ରବୀନ୍ଦ୍ରନାଥ ମାଝୀ
ରବୀନ୍ଦ୍ରନାଥ ମାଝୀ (ଜନ୍ମ: ୨୨ ନଭେମ୍ବର ୧୯୫୨) ଜଣେ ଭାରତୀୟ ଓଡ଼ିଆ ଭାଷୀ ଶିଶୁ ସାହିତ୍ୟିକ ।[୧][୨] ସେ ୨୦୧୩ ମସିହାରେ ନୀଳ ଠେକୁଆ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟରେ ବିଜ୍ଞାନଭିତ୍ତିକ ଶିଶୁସାହିତ୍ୟ ପୁସ୍ତକ ପଢ଼ି ଶିଖ ଗଢ଼ି ଶିଖ[୩] ଓ ଗୀତରେ ଗୀତରେ ବିଜ୍ଞାନ (୨୦୧୬) ଏବଂ କୁନା ପାଇଁ କୁନୀ ପାଇଁ (୨୦୦୭)[୪] ଆଦି ଅନ୍ୟତମ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରବୀନ୍ଦ୍ରନାଥ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ବାରଙ୍ଗ ଅନ୍ତର୍ଗତ କେନ୍ଦୁପାଟଣା ତାଙ୍କର ପୌତୃକ ଗ୍ରାମ । ତାଙ୍କ ପିତାଙ୍କ ନାମ ବାଳକୃଷ୍ଣ ମାଝୀ । ଗାଁ ଚାଟଶାଳୀରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା । କଟକର ରାଣୀହାଟ ହାଇସ୍କୁଲରୁ ସେ ସ୍କୁଲ ଶିକ୍ଷା ହାସଲ କରିଥିଲେ । ୧୯୬୮ ମସିହାରେ ରାଣୀହାଟ ହାଇସ୍କୁଲରୁ ଉତ୍ତୀର୍ଣ୍ଣ ହେବାପରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୭୫ ମସିହାରେ ସେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରୀ ଆରମ୍ଭ କରିଥିଲେ । ପରେ ଓଡ଼ିଶା ରାଜ୍ୟ ଅର୍ଥନିଗମରେ ଚାକିରୀ କରି, ୨୦୧୦ ମସିହାରେ ଅବସର ଗ୍ରହଣ କରିଥିଲେ ।
ସାହିତ୍ୟ ସର୍ଜନା
[ସମ୍ପାଦନା]ପିଲାବେଳୁ ରବୀନ୍ଦ୍ରନାଥଙ୍କ ପିତା ତାଙ୍କପାଇଁ ଟୁଆଁଟୁଇଁ ଓ ଜହ୍ନମାମୁଁ ଆଦି ପତ୍ରିକା ଆଣିଦେଉଥିଲେ । ସେଗୁଡ଼ିକୁ ପଢ଼ି, ତାଙ୍କର ସାହିତ୍ୟପ୍ରତି ଆଗ୍ରହ ବଢ଼ିଥିଲା । ସ୍କୁଲ ପତ୍ରିକାରେ ଜ୍ୟୋତିରେ ତାଙ୍କ ଲିଖିତ ଏକ କବିତା ପ୍ରକାଶ ପାଇବା ତାଙ୍କପାଇଁ ଅନେକ ଖୁସି ଆଣି ଦେଇଥିଲା । ପରେ, ସେହି ପତ୍ରିକାର ସମ୍ପାଦନା ଦାୟିତ୍ୱ ସେ ନେଇଥିଲେ ।
ଶିଶୁଲେଖା ପତ୍ରିକା ନିମନ୍ତେ ସେ ନିୟମିତ ଭାବରେ ଲେଖୁଥିଲେ । ଏଥିନିମନ୍ତେ ପତ୍ରିକାରେ ସମ୍ପାଦକ ଅନନ୍ତ ପଟ୍ଟନାୟକ ତାଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ ଓ ତାଙ୍କୁ ଶିଶୁମାନଙ୍କ ନିମନ୍ତେ ବିଜ୍ଞାନ ଭିତ୍ତିକ ସାହିତ୍ୟ ଲେଖିବା ନିମନ୍ତେ ପ୍ରବର୍ତ୍ତାଇଥିଲେ ।
ରଚନାବଳୀ
[ସମ୍ପାଦନା]ପିଲାଙ୍କପାଇଁ ରବୀନ୍ଦ୍ରନାଥ ୭ଟି କବିତା, ୮ଟି ଗଳ୍ପ, ୩ଟି ଉପନ୍ୟାସ, ୫ଟି ଅନୁବାଦ ଓ ୧୫ଟି ବିଜ୍ଞାନ ଭିତ୍ତିକ ପୁସ୍ତକ ରଚନା କରିଛନ୍ତି ।
- ଗାଁ ସରଗ
- ପରିବେଶ କାହାଣୀ
- ଶିଶୁ ଉପନ୍ୟାସ କଥାବସ୍ତୁ
- ଅଳ୍ପ ଅଳ୍ପ ବିଜ୍ଞାନ ଗଳ୍ପ
- ପଢ଼ି ଶିଖ ଗଢ଼ି ଶିଖ
- କୁନା ପାଇଁ କୁନୀ ପାଇଁ (୨୦୦୭)
- ନୀଳ ଠେକୁଆ
- ଗୀତରେ ଗୀତରେ ବିଜ୍ଞାନ (୨୦୧୬)
- ଡାଇନୋସରର ଡାଏରୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Indian Books. Mukherji Book House. 1981. Retrieved 2026-04-01.
- ↑ Breakfast Odisha with Rabindranath Majhi, Children's Literature Writer, Prameya News7, 5 May 2022, retrieved 2024-01-03
- ↑ "Odia Book Padhi Sikha Gadhi Sikha" (in Indian English). 2022-12-05. Archived from the original on 2024-01-03. Retrieved 2024-01-03.
- ↑ Sisugoswami, Kabitanjali; Behera, Rudra Prasad; Nayak, Ganeswar. Odisha State Bibliography (PDF). Vol. 7. Bhubaneswar: Harekrushna Mahtab State Library. Retrieved 2024-01-03.
- ↑ "Odisha Sahitya Akademi felicitate the 24 litterateurs for the year 2013 and 2014". Odisha News Today (in Indian English). Archived from the original on 2024-01-03. Retrieved 2024-01-03.
- ↑ "24 Odia Litterateurs To Be Honoured With Sahitya Akademi Awards | Mycitylinks". mycitylinks.in. Retrieved 2024-01-03.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 2024-01-03.
- ↑ "State Sahitya Akademi awards for 24 litterateurs". The New Indian Express. Retrieved 2024-01-03.
- ↑ "24 Litterateurs To Get Odisha Sahitya Akademi Award". 24 Litterateurs To Get Odisha Sahitya Akademi Award (in ଇଂରାଜୀ). Odisha TV. Retrieved 2024-01-03.[permanent dead link]
- ↑ "Latest news from Odisha, India and world". Online Odia ePaper. 2026-03-29. Retrieved 2026-04-01.