []

ରଚନାବଳୀ

[ସମ୍ପାଦନା]

କାବ୍ୟ

[ସମ୍ପାଦନା]

ରାମ‌ବିଭା ଓଡ଼ିଆ ଭା‌ଷାର ପ୍ରଥମ କାବ୍ୟ ଯାହାକି ଛନ୍ଦରେ ଲିଖିତ । ଏହି କାବ୍ୟର ଛାନ୍ଦଗୁଡ଼ିକରେ ବିଭିନ୍ନ ବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । []

କାବ୍ୟଛାନ୍ଦ ସଂଖ୍ୟାବାଣୀ
ରାମ‌ବିଭାମଙ୍ଗଳ ଧନାଶ୍ରୀ ମେଢ଼ତୋଳା
ରାମ‌ବିଭା୧୦ପିଅର ଗମନ
ରାମ‌ବିଭାମେଢ଼ତୋଳା
କଳ୍ପଲତାଜୟ ଦାମୋଦର
କଳ୍ପଲତାବସନ୍ତ ଭଇରବ
କଳ୍ପଲତାମୁନିବର
କଳ୍ପଲତା୧୦ଶ୍ରୀରାମଚନ୍ଦ୍ର ବରିଲେ
କଳ୍ପଲତା୧୨ପିଅର ଜନନୀ ନିଜ ମନ୍ଦିରେ ମିଳିଲେ
କଳ୍ପଲତା୧୩ଦଶରଥ ରାୟେ ଘରେ ମିଳିଲେ

ଏହା କାବ୍ୟ ରଚନା ପୂର୍ବରୁ ଅନ୍ୟ ଛାନ୍ଦମାନଙ୍କ ଉପସ୍ଥିତିର ସୂଚନା ଦିଏ । ତ‌ଥାପି ଏ ସବୁ ବିଷୟ ଅନାବିଷ୍କୃତ ହୋଇ ରହିଛି । ରାମ‌ବିଭା ଓ କଳ୍ପଲତା ଏହି ଦୁଇଟି କାବ୍ୟରେ ବ‌ହୁ ପ୍ରାଚୀନ ଶବଦର ପ୍ର୍‌ୟୋଗ ହୋଇଛି, ଯେପରି- ଉଲାଗି, ତଡ଼ାଉ, ଚଉସମ, ଭାନ୍ତି, ମେହୁ, ବଳନ୍ତ, ରହୁବର, ଇତ୍ୟାଦି । ଏହି ଶବଦଗୁଡ଼ିକ ସାରଳା ମହାଭାରତରେ ବ୍ୟବ‌ହୃତ ହୋଇଥିବାରୁ ଅର୍ଜୁନ ଦାସଙ୍କୁ ସାରଳା ଦାସଙ୍କ ସମସାମୟିକ ବୋଲି ମଧ୍ୟ କୁହାଯାଇପାରେ । ରାମ‌ବିଭା ଓ କଳ୍ପଲତା ଉଭୟ ଗ୍ରନ୍ଥରେ ଅକ୍ଷ‌ର ସଂଖ୍ୟା ଅସମାନ ଓ ତାହା କେତେକାଂଶରେ ଦାଣ୍ଡି ରୀତି ଭଳି ।

ପାଟ ଜଉତିଷ ନଟ ମୂଳ
ପାରି ହୋଇ ଯାଇ ରହିଲେ କୃଷ୍ଣକୁନ୍ତଳା ନ‌ଦୀତୀର ।

ଚତୁର୍ଥ ଛାନ୍ଦ, କଳ୍ପଲତା, ଅର୍ଜୁନ ଦାସ
  1. 1 2 3 ମହାନ୍ତି, ସୁରେନ୍ଦ୍ର (୧୯୭୯). ଓଡ଼ିଆ ସାହିତ୍ୟର ମଧ୍ୟପର୍ବ. କଟକ ଷ୍ଟୁଡେଣ୍ଟସ ଷ୍ଟୋର,.{{cite book}}: CS1 maint: extra punctuation (link)