ସ୍ନେହଲତା ମହାନ୍ତି
ସ୍ନେହଲତା ମହାନ୍ତି | |
---|---|
ଜନ୍ମ | ବାଘସାହି, ଜଗତସିଂହପୁର | ୨୩ ମାର୍ଚ୍ଚ ୧୯୩୨
ଜାତୀୟତା | ଭାରତୀୟ |
ବୃତ୍ତି | ଶିଶୁ ସାହିତ୍ୟିକା |
ବୈବାହିକ-ସାଥୀ | ପୂର୍ଣ୍ଣଚନ୍ଦ୍ର ମହାନ୍ତି |
ପିତାମାତା | ଦିବ୍ୟସିଂହ ମହାନ୍ତି, ଇନ୍ଦ୍ରମଣି ଦେବୀ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୧୫[୧] |
ସ୍ନେହଲତା ମହାନ୍ତି, (ଜନ୍ମ: ୨୩ ମାର୍ଚ୍ଚ ୧୯୩୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ । ସେ ତାଙ୍କର ଶିଶୁସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ।[୨]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ସ୍ନେହଲତା ମହାନ୍ତି ୧୯୩୨ ମସିହା ମାର୍ଚ୍ଚ ୨୩ ତାରିଖରେ ଜଗତସିଂହପୁର ନିକଟସ୍ଥ ବାଘସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଦିବ୍ୟସିଂହ ମହାନ୍ତି ଓ ମାତାଙ୍କ ନାମ ଇନ୍ଦ୍ରମଣି ଦେବୀ । ପିତା ନୂଆପଡ଼ାର ତହସିଲଦାର ଥିବାରୁ ଘରର ଆର୍ଥିକ ଅବସ୍ଥା ସ୍ୱଛଳ ଥିଲା । ସ୍ନେହଲତାଙ୍କୁ ୮ବର୍ଷ ବସସ ବେଳକୁ ମାତା ଇନ୍ଦ୍ରମଣିଙ୍କର ଦେହାନ୍ତ ଘଟିଥିଲା । ସିପିସ୍ଥିତ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ସେ ନିଜର ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ । ୧୯୪୦ ମସିହାରେ ସେ ତୃତୀୟ ଶ୍ରେଣୀ ପାସ କରିଥିଲେ । ଏହି ପରୀକ୍ଷାରେ ସେ ସମଗ୍ର କଟକ ସର୍କଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୪୨ ମସିହାରେ ମାତ୍ର ୧୦ବର୍ଷ ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେତେବେଳକୁ ଦିବ୍ୟସିଂହ ତାଙ୍କର ପାଠପଢ଼ା ବନ୍ଦକରିଦେଲେ । ୧୯୫୦ ମସିହା ମାର୍ଚ୍ଚ ୧୧ ଦିନ, ସ୍ନେହଲତା ବାଲିକୁଦା ନିବାସୀ ପୂର୍ଣ୍ଣଚନ୍ଦ୍ରଙ୍କୁ ବିବାହ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପୁଲିସ ବିଭାଗରେ ଚାକିରି କରୁଥିଲେ ।
ସାହିତ୍ୟ ରଚନା
[ସମ୍ପାଦନା]ସ୍ନେହଲତା ମହାନ୍ତି, ମୁଖ୍ୟତଃ ଶିଶୁସାହିତ୍ୟ[୩] ଲେଖୁଥିଲେ ମଧ୍ୟ ବଡ଼଼ମାନଙ୍କ ପାଇଁ ଗଳ୍ପ, କବିତା ଓ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କର ୩୩ଖଣ୍ଡ ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇସାରିଛି ଓ ବହୁ ପୁସ୍ତକ ପ୍ରକାଶନ ଅପେକ୍ଷାରେ ଅଛି । ମନପବନ ପତ୍ରିକାରେ ତାଙ୍କର ପ୍ରଥମ ଲେଖା ପ୍ରକାଶ ପାଇଥିଲା ।
ରଚନାବଳୀ
[ସମ୍ପାଦନା]ଶିଶୁ କବିତା
[ସମ୍ପାଦନା]- ନ ତିଅଣ ଛ ଭଜା (୧୯୬୫)
- କାଉ କୋଇଲି (୧୯୮୪)
- ଶିଶୁଗୀତିକା (୧୯୯୩)
- ସବୁଠାରୁ ବଡ଼ (୧୯୯୩)
- ଝୁଲୁରେ ହାତୀ ଝୁଲ (୧୯୯୮)
- ଝୁମକୁ ଝୁମା (୨୦୦୩)
ଶିଶୁ ଗପ
[ସମ୍ପାଦନା]- ମୁଁ ବୈଜ୍ଞାନିକ ହେବି (୧୯୮୯)
- ସପନ କଥା (୧୯୮୯)
- ମନଲାଖି ଗପ ଓ ଗୀତ (୧୯୮୯)
- ନୂଆ ଦୁନିଆ (୧୯୯୭)
- ନିଦଛଡା ଔଷଧ (୨୦୦୧)
- ମନର ବଳ (୨୦୦୩)
- ଚଗଲାର ଚାଲାକି (୨୦୦୩)
- ହନୁକୁ ପାନେ (୨୦୦୩)
- ମେଳର ବଳ (୨୦୦୪)
- ସେଇ ଘର ସ୍ୱର୍ଗ (୨୦୦୪)
- ଦୂର ପର୍ବତ (୨୦୦୪)
- ହସ ଖୁସି ମଉଜ (୨୦୦୫)
- ଗୁରୁଭକ୍ତି (୨୦୦୫)
- ସାବାସ୍ ଚଗଳୀ ସାବାସ୍ (୨୦୦୬)
- ପଡ଼ିଶା ଘର (୨୦୦୬)
- ବିଦ୍ଧିର ବଳ (୨୦୦୬)
- ଭଳି ଭଳିକା
- ମିତାଲିର ମିଆଁଉ (୨୦୦୭)
- ବିଲୁଆ ନନାର ମାଛଧରା (୨୦୦୭)
- ବୁଦ୍ଧି ଯାହାର ବଳ ତାହାର (୨୦୦୭)
- ବଗଲା ଏଥର ଚୁପଚାପ୍ (୨୦୦୭)
- ପିଲାଙ୍କ ଗଳ୍ପ (୨୦୦୭)
- ଗୁରୁପୂଜା (୨୦୦୭)
- ଅଲିଭା ଆଲୋକ (୨୦୦୭)
- ବଗ ବଗୁଲୀ[୪]
ଗୀତିକବିତା
[ସମ୍ପାଦନା]- ମନ ମଧୁମତୀ ୧୯୯୮
- ଭକ୍ତି ଭାରତୀ
- ପ୍ରୀତି ପ୍ରଗତି ୨୦୦୫
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର, ୨୦୧୫[୫]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧[୬]
- ପ୍ରଜାତନ୍ତ୍ର ପୁରସ୍କାର - ୧୯୬୧
- ନିଖିଳ ଉତ୍କଳ ପୁଲିସ ସାଂସ୍କୃତିକ ସମ୍ମିଳନୀ ପୁରସ୍କାର - ୧୯୬୨
- ନିଖିଳ ଉତ୍କଳ ଲେଖିକା ସମ୍ମିଳନୀ - ୧୯୬୨
- ଓଡ଼ିଶା ଶିଶୁ ସାହିତ୍ୟ ସମାଜ ପୁରସ୍କାର - ୧୯୬୫
- ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ପୁରସ୍କାର - ୧୯୯୩
- ଆକାଶବାଣୀ ହୀରକ ଜୟନ୍ତୀ ପୁରସ୍କାର - ୨୦୦୮
- ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ, ୨୦୦୭ (ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ଓଡ଼ିଶା ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ http://www.orissadiary.com/CurrentNews.asp?id=59867[permanent dead link]
- ↑ http://www.iamin.in/en/bhubaneswar/news/two-odia-litterateurs-get-kendra-sahitya-akademi-award-63299[permanent dead link]
- ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 24–. ISBN 978-81-8450-151-3.
- ↑ "ପିଲାଙ୍କ ମନ ବୁଝି ସେମାନଙ୍କ ପାଇଁ ଲେଖେ". ଧରିତ୍ରୀ ୨୫/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. 25 June 2015.
{{cite news}}
:|access-date=
requires|url=
(help) - ↑ "ଶିଶୁରେ ସାହିତ୍ୟ ଦେଖିଲି; ସାହିତ୍ୟକୁ ଶିଶୁ ମାନିନେଲି". ପ୍ରମେୟ ୨୫/୦୬/୨୦୧୫ ପୃଷ୍ଠା ୧୨. 25 June 2015. Archived from the original on 5 March 2016. Retrieved 25 June 2015.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 15 April 2017.