ବଟକୃଷ୍ଣ ସ୍ୱାଇଁ
ଦେଖଣା
ବଟକୃଷ୍ଣ ସ୍ୱାଇଁ | |
---|---|
ଜନ୍ମ | ସରତା (ପୁରୁଣା ହାଟ ଶାସନ), କିଶନ ନଗର କଟକ | ୧୦ ଅକ୍ଟୋବର ୧୯୪୨
ମୃତ୍ୟୁ | ୮ ମାର୍ଚ୍ଚ ୨୦୧୦ | (ବୟସ ୬୭)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ବଟକୃଷ୍ଣ ସ୍ୱାଇଁ (ଜନ୍ମ: ୧୦ ଅକ୍ଟୋବର ୧୯୪୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁସାହିତ୍ୟ କୃତି ଚୁନିଚୁନି ସୁନାଫୁଲ ପାଇଁ ୨୦୦୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ଜୀବନୀ
[ସମ୍ପାଦନା]ବଟକୃଷ୍ଣ ୧୯୪୨ ମସିହା ଅକ୍ଟୋବର ୧୦ ତାରିଖରେ ଓଡ଼ିଶାର କଟକ ସ୍ଥିତ ସରତା ଗାଁରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଶିକ୍ଷକ ବଟକୃଷ୍ଣ ସାତ ପାହାଚ ଓ ନୀଳଶୈଳ ପତ୍ରିକାର ଶିଶୁ ବିଭାଗର ସମ୍ପାଦନା କରୁଥିଲେ । ଆକାଶବାଣୀର ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ଓ ଦୂରଦର୍ଶନରେ ଅନେକବାର ଅଂଶ ଗ୍ରହଣ କରିଥିଲେ । ସେ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ପାଠ୍ୟପୁସ୍ତକ ପ୍ରଣୟନ କରିଥିଲେ । ଶିଶୁମାନଙ୍କ ପାଇଁ ସେ କବିତା, ଗଳ୍ପ, ନୀତିବାଣୀ, ପହଳି ଆଦି ରଚନା କରିଯାଇଛନ୍ତି । ଏହା ବ୍ୟତୀତ ସେ S.C.E.R.T.ରେ ସାହିତ୍ୟ ପୁସ୍ତକ ରଚନା କରିବାରେ ସହାୟତା ପ୍ରଦାନ କରିଥିଲେ ।
ରଚନାବଳୀ
[ସମ୍ପାଦନା]ଶିଶୁ ସାହିତ୍ୟ
[ସମ୍ପାଦନା]- ହସଝୁଲି
- ହାତୀ ନେ ଘୋଡ଼ା ନେ
- ଏକ ଗଛ ବାଇଶି ଡାଳ
- ଅଜାଙ୍କ ମଜା କାହାଣୀ
- ଅଗାବଗା
- ପଢ଼ୁଥା ହସି ହସି ଗଡ଼ୁଥା
- ଆସରେ ପିଲାଏ ଶୁଣିବ ଗପ
- ଆଈଙ୍କ କାହାଣୀ ପେଡ଼ି
- ଆମରି ଦିଅଁ କଳା ଠାକୁର
- ପିଲାଟିଏକୁ ଗଛଟିଏ
- ଘର ବୁଡ଼ି ପାଣି ଆଣ୍ଠୁଏ
- ବଣ ରାଇଜର କଥା
- ଅସଲି ମଜାଦାର
ପାଠ୍ୟ ପୁସ୍ତକ
[ସମ୍ପାଦନା]- ପିଲାଙ୍କ ଭାଷା ଓ ସାହିତ୍ୟ ୪ଖଣ୍ଡ
- ପିଲାଙ୍କ ବ୍ୟାକରଣ ଓ ରଚନା ପତ୍ରଲିଖନ
- ପିଲାଙ୍କ ଗପ ୩ଖଣ୍ଡ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଚୁନିଚୁନି ସୁନାଫୁଲ ପାଇଁ)
- ବିଷୁବ ମିଳନ ପୁରସ୍କାର
- ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀ ସମ୍ମାନ
- ବାଳକୃଷ୍ଣ ସ୍ମୃତି ସଂସଦ (ମାତୃଭୂମି) ପକ୍ଷରୁ ସମ୍ମାନୀତ
- ଉତ୍କଳୀୟ ଶିଶୁକଳା ଓ ସାହିତ୍ୟ ପରିଷଦ ସମ୍ମାନ