ଅଷ୍ଟମୀ
Appearance
'ଅଷ୍ଟମୀ' ଚନ୍ଦ୍ରପକ୍ଷର ଅଷ୍ଟମ ଦିବସ - ଚନ୍ଦ୍ରର ଅଷ୍ଟମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ସପ୍ତମୀର ପରବର୍ତ୍ତୀ ଓ ନବମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ଅଷ୍ଟମୀକୁ କୃଷ୍ଣା ଅଷ୍ଟମୀ ବା କୃଷ୍ଣାଷ୍ଟମୀ ଓ ଶୁକ୍ଳ ପକ୍ଷର ଅଷ୍ଟମୀକୁ ଶୁକ୍ଳା ଅଷ୍ଟମୀ ବା ଶୁକ୍ଳାଷ୍ଟମୀ କୁହାଯାଇଥାଏ ।
- କାଳାଷ୍ଟମୀ: ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ । [୧]
- ବୁଧାଷ୍ଟମୀ: ମାର୍ଗଶିର, ମାଘ, ଫଗୁଣ, ବୈଶାଖ ଓ ଜ୍ୟୈଷ୍ଠ ଏହି ୫ମାସରେ ଶୁକ୍ଳ ଅଷ୍ଟମୀ ତିଥି ଦିନ ବୁଧବାର ହୋଇଥିଲେ ବୁଧାଷ୍ଟମୀ ପାଳନ କରାଯାଏ ।
- ଚୈତ୍ର ଶୁକ୍ଳାଷ୍ଟମୀ: ଅଶୋକାଷ୍ଟମୀ - ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା
- ଆଷାଢ଼ ଶୁକ୍ଳାଷ୍ଟମୀ: ପର୍ଶୁରାମାଷ୍ଟମୀ - ଲିଙ୍ଗରାଜ ମହାପ୍ରଭୁଙ୍କ ଯାତ୍ରା ।
- ଭାଦ୍ରବ ଶୁକ୍ଳାଷ୍ଟମୀ:ଦୁର୍ବ୍ୱାଷ୍ଟମୀ, ରାଧାଜନ୍ମାଷ୍ଟମୀ ବା ରାଧାଷ୍ଟମୀ- ରାଧା ଏହିଦିନ ଜନ୍ମଗ୍ରହଣ କରିଥିଲେ ।
- ଭାଦ୍ରବ କୃଷ୍ଣାଷ୍ଟମୀ: କୃଷ୍ଣ ଜନ୍ମାଷ୍ଟମୀ ଓ ଦୂର୍ଗାଜନ୍ମାଷ୍ଟମୀ ।
- ଆଶ୍ୱିନ ଶୁକ୍ଳାଷ୍ଟମୀ: ମହାଷ୍ଟମୀ- ଦୁର୍ଗା ପୂଜା
- ଆଶ୍ୱିନ କୃଷ୍ଣାଷ୍ଟମୀ: ଜିତାଷ୍ଟମୀ ବା ମୂଳାଷ୍ଟମୀ ବା ଜୀମୂତାଷ୍ଟମୀ: ଦୂତୀବାହନ ଓଷା (ଜୀମୂତବାହନ ପୂଜା);
- ଆଶ୍ୱିନ କୃଷ୍ଣପକ୍ଷର ଅଷ୍ଟମୀ ଦିନ ଦୂର୍ଗାଙ୍କର ଶରତକାଳୀନ ଦୁର୍ଗୋତ୍ସବ ବା ଷୋଳପୂଜାର ମୂଳ ଅର୍ଥାତ ଆରମ୍ଭ ହେଉଥିବାରୁ ଏହା ମୂଳାଷ୍ଟମୀ ଭାବେ ପରିଚିତ ।
- କାର୍ତ୍ତିକ ଶୁକ୍ଳାଷ୍ଟମୀ: ଗୋଷ୍ଟାଷ୍ଟମୀ ବା ଗୋପାଷ୍ଟମୀ - ଗୋସେବା ଉତ୍ସବ ।
- ଏହି ଦିନ ଶ୍ରୀକୃଷ୍ଣ ପ୍ରଥମେ ଗୋରୁ ଚରାଇବା ଆରମ୍ଭ କରିଥିଲେ ।
- ମାର୍ଗଶିର କୃଷ୍ଣାଷ୍ଟମୀ: ପ୍ରଥମାଷ୍ଟମୀ/ମହାକାଳାଷ୍ଟମୀ- ଓଡ଼ିଶାରେ ପୋଢୁଆଁ ଅଷ୍ଟମୀ ଓ ଲିଙ୍ଗରାଜ ମହାପ୍ରଭୁଙ୍କ ଯାତ୍ରା ।
- ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ନୂତନ ବସ୍ତ୍ର ପିନ୍ଧାଇ ବନ୍ଦାପନା କରାଯାଏ ।
ଆଧାର
[ସମ୍ପାଦନା]- ↑ "2015 Kalashtami". Drik Panchang. Retrieved 18 November 2014.