ଦ୍ୱିତୀୟା

ଉଇକିପିଡ଼ିଆ‌ରୁ

'ଦ୍ୱିତୀୟା' ଚନ୍ଦ୍ରପକ୍ଷର ଦ୍ୱିତୀୟ ଦିବସ - ଚନ୍ଦ୍ରର ଦ୍ୱିତୀୟ କଳାର ହ୍ରାସ ବା ବୃଦ୍ଧିଜନିତ ତିଥିପ୍ରତିପଦର ପରବର୍ତ୍ତୀ ଓ ତୃତୀୟାର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ଦ୍ୱିତୀୟାକୁ କୃଷ୍ଣା ଦ୍ୱିତୀୟା ଓ ଶୁକ୍ଳ ପକ୍ଷର ଦ୍ୱିତୀୟାକୁ ଶୁକ୍ଳା ଦ୍ୱିତୀୟା କୁହାଯାଇଥାଏ ।

  • ଆଷାଢ଼ ଶୁକ୍ଳ ଦ୍ୱିତୀୟା: ଜଗନ୍ନାଥଙ୍କ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା
  • ଆଶ୍ୱିନ କୃଷ୍ଣ ଦ୍ୱିତୀୟା: ଗୁପ୍ତ ଗୁଣ୍ଡିଚା
ଶ୍ରୀମନ୍ଦିରର ଦେବୀପୀଠ ବିମଳା ମନ୍ଦିରରେ ଷୋଳପୂଜା ଆରମ୍ଭରୁ ମହାପ୍ରଭୁଙ୍କୁ ପ୍ରତିନିଧି ମାଧବ ଓ ଦେବୀଙ୍କ ପ୍ରତିନିଧି ଦୁର୍ଗା ରୁନ୍ଧା ହୋଇ ରହିଥାନ୍ତି । ୯ଦିନ ପରେ ଦୁର୍ଗାମାଧବ ଏକତ୍ର ହୋଇ ପାଲିଙ୍କିଯାତ୍ରାରେ ବିଜେ କରନ୍ତି । ଏହି ପାଲିଙ୍କିଯାତ୍ରାକୁ ଗୁପ୍ତ ଗୁଣ୍ଡିଚା କୁହାଯାଏ ।[୧] ଶ୍ରୀମନ୍ଦିରରୁ ବାହାରି ଦୁର୍ଗାମାଧବ ରଥରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି ।[୨]

ଆଧାର[ସମ୍ପାଦନା]

  1. "Gupta Gundicha In Srikhetra – Start of Durga Madhab worshiping | PURIWAVES". puriwaves.nirmalya.in. 2012. Retrieved 20 December 2012. This Gupta Gundicha is celebrated from Aswina Krusna Dwitya {{cite web}}: no-break space character in |title= at position 63 (help)
  2. Panda, Namita (2010). "The Telegraph - Calcutta (Kolkata) | Orissa | Gupta Gundicha attracts devotees". telegraphindia.com. Retrieved 20 December 2012. For the next eight days, the idols, known as Durgamadhaba, are taken outside the temple on a palanquin to the nearby Narayani Mandapa situated in the Dolamandapa lane
  3. S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 408–. ISBN 978-81-7835-377-7.