ଶରତ ଚନ୍ଦ୍ର ପ୍ରଧାନ

ଉଇକିପିଡ଼ିଆ‌ରୁ
ଶରତ ଚନ୍ଦ୍ର ପ୍ରଧାନ
Born(1934-05-05)୫ ମଇ ୧୯୩୪
Died୭ ଜାନୁଆରୀ ୨୦୨୩(2023-01-07) (ବୟସ ୮୭)
ଯୋବ୍ରା ମଝିସାହି, କଟକ
Occupationଅଧ୍ୟାପନା
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪

ଶରତ ଚନ୍ଦ୍ର ପ୍ରଧାନ (୫ ମଇ ୧୯୩୪ – ୭ ଜାନୁଆରୀ ୨୦୨୩)[୧] ଜଣେ ଅଧ୍ୟାପକ ତଥା ଓଡ଼ିଆ କବି, ପ୍ରାବନ୍ଧିକ ଓ ସମାଲୋଚକ ଥିଲେ । ସେ ମୁଖ୍ୟତଃ ଲୋକ ଲୋକ ସଂସ୍କୃତିକୁ ଭିତ୍ତି କରି ସାହିତ୍ୟ ରଚନା କରିଥିଲେ ।[୨] "ଯଯାତି" ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପ୍ରଜାତନ୍ତ୍ର ପ୍ରଚାର ସମିତିର "ବିଷୁବ ପୁରସ୍କାର", ଗଙ୍ଗାଧର ରଥ ଫାଉଣ୍ଡେସନର "ସାହିତ୍ୟ ଭାରତୀ" ପୁରସ୍କାର ଏବଂ "ଓଡ଼ିଆ ଗବେଷଣା ପରିଷଦ"ର "କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର" ସେ ପାଇଥିବା ଅନ୍ୟ କେତୋଟି ପ୍ରମୁଖ ପୁରସ୍କାର । ତାଙ୍କର ଆତ୍ମଜୀବନୀର ନାମ "ସାହିତ୍ୟର ସେବାୟତ" ।

୨୦୨୩ ଜାନୁଆରୀ ୮ ତାରିଖରେ କଟକର ମଝିସାହିସ୍ଥିତ ତାଙ୍କ ବାସଭବନରେ ତାଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ଜୀବନୀ[ସମ୍ପାଦନା]

ଶରତ ଚନ୍ଦ୍ର ପ୍ରଧାନ ଓଡ଼ିଶାର କେନ୍ଦୁଝର ଜିଲ୍ଲାସ୍ଥିତ ଚମ୍ପୁଆ ଅନ୍ତର୍ଗତ ଟୋଲକନଣ୍ଡା ଗ୍ରାମରେ ୧୯୩୪ ମଇ ୫ ତାରିଖରେ ଜନ୍ମନେଇଥିଲେ । ୧୯୫୯ ମସିହାରେ ଓଡ଼ିଆରେ ସ୍ନାତକ ସମାପ୍ତ କରି ପରେ ସେ ରେଭେନ୍ସା ମହାବିଦ୍ୟାଳୟ ସମେତ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ପରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ହୋଇଥିଲେ ।

ରଚନାବଳୀ[ସମ୍ପାଦନା]

ତାଙ୍କର ଗବେଷଣା ସନ୍ଦର୍ଭ "ମଧୁସୃଷ୍ଟି : ଅମୂର୍ତ୍ତ "ଦୃଷ୍ଟିସମେତ "କାବ୍ୟ ଧାରା ଓ କବିମାନସ", "ସାହିତ୍ୟ ସଂଗମ", "ସାହିତ୍ୟାବର୍ତ୍ତ", "ସାଂପ୍ରତିକ କବିତାର କୁଳ ଓ ଶୀଳ" ଆଦି ତାଙ୍କର ପ୍ରମୁଖ ସମାଲୋଚନା ଗ୍ରନ୍ଥ ଏବଂ "ନଈ ଆଉ ମାଛ ହଂସ ଓ ସାରସ", "ଉଚ୍ଚୈଶ୍ରବା", "ଯଯାତି", "ଅଭୟଭୟ", "ବୃକୋଦର" ଆଦି ତାଙ୍କର ପ୍ରମୁଖ କାବ୍ୟକୃତି ।

  • ଅସ୍ଥିର ପାଦ[୩]
  • କାବ୍ୟଧାରା ଓ କବିମାନସ - ୧୯୭୬(ଫ୍ରେଣ୍ଡସ ପବ୍ଲିଶର୍ସ)
  • ନୀଳକଣ୍ଠ ଚୟନିକ - ୨୦୦୬(କେନ୍ଦ୍ର ସାହିତ୍ୟ ଏକାଡେମୀ)
  • ମଧୁସୃଷ୍ଟି ଅମୂର୍ତ୍ତ ଦୃଷ୍ଟି - ୧୯୮୩
  • ସାହିତ୍ୟ ସଙ୍ଗମ - ୧୯୮୧ (ବୁକ୍ସ ଆଣ୍ଡ ବୁକ୍ସ)
  • ଅଭୟ ଭୟ - ୧୯୯୪ (ଆର୍ଯ୍ୟ ପ୍ରକାଶନୀ)
  • ଅଦୃଶ୍ୟ ଡଗର - ୨୦୧୨ (ବିଜୟିନୀ ପବ୍ଲିକେଶନ୍ସ୍)
  • ବଗିଚାର ଦୃଶ୍ୟ - ୨୦୦୧ (ଆର୍ଯ୍ୟ ପ୍ରକାଶନ)
  • ବତ୍ରିଶ ସିଂହାସନ - ୧୯୯୮ (ଆର୍ଯ୍ୟ ପ୍ରକାଶନ)
  • ଇନ୍ଦ୍ରଧନୁର ଭାଷା - ୨୦୦୯ (ବିଜୟିନୀ ପବ୍ଲିକେଶନ୍ସ୍)
  • ଶରତ ସଂଭାର - ୨୦୦୬ (ଶବ୍ଦପ୍ରତିମା)
  • ସାଂପ୍ରତିକ କବିତାର କୁଳ ଓ ଶୀଳ - ୨୦୦୭(ଶବ୍ଦପ୍ରତିମା)[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା), ୧୯୯୪[୫]
  • ସାହିତ୍ୟ ଭାରତୀ ସମ୍ମାନ - ୨୦୧୯ (ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୧ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର[ସମ୍ପାଦନା]

  1. "କବି ଶରତ ଚନ୍ଦ୍ର ପ୍ରଧାନଙ୍କ ପରଲୋକ". ଧରିତ୍ରୀ. 9 January 2023. p. ୭. Retrieved 9 January 2023.
  2. Folk Culture. Institute of Oriental and Orissan Studies. 1983.
  3. Indian Literature. Sähitya Akademi. 1987.
  4. "National Library of India online catalog". opac.nationallibrary.gov.in. National Library of India. Retrieved 18 March 2019.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 January 2021.
  6. "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା". No. ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ସମ୍ବାଦ. Retrieved 18 March 2019.[permanent dead link]