ପଞ୍ଚମୀ

ଉଇକିପିଡ଼ିଆ‌ରୁ


'ପଞ୍ଚମୀ' ଚନ୍ଦ୍ରପକ୍ଷର ପଞ୍ଚମ ଦିବସ - ଚନ୍ଦ୍ରର ପଞ୍ଚମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥିଚତୁର୍ଥୀର ପରବର୍ତ୍ତୀ ଓ ଷଷ୍ଠୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ପଞ୍ଚମୀକୁ କୃଷ୍ଣା ପଞ୍ଚମୀ ଓ ଶୁକ୍ଳ ପକ୍ଷର ପଞ୍ଚମୀକୁ ଶୁକ୍ଳା ପଞ୍ଚମୀ କୁହାଯାଇଥାଏ ।

ପର୍ବପର୍ବାଣି[ସମ୍ପାଦନା]

  • ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ: ଶିବଙ୍କ ବିବାହ ।
  • ଆଷାଢ଼ ଶୁକ୍ଳ ପଞ୍ଚମୀ: ହେରାପଞ୍ଚମୀ
  • ଶ୍ରାବଣ କୃଷ୍ଣ ପଞ୍ଚମୀ: ନାଗ ପଞ୍ଚମୀ/ ମନସା ପଞ୍ଚମୀ – ନାଗପୂଜା ।
  • ଶ୍ରାବଣ ଶୁକ୍ଳ ପଞ୍ଚମୀ: ଜାଗ୍ରଦ୍‌ଗୌରୀ ପଞ୍ଚମୀ – ଗ୍ରାମଦେବତୀ ପୂଜା ।
  • ଭାଦ୍ରବ କୃଷ୍ଣ ପଞ୍ଚମୀ: ରକ୍ଷା ପଞ୍ଚମୀ / ରେଖା ପଞ୍ଚମୀ- ଜଗନ୍ନାଥଙ୍କ ରେଖା ଲାଗି । କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା ।
  • ଭାଦ୍ରବ ଶୁକ୍ଳ ପଞ୍ଚମୀ: ଋଷି ପଞ୍ଚମୀ/ ଗୁରୁପଞ୍ଚମୀ- ନୂଆଖାଇ, ଏହା ଗୁରୁବାର ଦିନ ପଡ଼ିଲେ ଲକ୍ଷ୍ମୀ ପୂଜା ।
  • ଆଶ୍ୱିନ କୃଷ୍ଣ ପଞ୍ଚମୀ: ଅଶ୍ୱପଞ୍ଚମୀ / ନାହାଣ ପଞ୍ଚମୀ – ଅଶ୍ୱପୂଜା
  • ଆଶ୍ୱିନ ଶୁକ୍ଳ ପଞ୍ଚମୀ: ନତପଞ୍ଚମୀ – ଦୁର୍ଗାପୂଜାରମ୍ଭ (ପଞ୍ଚମୀଠାରୁ ନବମୀପର୍ଯ୍ୟନ୍ତ)
  • ମାର୍ଗଶିର ଶୁକ୍ଳ ପଞ୍ଚମୀ: ବିବାହ ପଞ୍ଚମୀ: ରାମ ଓ ସୀତାଙ୍କ ବିବାହୋତ୍ସବ ଦିନ
  • ପୌଷ ଶୁକ୍ଳ ପଞ୍ଚମୀ: କୁରାଳ ପଞ୍ଚମୀ (କୁମ୍ଭକାରଙ୍କର ପର୍ବ): ଏହି ଦିନ ପ୍ରତ୍ୟେକ କୁମ୍ଭକାର ସମ୍ପ୍ରଦାୟଙ୍କ ବିଲୁପ୍ତପ୍ରାୟ ସ୍ମୃତି ଶାଳଗୃହ, ଚକ, ପିଣ୍ଡ, ପିଟଣା ଆଦିକୁ ପୂଜାଅର୍ଚ୍ଚନା କରାଯାଇଥାଏ । କୁରାଳ ପୁରାଣପାଠ କରାଯାଏ ।
  • ମାଘ ଶୁକ୍ଳପଞ୍ଚମୀ: ବସନ୍ତପଞ୍ଚମୀ / ଶ୍ରୀପଞ୍ଚମୀ – ସରସ୍ୱତୀ ପୂଜା,[୧] ଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ।

ଆଧାର[ସମ୍ପାଦନା]

  1. "Basanta Panchami". Odisha Tourism. Archived from the original on 14 November 2014. Retrieved 19 August 2015.