ଦକ୍ଷିଣାୟନ ଯାତ୍ରା

ଉଇକିପିଡ଼ିଆ‌ରୁ

ଜଗନ୍ନାଥଙ୍କ ଧର୍ମ ସଂସ୍କୃତିରେ ପାଳନ ହେଉଥିବା ଏକ ପ୍ରକାର ଯାତ୍ରା ।

ପାଳନ ବିଧି[ସମ୍ପାଦନା]

କର୍କଟ ସଂକ୍ରାନ୍ତି ପୂର୍ବବର୍ତ୍ତୀ କୋଡ଼ିଏ ପୁଣ୍ୟକାଳ ଅଟେ । ଏହି ପୁଣ୍ୟକାଳରେ ପ୍ରଭୁଙ୍କୁ ପଞ୍ଚାମୃତରେ ସ୍ନାନ କରାଇ କର୍ପୁର ଚନ୍ଦନ ଲେପନ କରି ମନୋହର ବସ୍ତ୍ର ବିବିଧ ଅଳଙ୍କାର, ସୁଗନ୍ଧ ପୁଷ୍ପମାଳାରେ ଶରୀର ମଣ୍ଡନ କରି ଦୀପ ଓ ଭକ୍ଷଭୋଜ୍ୟ ଆଦି ଉପଚାରରେ ପ୍ରଭୁଙ୍କୁ ପୂଜା କରାଯାଏ । କର୍ପୁର ବୋଳା ହୋଇଥିବା ତାମ୍ବୁଳ ହରିଙ୍କ ମୁଖରେ ଦେଇ ବନ୍ଦାପନା କରାଯାଏ ।

ବିଶ୍ୱାସ[ସମ୍ପାଦନା]

ଲୋକମାନଙ୍କର ବିଶ୍ୱାସ ଯେଉଁ ଲୋକ ପୂଜା କାଳରେ ପ୍ରଭୁଙ୍କୁ ଦର୍ଶନ କରନ୍ତି ଅଥବା ପୂଜା ଶେଷରେ ଦର୍ଶନ କରନ୍ତି ମହାପ୍ରଭୁ ତା' ଉପରେ ସନ୍ତୁଷ୍ଟ ହୋଇ ଶତଗୁଣ ପୂଣ୍ୟଫଳ ପ୍ରଦାନ କରନ୍ତି । ଦକ୍ଷିଣାୟନ ଅର୍ଚ୍ଚନା କାଳରେ ଯେ ପ୍ରଭୁଙ୍କୁ ଦର୍ଶନ କରେ ତା'ର ସମସ୍ତ ପାପ ଦହନ ହୁଏ । ସେ ବୈକୁଣ୍ଠ ପୁରକୁ ଗମନ କରେ । ପ୍ରଭୁଙ୍କର ଉତ୍ସବ କ୍ଷୁଦ୍ର ବା ବୃହତ ହେଉ ତାହା ମୁକ୍ତି ଦାୟକ । ମାତ୍ର ଯେଉଁ ଲୋକ ଉତ୍ସବ ଦିନରେ ପ୍ରଭୁଙ୍କୁ ଦର୍ଶନ କରେ ସେ ମୁକ୍ତିଲାଭ କରେ । [୧]

ଆଧାର[ସମ୍ପାଦନା]

  1. ସ୍କନ୍ଧ ପୁରାଣ ଉତ୍କଳଖଣ୍ଡ ଅବଲମ୍ବନରେ କଥା ଆକାରରେ ଲିଖିତ ପୁନଃ ( ଶ୍ରୀଜଗନ୍ନାଥ କଥାମୃତ ପୃଷ୍ଠା ସଂଖ୍ୟା ୧୧୬ ଡ଼ ରାମଚନ୍ଦ୍ର ମିଶ୍ରଙ୍କଦ୍ୱାରା )