ଦୀନନାଥ ପାଠୀ
ଦୀନନାଥ ପାଠୀ | |
---|---|
ଜନ୍ମ ନାଆଁ | ଦୀନନାଥ ପାଠୀ |
ଜନ୍ମ | ଦିଗପହଣ୍ଡି | ୯ ମଇ ୧୯୪୨
ମୃତ୍ୟୁ | ୨୯ ଅଗଷ୍ଟ ୨୦୧୬ ଭୀମଟାଙ୍ଗି, ଭୁବନେଶ୍ୱର | (ବୟସ ୭୪)
ଜାତୀୟତା | ଭାରତୀୟ |
ଦୀନନାଥ ପାଠୀ (୯ ମଇ ୧୯୪୨ - ୨୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଓ ସାହିତ୍ୟିକ ଥିଲେ । ନୃତ୍ୟ, କଳା ଓ ଇତିହାସର ଗବେଷକ ଭାବରେ ସେ ପରିଚିତ ଥିଲେ । ସାମାଜିକ କଥାବସ୍ତୁ ଓ ମାଟି ମା'ର କଥା ତାଙ୍କ ଚିତ୍ର ଓ ସାହିତ୍ୟ ମାଧ୍ୟମରେ ପ୍ରକାଶ ପାଇଥିଲା ।[୧]
ଜୀବନ କାଳ
[ସମ୍ପାଦନା]ଦୀନନାଥ, ୧୯୪୨ ମସିହା ମଇ ୯ତାରିଖ(ମାଘ ସପ୍ତମୀ)ରେ[୨] ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିଠାରେ ରାଜବୈଦ୍ୟ ପରିବାରର ଶ୍ୟାମସୁନ୍ଦର ପାଠୀ ଓ କମଳାଦେବୀଙ୍କ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ନାଟକର ପରଦା ଅଙ୍କନରୁ ଆରମ୍ଭ ହୋଇଥିଲା ଚିତ୍ର ଆଙ୍କିବା । ବଡ଼ ଭାଇ ଲୋକନାଥଙ୍କ ଶିଳ୍ପ କଳା ମନ୍ଦିରରୁ ସେ ଚିତ୍ର କରିବା ଶିଖିଥିଲେ । ଖଲ୍ଲିକୋଟ କଳା ବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଶାନ୍ତିନିକେତନରୁ ଚିତ୍ରକଳା ଶିକ୍ଷା କରିଥିଲେ । ବଡ଼ ଭାଇଥିଲେ ପ୍ରଥମ ଗୁରୁ ।[୩] ଆଗକୁ ଯାଇ ଦୀନନାଥ ଚିତ୍ରକଳା ଏବଂ ଆର୍ଟ ହିଷ୍ଟ୍ରୀର ପି.ଏଚ.ଡି ହାସଲ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି, ସେ ୧୯୭୨ ମସିହାରେ ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର, ୧୯୭୯ରେ ଓଡ଼ିଶା ପର୍ଯ୍ୟଟନର ଡିଭିଜନାଲ ମ୍ୟାନେଜର, ୧୯୮୩ରେ ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ, ନୂଆଦିଲ୍ଲୀସ୍ଥିତ ଏକାଡେମୀ ଅଫ ଆର୍ଟର ସମ୍ପାଦକ ଓ କେନ୍ଦ୍ର ଲଳିତ କଳା ଏକାଡେମୀର ସଚିବ ଭାବରେ କାର୍ଯ୍ୟ କରିଥିଲେ । ଏତଦ ଭିନ୍ନ ଦେଶବିଦେଶରେ ବିଭିନ୍ନ ଚାରୁକଳା ପ୍ରଦର୍ଶନୀରେ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇ, ସେ ଓଡ଼ିଶା ଚାରୁ କାରୁ କଳାକୁ ପରିଚିତି ଆଣି ଦେଇଥିଲା । ସୋଭିଏତ ସଂଘ ଓ ସୁଇଡେନ ହୋଇଥିବା ଭାରତ ଉତ୍ସବ, ବାଲି-ଇଣ୍ଡୋନେସିଆରେ କଳିଙ୍ଗ-ବାଲିଯାତ୍ରା, କାଏରୋରେ ଅନୁଷ୍ଠିତ ୪ର୍ଥ ବିନାଲେ, ବେଇଜିଙ୍ଗର ଆର୍ଟ ଏକ୍ସପୋ, ଓ ସପ୍ତମ ଭାରତ ଟ୍ରିନାଲେ ଆଦି ଜାତୀୟ କଳା-ପ୍ରକଳ୍ପର ସେ ମୁଖ୍ୟ ବିନ୍ଧାଣୀ ଥିଲେ । ସେ ତାଙ୍କ ଜୀବକାଳରେ ପ୍ରାୟ ୬୦୦ରୁ ଉର୍ଦ୍ଧ ଚିତ୍ର ଆଙ୍କିଥିଲେ ।
ଚିତ୍ର କରିବା ବ୍ୟତିତ ସାହିତ୍ୟ ସର୍ଜନା ଦୀନନାଥଙ୍କ ବ୍ୟକ୍ତିତ୍ୱର ଅନ୍ୟଏକ ବିଭବ ଥିଲା । ଓଡ଼ିଆ, ଇଂରାଜୀ ଓ ଜର୍ମାନ ଭାଷାରେ ତାଙ୍କର ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି । “ଅଂଗରାଗ” ନାମକ ଏକ ଇଂରାଜୀ ପତ୍ରିକା ସେ ସମ୍ପାଦନା କରୁଥିଲେ । [୪]
୨୦୧୬ ଅଗଷ୍ଟ ୨୯ ତାରିଖ ଦିନ ହୃଦ୍ଘାତରେ ଦୀନନାଥଙ୍କ ମୃତ୍ୟୁ ହେଇଥିଲା ।[୫]
ଅଙ୍କିତ ଚିତ୍ର
[ସମ୍ପାଦନା]- ଫସଲ ଅମଳର ଗୀତ
- ଯମଜ
- ପ୍ରେମୀ ଯୁଗଳ
- ପକ୍ଷୀର ମୃତ୍ୟୁ
- ଶ୍ରୀରାଧା
- ନୀଳକନ୍ୟା
- ଅଭିସାରିକା
- ବ୍ୟାଘ୍ର ଓ ପଦ୍ମବନ
- ପଦ୍ମ ପୁଷ୍କରିଣୀ
- ପଦ୍ମବନ ଓ ମୃଗଯୁଥ
ପ୍ରକାଶିତ ବହି
[ସମ୍ପାଦନା]- ଶିବାନନ୍ଦ ଓ ଦିବ୍ୟଜୀବନ
- ଭଗବଦ୍ ଗୀତା
- ଓଡ଼ିଶାର ଲୋକକଳା
- ଓଡ଼ିଶାର ଆଦିବାସୀ କଳା
- ଓଡ଼ିଶାର କଳା ଓ ସ୍ଥାପତ୍ୟ
- ଆଦିମ ମଣିଷର କଳା
- ଚିୟତେ ଇତି
- ଚିତ୍ରଭାଷା ଓ ଚିତ୍ରିତ ଭାଷା
- ରାମକଥାରେ କାବ୍ୟଭାଷା ଓ ଚିତ୍ରଭାଷା
- ଭାଗବତ ଚିତ୍ରଭାଷ୍ୟ
- ଅବନ୍ତୀ
- ଚିତ୍ରଶାଳା
- ଭବଘୁରା ଭବନାଥ
- ସାୟୋନାରା (ଉପନ୍ୟାସ)
- ପୁନର୍ନବା (ଉପନ୍ୟାସ)
- ଶ୍ଳୋକଛନ୍ଦ (ଉପନ୍ୟାସ)
- ଭବଘୁରା ଭବନାଥ (ଗଳ୍ପ)
- ସୁନାମାଛ (ଗଳ୍ପ)
- ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ (ଆତ୍ମଜୀବନୀ)
- ପୁଞ୍ଜିକୟାଁର ଫକୀର (ଜୀବନୀ)
- ଚିଲିକା ପାଣିରେ ଛାଇ (ଜୀବନୀ)
- ନୀଳହ୍ରଦର ଚିତ୍ରକର (ଭ୍ରମଣ କାହାଣୀ)
- ତୁମେ କୁଆଲାଲୁମପୁର ଦେଖିଛ (ଭ୍ରମଣ କାହାଣୀ)[୬]
- ଗଙ୍ଗାବତରଣ (ଚିତ୍ରୋପନ୍ୟାସ), ଅବନ୍ତୀ, ଭୀମଟାଙ୍ଗୀ, ଭୁବନେଶ୍ୱର, ୨୦୦୨
- Rethinking Odissi
- Pathy, Dinanath (2001). Art, regional traditions, the Temple of Jagannātha. Black & White. ISBN 8175741058.
{{cite book}}
: Cite has empty unknown parameter:|month=
(help) - Pathy, Dinanath (1999). The Continuity in the Flux : Orissa. Harman Publishing House. ISBN 8186622314.
{{cite book}}
: Cite has empty unknown parameter:|month=
(help) - Pathy, Dinanath (1997). Oddiyan: Six Contemporary Painters. Harman Publishing House. ISBN 8186622241.
{{cite book}}
: Cite has empty unknown parameter:|month=
(help) - Pathy, Dinanath (1996). The Painted Icons : Wall Paintings of the Sauras of South Orissa. Harman Publishing House. ISBN 8186622055.
{{cite book}}
: Cite has empty unknown parameter:|month=
(help) - Pathy, Dinanath (1995). Jayadeva and Gitagovinda : In the Traditions of Orissa. Harman Publishing House. ISBN 8185151865.
{{cite book}}
: Cite has empty unknown parameter:|month=
(help) - Pathy, Dinanath (1995). Beyond The Canvas : Critical Vision of an Indian Painter. Harman Publishing House. ISBN 8185151970.
{{cite book}}
: Cite has empty unknown parameter:|month=
(help) - Pathy, Dinanath (1995). The Drawingmaster of Digapahandi. Harman Publishing House. ISBN 8185151970.
{{cite book}}
: Cite has empty unknown parameter:|month=
(help)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି), ୨୦୧୫ [୭]
- ରାଷ୍ଟ୍ରପତିଙ୍କ ରଜତ ଫଳକ (କଳା ଇତିହାସର ଗବେଷଣାର ପାଇଁ)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩[୮]
- ଚାଇନା ଆର୍ଟ ଏକ୍ସପୋଜିସନ - ୧୯୯୮[୯]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୬
- ଜବାହରଲାଲ ଫେଲୋସିପ
- ପି.ଏଚ.ଡି (ବିଶ୍ୱଭାରତୀ ଶାନ୍ତିନିକେତନରୁ)
- ପି.ଏଚ.ଡି (ଉତ୍କଳ ବିଶ୍ୱବିଦ୍ୟାଳୟରୁ)
- ଡି.ଲିଟ ( ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ)[୧୦]
ଆଧାର
[ସମ୍ପାଦନା]- ↑ http://sarbasadharana.com/?p=25611[permanent dead link]
- ↑ "ପରଲୋକରେ 'ଦିଗପହଣ୍ଡିର ଡ୍ରଇଁ ମାଷ୍ଟ୍ରେ,". ପ୍ରମେୟ. Archived from the original on 2 September 2016. Retrieved 31 August 2016.
- ↑ http://www.odisha.com/archives/23819
- ↑ http://sambad.in/news/state/2675.html[permanent dead link]
- ↑ The Hindu: Renowned painter Dinanath Pathy passes away, accessdate: August 31, 2016
- ↑ "ଦିନନାଥ ପାଠୀ ଆଉ ନାହାନ୍ତି". ସମ୍ବାଦ ୩୦/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 31 August 2016.[permanent dead link]
- ↑ "ଏ ଦେଶର ଭାଷା ବିଭାଜନ କରି ପଡ଼ୋଶୀ ବିଭାଜିତ". ସର୍ବସାଧାରଣ. Retrieved 29 August 2016.[permanent dead link]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Archived from the original on 16 February 2020. Retrieved 31 August 2016.
- ↑ "ଆରପାରିରେ ଦିନନାଥ". ଧରିତ୍ରୀ ୩୦/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 7 December 2020.
- ↑ http://sarbasadharana.com/?p=25611[permanent dead link]