ହୋଲି
ହୋଲି | |
---|---|
![]() ରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିବା କୃଷ୍ଣ | |
ପାଳନକାରୀ | ହିନ୍ଦୁ ଧର୍ମାମ୍ବଲମ୍ବୀ |
ପ୍ରକାର | ଧାର୍ମିକ, |
ତାରିଖ | ଫାଲଗୁନ ପୂର୍ଣ୍ଣିମା |
୨୦୨୨ ତାରିଖ | ୧୮ ମାର୍ଚ୍ଚ (ଶୁକ୍ରବାର) |
୨୦୨୩ ତାରିଖ | ୦୮ ମାର୍ଚ୍ଚ (ବୁଧବାର) |
ହୋଲି (ଆହୁରି ମଧ୍ୟ: ଦୋଳ ପୁନେଇଁ, ଦୋଳଯାତ) ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ ।
ପୌରାଣିକ ଭିତ୍ତିଭୂମି[ସମ୍ପାଦନା]
ଦୋଳଯାତ (ବା ଦୋଳଯାତ୍ରା) ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ।
ସଂକ୍ଷେପରେ[ସମ୍ପାଦନା]
ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।
ଆହୁରି ଦେଖନ୍ତୁ[ସମ୍ପାଦନା]
ଗ୍ୟାଲେରି[ସମ୍ପାଦନା]
-
ଭୁବନେଶ୍ୱରରେ ହୋଲି
ଆଧାର[ସମ୍ପାଦନା]
- ↑ "Holidays in India, Month of March 2014". Government of India. Archived from the original on 28 October 2013. Retrieved 8 January 2014.
ଅଧିକ ତଥ୍ୟ[ସମ୍ପାଦନା]
