ଅର୍ଜୁନ ଦାସ
ଅର୍ଜୁନ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଷୋଡ଼ଶ ଶତାବ୍ଦୀ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମୟ | ଷୋଡ଼ଶ ଶତାବ୍ଦୀ |
ସାହିତ୍ୟ କୃତି | ରାମବିଭା |
ଅର୍ଜୁନ ଦାସ ଷୋଡ଼ଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ପ୍ରଥମ ଓଡ଼ିଆ ଛନ୍ଦୋବଦ୍ଧ କାବ୍ୟ ରାମବିଭା ରଚନା କରିଥିଲେ ।[୧]
ଜୀବନୀ
[ସମ୍ପାଦନା]ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଅର୍ଜୁନ ଦାସଙ୍କ ଆବିର୍ଭାବ ଖ୍ରୀଷ୍ଟାବ୍ଦ ୧୫୨୦ରୁ ଖ୍ରୀଷ୍ଟାବ୍ଦ ୧୫୩୦ ମଧ୍ୟରେ ହୋଇଥିବା ସମ୍ଭବ । [୧]
ରଚନାବଳୀ
[ସମ୍ପାଦନା]କାବ୍ୟ
[ସମ୍ପାଦନା]ରାମବିଭା ଓଡ଼ିଆ ଭାଷାର ପ୍ରଥମ କାବ୍ୟ ଯାହାକି ଛନ୍ଦରେ ଲିଖିତ । ଏହି କାବ୍ୟର ଛାନ୍ଦଗୁଡ଼ିକରେ ବିଭିନ୍ନ ବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । [୧]
କାବ୍ୟ | ଛାନ୍ଦ ସଂଖ୍ୟା | ବାଣୀ |
---|---|---|
ରାମବିଭା | ୪ | ମଙ୍ଗଳ ଧନାଶ୍ରୀ ମେଢ଼ତୋଳା |
ରାମବିଭା | ୧୦ | ପିଅର ଗମନ |
ରାମବିଭା | ୮ | ମେଢ଼ତୋଳା |
କଳ୍ପଲତା | ୩ | ଜୟ ଦାମୋଦର |
କଳ୍ପଲତା | ୪ | ବସନ୍ତ ଭଇରବ |
କଳ୍ପଲତା | ୮ | ମୁନିବର |
କଳ୍ପଲତା | ୧୦ | ଶ୍ରୀରାମଚନ୍ଦ୍ର ବରିଲେ |
କଳ୍ପଲତା | ୧୨ | ପିଅର ଜନନୀ ନିଜ ମନ୍ଦିରେ ମିଳିଲେ |
କଳ୍ପଲତା | ୧୩ | ଦଶରଥ ରାୟେ ଘରେ ମିଳିଲେ |
ଏହା କାବ୍ୟ ରଚନା ପୂର୍ବରୁ ଅନ୍ୟ ଛାନ୍ଦମାନଙ୍କ ଉପସ୍ଥିତିର ସୂଚନା ଦିଏ । ତଥାପି ଏ ସବୁ ବିଷୟ ଅନାବିଷ୍କୃତ ହୋଇ ରହିଛି । ରାମବିଭା ଓ କଳ୍ପଲତା ଏହି ଦୁଇଟି କାବ୍ୟରେ ବହୁ ପ୍ରାଚୀନ ଶବଦର ପ୍ର୍ୟୋଗ ହୋଇଛି, ଯେପରି- ଉଲାଗି, ତଡ଼ାଉ, ଚଉସମ, ଭାନ୍ତି, ମେହୁ, ବଳନ୍ତ, ରହୁବର, ଇତ୍ୟାଦି । ଏହି ଶବଦଗୁଡ଼ିକ ସାରଳା ମହାଭାରତରେ ବ୍ୟବହୃତ ହୋଇଥିବାରୁ ଅର୍ଜୁନ ଦାସଙ୍କୁ ସାରଳା ଦାସଙ୍କ ସମସାମୟିକ ବୋଲି ମଧ୍ୟ କୁହାଯାଇପାରେ । ରାମବିଭା ଓ କଳ୍ପଲତା ଉଭୟ ଗ୍ରନ୍ଥରେ ଅକ୍ଷର ସଂଖ୍ୟା ଅସମାନ ଓ ତାହା କେତେକାଂଶରେ ଦାଣ୍ଡି ରୀତି ଭଳି ।
ପାଟ ଜଉତିଷ ନଟ ମୂଳ
ପାରି ହୋଇ ଯାଇ ରହିଲେ କୃଷ୍ଣକୁନ୍ତଳା ନଦୀତୀର ।— ଚତୁର୍ଥ ଛାନ୍ଦ, କଳ୍ପଲତା, ଅର୍ଜୁନ ଦାସ