ଅମାବାସ୍ୟା
Appearance
କୃଷ୍ଣପକ୍ଷର ଶେଷ ଦିନକୁ ଅମାବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।
ପର୍ବପର୍ବାଣି
[ସମ୍ପାଦନା]ସୋମବାର ଦିନ ଅମାବାସ୍ୟା ପଡ଼ିଲେ ଏହା ସୋମବତୀ ଅମାବାସ୍ୟା ଭାବେ ନାମିତ ହୁଏ ।[୧]
- ବୈଶାଖ ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
- ଜ୍ୟୈଷ୍ଠ ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା: ସାବିତ୍ରୀ ଓଷା।
- ଆଷାଢ଼ ଅମାବାସ୍ୟା: ବିଜୟ (ଉଭା) ଅମାବାସ୍ୟା ଏବଂ ଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ
- କେତେକ ବର୍ଷ ନେତ୍ରୋତ୍ସବର ତିଥି ନବଯୌବନ ଦର୍ଶନଠାରୁ ଭିନ୍ନ ହୋଇଥାଏ ।
- ଶ୍ରାବଣ ଅମାବାସ୍ୟା: ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ।
- ଭାଦ୍ରବ ଅମାବାସ୍ୟା: ସପ୍ତପୁରୀ ଅମାବାସ୍ୟା/ କୁଶୋତ୍ପାଟନୀ/ କୁଶଗ୍ରହଣୀ/ ସାତପୁରୀ ଅମାବାସ୍ୟା ।
- ଆଶ୍ୱିନ ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି, ସର୍ବପିତୃ ) ଅମାବାସ୍ୟା ।
- କାର୍ତ୍ତିକ ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ ପିପେଇ ଅମାବାସ୍ୟା ।
- ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ” ।
- ମାର୍ଗଶୀର ଅମାବାସ୍ୟା: ମହୋଦଧି ଅମାବାସ୍ୟା ।
- ପୌଷ ଅମାବାସ୍ୟା: ବଉଳ ଅମାବାସ୍ୟା ବା ବକୁଳ ଅମାବାସ୍ୟା : ବରାହ ଜନ୍ମ ।
- ମାଘ ଅମାବାସ୍ୟା: ମୌନୀ ଅମାବାସ୍ୟା, ତ୍ରିବେଣୀ ଅମାବାସ୍ୟା, ବିରଜା ଅମାବାସ୍ୟା ।
- ଫାଲ୍ଗୁନ ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ।
- ଚୈତ୍ର ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ।
ଆଧାର
[ସମ୍ପାଦନା]- ↑ "Somvati Amavasya Akhand Mantra Jap". Shri Yoga Vedanta Ashram. Archived from the original on 8 February 2014. Retrieved 3 May 2014.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |