ସପ୍ତମୀ

ଉଇକିପିଡ଼ିଆ‌ରୁ


ଚନ୍ଦ୍ରପକ୍ଷର ସପ୍ତମ ଦିବସ - ଚନ୍ଦ୍ରର ସପ୍ତମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ସପ୍ତମୀକୁ କୃଷ୍ଣା ସପ୍ତମୀ ଓ ଶୁକ୍ଳପକ୍ଷର ସପ୍ତମୀକୁ ଶୁକ୍ଳା ସପ୍ତମୀ କୁହାଯାଇଥାଏ ।

  • ବିଜୟା ସପ୍ତମୀ: କୌଣସି ମାସର ଶୁକ୍ଳପକ୍ଷ ସପ୍ତମୀ ତିଥି ରବିବାରରେ ପଡ଼ିଲେ ସେହିଦିନ ବିଜୟା ସପ୍ତମୀ ହୁଏ ।
  • ବୈଶାଖ ଶୁକ୍ଳ ସପ୍ତମୀ: ଜହ୍ନୂ ସପ୍ତମୀ: ଜାହ୍ନବୀ ବା ଗଙ୍ଗାଙ୍କ ପୂଜା ହୁଏ ।
  • ବୈଶାଖ ଶୁକ୍ଳା ସପ୍ତମୀ: ଶର୍କରା ସପ୍ତମୀ: ସ୍ୱବର୍ଣ୍ଣାଶ୍ୱ ପୂଜା
  • ଭାଦ୍ରବ ଶୁକ୍ଳ ସପ୍ତମୀ: ଲଳିତା ସପ୍ତମୀ: କୁକ୍‌କୁଟୀ ବ୍ରତ
  • ଆଶ୍ୱିନ ଶୁକ୍ଳ ସପ୍ତମୀ: ମହାସପ୍ତମୀ ବା ପୋଥିପୂଜା ସପ୍ତମୀ ବା ନବ ପତ୍ରିକ ସପ୍ତମୀ
  • ମାର୍ଗଶୀର ଶୁକ୍ଳ ସପ୍ତମୀ: ମିତ୍ର ସପ୍ତମୀ
  • ମାଘ ସପ୍ତମୀ: ରଥ ସପ୍ତମୀ, ଆରୋଗ୍ୟ ସପ୍ତମୀ ବା ମାକରୀ ସପ୍ତମୀ ବା ଅରୁଣୋଦୟ ସପ୍ତମୀ ବା ଚନ୍ଦ୍ରଭାଗା ସପ୍ତମୀ ବା ମାଘୀ ସପ୍ତମୀ
  • କଲ୍ୟାଣ ସପ୍ତମୀ
  • ବିଶୋକ ସପ୍ତମୀ
  • କମଳ ସପ୍ତମୀ
  • ମନ୍ଦାର ସପ୍ତମୀ
  • ଶୁଭ ସପ୍ତମୀ

ଆଧାର[ସମ୍ପାଦନା]