ରାଜକିଶୋର ପାଢ଼ୀ
ରାଜକିଶୋର ପାଢ଼ୀ | |
|---|---|
| ଜନ୍ମ | ୧୦ ମାର୍ଚ୍ଚ ୧୯୪୨ |
| ଜାତୀୟତା | ଭାରତୀୟ |
| ଶିକ୍ଷା | ସ୍ନାତକୋତ୍ତର, ପିଏଚ୍ ଡି |
| ବୃତ୍ତି | ଶିକ୍ଷକ |
| ଉଲ୍ଲେଖନୀୟ କୃତି | କଥା କଳସ, କେତେ ଫୁଲ ଫୁଟିଛି |
| ବୈବାହିକ-ସାଥୀ | ପ୍ରେମଲତା ପାଢ଼ୀ |
| ପିତାମାତା | ଗଙ୍ଗାଧର ପାଢୀ, ସୁଭଦ୍ରା ପାଢୀ |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୧ |
ରାଜକିଶୋର ପାଢ଼ୀ (ଜନ୍ମ: ୧୦ ମାର୍ଚ୍ଚ ୧୯୪୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ୨୦୧୧ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା କଥା କଳସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ[୧] ଓ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ । ୨୦୨୫ ମସିହାରେ ଶିଶୁ କବିତା ସଂକଳନ କେତେ ଫୁଲ ଫୁଟିଛି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାରପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବୃତ୍ତିରେ ଶିକ୍ଷକ ରାଜକିଶୋର ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର, ଶିକ୍ଷାରେ ସ୍ନାତକ, ଡିପ୍ ଇନ୍ ବେଙ୍ଗଲୀ ଏଣ୍ଡ ଇଂଲିଶ ଶିକ୍ଷା ପ୍ରାପ୍ତ[୨] । ସେ ଧର୍ମଶାଳା ଅଞ୍ଚଳରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର[୩] ପ୍ରତିଷ୍ଠାତା ଓ ସାହିତ୍ୟ ପତ୍ରିକା ଗୋକର୍ଣ୍ଣିକାର ପ୍ରଥମ ସମ୍ପାଦକ ଥିଲେ । ପରବର୍ତ୍ତୀ ସମୟରେ ସେ ସେଠାରେ ଧର୍ମଶାଳା ସାହିତ୍ୟ ସମାଜର ସହପ୍ରତିଷ୍ଠାତା ଓ ପ୍ରଥମ ସଭାପତି ହୋଇଥିଲେ । ସେ ଏହାର ମୁଖପତ୍ର ଗଙ୍ଗଶିଉଳିର ସମ୍ପାଦନା କରୁଥିଲେ ।[୪]
ରଚନାବଳୀ
[ସମ୍ପାଦନା]ସେ ଆଞ୍ଚଳିକ ତଥା ରାଜ୍ୟସ୍ତରୀୟ ପତ୍ରପତ୍ରିକା ନିମନ୍ତେ ଗଳ୍ପ ଓ କବିତା ତଥା ଶିଶୁସାହିତ୍ୟ ରଚନା କରନ୍ତି ।
ଶିଶୁ ସାହିତ୍ୟ
[ସମ୍ପାଦନା]
ପ୍ରବନ୍ଧ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
|
କବିତା[ସମ୍ପାଦନା]
ଅନ୍ୟାନ୍ୟ[ସମ୍ପାଦନା]
|
ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ (କଥା କଳସ ପାଇଁ)
- ବିଷୁବ ପୁରସ୍କାର
- ବାଲ୍ ସାହିତ୍ୟ ପୁରସ୍କାର: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୨୫ (କେତେ ଫୁଲ ଫୁଟିଛି)[୬][୭]
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award12.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୭). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୪୨୫.
- ↑ ଜେନା, ଡ ଜଗନ୍ନାଥ (୨୦୨୧). ଧର୍ମଶାଳାର ଐତିହ୍ୟ ଓ ସଂସ୍କୃତି ୨ୟ ଭାଗ. ଯାଜପୁର: ଧର୍ମଶାଳାର ସଂସ୍କୃତି ପରିଷଦ. pp. ୧୫୩-୧୫୪. ISBN 978-93-91084-04-2.
- ↑ https://dharitriepaper.in/edition/18974/chhutidina/page/6
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୩୫. ISBN 81-7400-331-2.
- ↑ https://samajaepaper.in/imageview_19_196202522113195_4_73_19-06-2025_4_i_1_sf.html
- ↑ https://samajaepaper.in/imageview_53_286202521308963_4_83_29-06-2025_5_i_1_sf.html