ପ୍ରତିପଦ

ଉଇକିପିଡ଼ିଆ‌ରୁ

ପ୍ରତିପଦ, ପ୍ରତିପଦା ବା ପ୍ରଥମା ହିନ୍ଦୁ ପାଞ୍ଜିରେ ଥିବା କୃଷ୍ଣପକ୍ଷର (ପନ୍ଦର ଦିନ) ପ୍ରଥମ ଦିନ । ଭାରତର ବିଭିନ୍ନ ସ୍ଥାନରେ ଏହା ପ୍ରଧାନତଃ ଦୁଇଟି ନାମରେ ଜଣା: ପଶ୍ଚିମ ବଙ୍ଗ, ଓଡ଼ିଶା ଏବଂ ପଶ୍ଚିମ ଭାରତରେ (ମହାରାଷ୍ଟ୍ର, କୋଙ୍କଣ ଏବଂ ଗୋଆ) ପ୍ରତିପଦା ଓ ଅନ୍ୟାନ୍ୟ ସ୍ଥାନରେ ପ୍ରଥମା । ପ୍ରତ୍ୟେକ ମାସରେ ଦୁଇଟି "ଶୁକ୍ଲ" (ଉଜ୍ଜ୍ୱଳ) ଏବଂ "କୃଷ୍ଣ" (ଅନ୍ଧାର) ନାମରେ ପ୍ରତିପଦ ଥାଏ । ଏହା ପ୍ରତ୍ୟେକ ଚନ୍ଦ୍ରମାସର ପ୍ରଥମ ଏବଂ ଷୋଡ଼ଶ ଦିନରେ ଘଟେ । ହିନ୍ଦୁ ଜ୍ୟୋତିର୍ବିଦ୍ୟା ଅନୁସାରେ ଏହା ଜହ୍ନର ପ୍ରଥମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି ଏବଂ ପୂର୍ଣ୍ଣିମାଅମାବାସ୍ୟାର ପର ଦିନ ଭାବରେ ଗଣାଯାଇଥାଏ । କାର୍ତ୍ତିକ ମାସର ଶୁକ୍ଳ ପ୍ରତିପଦ ବଳି ପ୍ରତିପଦା ନାମରେ ମଧ୍ୟ ଜଣା । ହିନ୍ଦୁ ପୁରାଣ ଅନୁସାରେ ଏହି ଦିନ ବାମନ ଅବତାରରେ ବିଷ୍ଣୁ ବଳିଙ୍କୁ ପାତାଳକୁ ଚାପି ଦେଇଥିଲେ ।[୧]

ଆଧାର[ସମ୍ପାଦନା]

  1. "Bali Padyam / Bali Pratipada". diwalifestival.org. Retrieved 12 November 2012. When Vishnu was born as vamana (the dwarf), he crushed Bali into the under world.