ନଦୀୟା ବିହାରୀ ମହାନ୍ତି

ଉଇକିପିଡ଼ିଆ ରୁ
Jump to navigation Jump to search
ନଦୀୟା ବିହାରୀ ମହାନ୍ତି
ଜାତୀୟତାଭାରତୀୟ
ବାପା ବୋଉଆର୍ତ୍ତବଲ୍ଲଭ ମହାନ୍ତି
ସମ୍ପର୍କୀୟବିଣାପାଣୀ ମହାନ୍ତି
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ନଦୀୟା ବିହାରୀ ମହାନ୍ତି, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ । ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ ସେ ୨୦୧୩ମସିହାରେ ଏହି ପୁରସ୍କାର ଲାଭ କରିଥିଲେ ।[୧] ସେ ଜଣେ ବେତାର କଳାକାର ଭାବରେ ମଧ୍ୟ ପରିଚିତ । ଆକାଶବାଣୀ କଟକର ଶିଶୁ ସଂସାର କାର୍ଯ୍ୟକ୍ରମର ବଡ଼ ଭାଇ ଭୂମିକାରେ ସେ ବହୁ ବର୍ଷ ଧରି ଅଭିନୟ କରିଛନ୍ତି ।[୨] ଅଭିନୟ ସହିତ ଶିଶୁ ସଂସାର, ଚକା ଚକା ଭଁଉରୀ, କିଶୋର ଚକ୍ର ଆଦି କାର୍ଯ୍ୟକ୍ରମ ସେ ବିଣାପାଣୀ ମହାନ୍ତିଙ୍କ ସହିତ ପ୍ରଯୋଜନା ମଧ୍ୟ କରୁଥିଲେ ।[୩]

ରଚନାବଳୀ[ସମ୍ପାଦନା]

  • ଗପୁଡ଼ି ଓ ପକୁଡ଼ି
  • ଖିରୀ ଖେଚୁଡ଼ି
  • ଆଖି - ୨୦୦୦ (ସଂସାର ପ୍ରେସ)
  • ଛୁଆଙ୍କ ନୂଆ ନାଟକ - ୨୦୦୦ (ଭାରତୀ ପ୍ରେସ)
  • ରାସ୍ତାରୋକା - ୨୦୦୧ (ସଂସ୍କାର ପ୍ରେସ)[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୯ (ଗପୁଡ଼ି ଓ ପକୁଡ଼ି)[୫]
  • ରାଜଧାନୀ ପୁସ୍ତକମେଳା ପୁରସ୍କାର - ୨୦୦୦[୬]
  • ଝୁମୁକା ସମ୍ମାନ - ୨୦୧୧[୭]

ଆଧାର[ସମ୍ପାଦନା]

  1. "BAL SAHITYA PURASKAR (2010-2019)". sahitya-akademi.gov.in. sahitya akademi. Retrieved 26 June 2019.
  2. "Sahitya Akademi awards for two Odia writers". odishasuntimes.com. Odisha Sun Times. Retrieved 26 June 2019.
  3. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  4. "National Library of India Online Cataloge". National Library of India. Retrieved 26 Jun 2019.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 26 June 2019.
  6. "LIST OF AWARDS". rajdhanibookfair.com. ରାଜଧାନୀ ପୁସ୍ତକମେଳା. Retrieved 26 June 2019.
  7. "Jhumuka celebrates silver jubilee - Magazine awards 25 writers of children's literature on the occasion". www.telegraphindia.com. The Telegraph. Retrieved 26 June 2019.