ବୀରେନ୍ଦ୍ରନାଥ ମହାନ୍ତି
ବୀରେନ୍ଦ୍ରନାଥ ମହାନ୍ତି | |
---|---|
ଜନ୍ମ | ବିଚିତ୍ର ୮ ଅପ୍ରେଲ ୧୯୬୨ ଅଳଗୁମ, ସତ୍ୟବାଦୀ ଥାନା, ପୁରୀ ଜିଲ୍ଲା |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ବୃତ୍ତି | ଶିଶୁ ସାହିତ୍ୟିକ |
ଜୀବନସାଥୀ | ମିନତୀ ପଟ୍ଟନାୟକ |
ପିତାମାତା(s) | ଦାଶରଥୀ ମହାନ୍ତି, ତିଳୋତ୍ତମା |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୧୯୯୬ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର- ୨୦୧୮ |
ବୀରେନ୍ଦ୍ରନାଥ ମହାନ୍ତି (ଜନ୍ମ: ୮ ଅପ୍ରେଲ ୧୯୬୨) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ଶିଶୁ ସାହିତ୍ୟ ରଚନା ପାଇଁ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧][୨] ବୀରେନ୍ଦ୍ର ମହାନ୍ତି ୨୫ ଖଣ୍ଡ ପୁସ୍ତକ ରଚନା କରିବା ସହ ୬ ଖଣ୍ଡ ପୁସ୍ତକକୁ ଅନୁବାଦ କରିଛନ୍ତି ।[୩]
ଜନ୍ମ ଓ ଶିକ୍ଷା[ସମ୍ପାଦନା]
ବୀରେନ୍ଦ୍ରନାଥ ମହାନ୍ତି ୧୯୬୨ ମସିହାର ଅପ୍ରେଲ ମାସ ୮ ତାରିଖରେ ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତାଙ୍କ ନାମ ଥିଲା ଦାଶରଥୀ ମହାନ୍ତି ଓ ମାତାଙ୍କ ନାମ ତିଳୋତ୍ତମା । ସେମାନେ ଥିଲେ ୪ ଭାଇ ଓ ଜଣେ ଭଉଣୀ । ଗୋପବନ୍ଧୁ ଉଚ୍ଚ ମୌଳିକ ବିଦ୍ୟାଳୟରୁ ସେ ଶିକ୍ଷାରମ୍ଭ କରିଥିଲେ । ଜାଗେଶ୍ୱରୀ ବିଦ୍ୟାଳୟରୁ ସେ ମାଟ୍ରିକ ପାସ କରିଥିଲେ । ସ୍କୁଲ ସମୟରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ୧୯୮୦ ମସିହାରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ଏମଫିଲ ଶିକ୍ଷା ଶେଷ କରିଥିଲେ । ୧୯୮୭ ମସିହାରେ ବୀରେନ୍ଦ୍ରନାଥ ମିନତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।
ସାହିତ୍ୟ ସର୍ଜନା[ସମ୍ପାଦନା]
ସେ ବିଦ୍ୟାଳୟରେ ପଢିବାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ପୁସ୍ତକ ଥକୁଲୁ ଥୁକୁଲୁ ଥା ୧୯୯୫ ମସିହାରେ ପ୍ରକାଶିତ ହୋଇଥିଲା ।
ରଚନାବଳୀ[ସମ୍ପାଦନା]
- ଥକୁଲୁ ଥୁକୁଲୁ ଥା (୧୯୯୫)
- ରୁମ୍କୁ ଝୁମା (୨୦୧୮)
- ସଡ଼କରେ ସଡ଼କ
- ଶିଶୁ ହସିଲେ ଦୁନିଆ ହସେ (ଚୁନୀ ପ୍ରକାଶନୀ, ପୁରୀ)[୫]
- ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ
- କେଳୁ ଚରଣ ମହାପାତ୍ରଙ୍କ ଜୀବନୀ (ବଙ୍ଗଳାକୁ ଅନୁବାଦ)[୬]
- ମୋର ଯୋଡ଼ି ସିଲଟଖଡ଼ି
- ଆମେ ସଭିଏଁ ମଣିଷ ଜାତି
ପୁରସ୍କାର[ସମ୍ପାଦନା]
ବୀରେନ୍ଦ୍ରନାଥ ମହାନ୍ତି ୧୯୯୬ ମସିହାରେ ତାଙ୍କର ଶିଶୁ ସାହିତ୍ୟ ଥକୁଲୁ ଥୁକୁଲୁ ଥା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୭] ଏହାପରେ ସେ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୮] ଏହି ପୁରସ୍କାର ତାଙ୍କ ତାଙ୍କର ଶିଶୁ କବିତା ପୁସ୍ତକ ରୁମ୍କୁ ଝୁମା ପାଇଁ ପାଇଥିଲେ ।[୯][୧୦] ଏହି ପୁସ୍ତକରେ ତାଙ୍କ ରଚିତ ସମୁଦାୟ ୧୦୦ଟି କବିତା ପ୍ରକାଶ ପାଇଥିଲା ।[୧] ଏଥି ସହିତ ସେ ଜାତୀୟ ସାକ୍ଷରତା ମିଶନ ପୁରସ୍କାର, କାନପୁରସ୍ଥିତ ବାଳ କଲ୍ୟାଣ ସଂସ୍ଥାନ ପକ୍ଷରୁ ଜାତୀୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ତଥା ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।[୧୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "'ରୁମ୍କୁ ଝୁମା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିରେନ୍ଦ୍ର ମହାନ୍ତି". Odisha Reporter (in ଆମେରିକୀୟ ଇଂରାଜୀ). 2018-06-22. Archived from the original on 26 February 2019. Retrieved 2019-02-26.
- ↑ "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ ଏହି ପୁରସ୍କାର - Odisha Live". Dailyhunt (in ଇଂରାଜୀ). Retrieved 2019-02-26.
- ↑ Dharitri. "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Dharitri.com (in ଇଂରାଜୀ). Retrieved 2019-02-26.
- ↑ "ଲେଖିବାବେଳେ ଶିଶୁ ପାଲଟିଯାଏ". ଛୁଟିଦିନ (ଧରିତ୍ରୀ). ୧୯ ସେପ୍ଟେମ୍ବର ୨୦୨୧. p. ୬. Retrieved 19 September 2021.
{{cite web}}
: Check date values in:|date=
(help) - ↑ "VTLS Chameleon iPortal". opac.nationallibrary.gov.in. Retrieved 26 February 2019.
- ↑ Bureau, Samajalive. "ଦୁଇ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-26.
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-26.
- ↑ "Breakfast Odisha with Sisu Sahityika Birendra Nath Mohanty". Prameya News7 (in ଆମେରିକୀୟ ଇଂରାଜୀ). 2018-08-06. Retrieved 2019-02-26.
- ↑ "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in (in ଇଂରାଜୀ). Retrieved 2019-02-26.
- ↑ "ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବକବି ଜୟଦ୍ରଥ ସୁନା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର". Sambad (in ଆମେରିକୀୟ ଇଂରାଜୀ). 2018-06-22. Retrieved 2019-02-26.
- ↑ ନାୟକ, ହେମନ୍ତ (23 June 2018). "'ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର'-ବୀରେନ୍ଦ୍ର ମହାନ୍ତି". Dharitri.com (in Odia). Archived from the original on 26 February 2019. Retrieved 2019-02-26.
{{cite web}}
: CS1 maint: unrecognized language (link)