ମନୋରମା ମହାପାତ୍ର

ଉଇକିପିଡ଼ିଆ‌ରୁ
(Manorama Mohapatraରୁ ଲେଉଟି ଆସିଛି)
ମନୋରମା ମହାପାତ୍ର
ମନୋରମା ମହାପାତ୍ର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ କାର୍ଯ୍ୟକ୍ରମରେ
Born(1934-06-10)୧୦ ଜୁନ ୧୯୩୪
ରାଧାନାଥପୁର ଶାସନ, ଆଠଗଡ଼
Died୧୮ ସେପ୍ଟେମ୍ବର ୨୦୨୧(2021-09-18) (ବୟସ ୮୭)
କଟକ
Nationalityଭାରତୀୟ
Educationସ୍ନାତକ (ଅର୍ଥନୀତି)
Spouseପଦାରବିନ୍ଦ ମହାପାତ୍ର
Parent(s)ରାଧାନାଥ ରଥ, ସାବିତ୍ରୀ ଦେବୀ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୪

ମନୋରମା ମହାପାତ୍ର (୧୦ ଜୁନ ୧୯୩୪ - ୧୮ ସେପ୍ଟେମ୍ବର ୨୦୨୧), ଜଣେ ଓଡ଼ିଆ ସମାଜସେବୀ, ସାହିତ୍ୟିକ[୧] ଓ ସମ୍ପାଦକ ଥିଲେ ।[୨][୩] ଜଣେ ସାହିତ୍ୟିକ ଭାବରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନ ଲାଭ କରିଛନ୍ତି । ସମାଜ ଖବରକାଗଜର ସମ୍ପାଦକ ଭାବରେ ସେ ବହୁତ ଦିନ କାମ କରିଥିଲେ ।[୪][୫] ସେ ଜଣେ ଅର୍ଥନୀତି ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୬] ସେ ଓଡ଼ିଶା ସାହିତ୍ୟ ଏକାଡେମୀଉତ୍କଳ ସାହିତ୍ୟ ସମାଜର ପ୍ରଥମ ମହିଳା ସମ୍ପାଦିକା ଥିଲେ ।[୭]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମନୋରମା ମହାପାତ୍ର‌ ୧୯୩୪ ମସିହା ଜୁନ ୧୦ ତାରିଖରେ କଟକ ଆଠଗଡ଼ ରାଧାନାଥପୁର ଶାସନରେ ଜନ୍ମ ହୋଇଥିଲେ ।[୮] ସେ ପଦ୍ମଭୂଷଣ ସମ୍ମାନୀତ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ରାଧାନାଥ ରଥଙ୍କର ଝିଅ ଥିଲେ । ପ୍ରାଥମିକ ଶିକ୍ଷା ଶେଷ ପରେ ରେଭେନସା ଗାର୍ଲସ ହାଇସ୍କୁଲରୁ ମ୍ୟାଟିକ ପାସ୍‌ କରିଥିଲେ । ୧୯୭୦ ମସିହାରେ ଓଡ଼ିଶା ଶିକ୍ଷା ବିଭାଗରେ ଯୋଗ ଦେଇଥିଲେ । ଅର୍ଥନୀତି ପ୍ରାଧ୍ୟାପିକା ଭାବରେ ୧୫ବର୍ଷ କାଳ ଶିକ୍ଷାଦାନ କରି ୧୯୮୫ ମସିହାରେ ଅବସର ଗ୍ରହଣ କରିଥିଲେ । ୨୦୨୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୯]

ରଚନାବଳୀ[ସମ୍ପାଦନା]

  • ବଣରାଇଜର କଥା
  • ବୈଦେହୀ ବିସର୍ଜିତା - ୧୯୯୭ (ବିଦ୍ୟାପୁରୀ)
  • ଏକଲା ନଇର ଗୀତ (ବିଦ୍ୟାପୁରୀ)
  • ଜହ୍ନରାତିର ମୁହଁ (ବିଦ୍ୟାପୁରୀ)
  • କେତୋଟି ମନଛୁଆଁ ଗପ (ଫ୍ରେଣ୍ଡସ ପବ୍ଲିଶରସ)
  • ସାତ ସମୁଦ୍ର ତେର ନଇ (ଫ୍ରେଣ୍ଡସ ପବ୍ଲିଶରସ)
  • ଟିକି ବଗିଚାର ଟିକି ଚଢ଼େଇ (ବିଦ୍ୟାପୁରୀ)
  • ଆଈଙ୍କ ମୁଣିରୁ ବିଜ୍ଞାନ ଗପ - ୧୯୯୯ (ଓଡ଼ିଶା ବୁକ ଷ୍ଟୋର)
  • ବନ୍ଦ ଘରର କବାଟ - ୧୯୭୯ (ନାଳନ୍ଦା)
  • ଆମେ ସବୁ ନୀରବ ଦର୍ଶକ - ୧୯୯୯ (ଶେତପଦ୍ମା ପ୍ରକାଶନୀ)
  • ଝଡ଼ପରେ ସୂର୍ଯ୍ୟୋଦୟ - ୨୦୦୦ (ଶ୍ୱେତପଦ୍ମା ପ୍ରକାଶନୀ)
  • ମାନସୀ ମୋ' ବନହଂସୀ - ୨୦୧୨ (ମହେଶ ମହାପାତ୍ର)
  • ପାହାନ୍ତି ତାରାର ଲୁହ - ୨୦୧୫ (ପ୍ରୀତମ ମହାପାତ୍ର)
  • ରୂପମ୍ ରୂପମ୍ ପ୍ରତିରୂପମ୍ - ୨୦୧୪ (ଶ୍ୱେତପଦ୍ମ ପ୍ରକାଶନୀ)
  • ସଂହତିର ସଂହିତା - ୨୦୦୩ (ଶ୍ୱେତପଦ୍ମ ପ୍ରକାଶନୀ)
  • ସମୟ ପୁରୁଷ - ୨୦୦୮ (ଶ୍ୱେତପଦ୍ମ ପ୍ରକାଶନୀ)
  • ସ୍ମୃତି ଚନ୍ଦନ - ୨୦୦୮ (ଶ୍ୱେତପଦ୍ମ ପ୍ରକାଶନୀ)
  • ସତ୍ୟ ହିଁ ସମ୍ପଦ - ୧୯୯୭ (ମା ସାରଦା ପବ୍ଲିକେଶନ)
  • ଅଛିଣ୍ଡା ମାସ ଛିଣ୍ଡାଦଉଡି - ୨୦୧୨ (ଶ୍ୱେତପଦ୍ମ ପ୍ରକାଶନୀ)
  • ଦୂର ରାଇଜର କଥା - ୨୦୦୬ (ଓଡ଼ିଶା ବୁକ ଷ୍ଟୋର)[୧୦]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Savitiri Rout (1972). Women Pioneers In Oriya Literature. Motilal Banarsidass Publishe. pp. 81–. ISBN 978-81-208-2546-8.
  2. Orissa Society of Americas 17th Annual Convention Souvenir: For Annual Convention Held in 1986 at Toronto, Canada. Odisha Society of the Americas. pp. 9–. GGKEY:PCZEPH8UN9Y.
  3. Gopinath Mohanty; Jeeban Kumar Patnaik; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  4. Sahitya Akademi (2005). Annual Report. Sahitya Akademi.
  5. Pratibha India. A. Sitesh. 1994.
  6. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  7. "ବ୍ୟକ୍ତିତ୍ୱ". No. ନିତିଦିନ ୨୬/୦୩/୨୦୨୧. ନିତିଦିନ. Retrieved 27 March 2021.[permanent dead link]
  8. "Eminent author, columnist Manorama Mmohapatra passes away". UNI. Retrieved 19 September 2021.
  9. "Eminent Author Manorama Mohapatra passes away in Odisha". www.kalingatv.com. ଇଷ୍ଟର୍ଣ ମିଡ଼ିଆ. Retrieved 18 September 2021.
  10. "National Library of India Online Catalog". opac.nationallibrary.gov.in. National Library of India. Retrieved 2 May 2019.
  11. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 11 May 2019.
  12. "Sarala Samman for Manorama Mahapatra". odishasuntimes.com. odisha suntimes. Retrieved 2 May 2019.
  13. "Manorama Mohapatra Received Shakuntala Sanmman 2011". www.odisha360.com. odisha360. Retrieved 2 May 2019.