ଦଶହରା
ଦେଖଣା
| ଦଶହରା | |
|---|---|
ଅସ୍ତ୍ର ପୂଜା ବା ଆୟୁଧ ପୂଜାରେ ଗାଡ଼ି ପୂଜା | |
| ଅନ୍ୟ ନାମ | ଦକ୍ଷିଣ ଭାରତରେ ଆୟୁଧ ପୂଜା/ଅସ୍ତ୍ର ପୂଜା ସରସ୍ୱତୀ ପୂଜା ଭାବରେ ମଧ୍ୟ ଜଣା |
| ପାଳନକାରୀ | ହିନ୍ଦୁ |
| ପର୍ବ ପାଳନ | ହଳଲଙ୍ଗଳ ଲୁହା, କରଣୀ, ଖଣ୍ଡା |
| ଆରମ୍ଭ | ଦୁର୍ଗା ପୂଜାର ଦଶମ ଦିନ |
| ତାରିଖ | Ashvin Shukla Dashamiଛାଞ୍ଚ:Infobox holiday/wd |
| ୨୦୨୫ ତାରିଖ | |
| ପୁନଃପୌନିକତା | ବାର୍ଷିକ |
| ସମ୍ପର୍କିତ | ଦୁର୍ଗା ପୂଜା କିମ୍ବା ନବରାତ୍ରି |
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭଳି ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ "ନବରାତ୍ରି" ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।[୧]
ଆଧାର
[ସମ୍ପାଦନା]- ↑ କାନୁନ୍ଗୋ, ପଞ୍ଚାନନ (୨୦୧୪). ସଂସ୍କୃତି ବୈଭବ.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |