ହରିହର ଶୁକ୍ଳ
ଦେଖଣା
ହରିହର ଶୁକ୍ଳ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରମ୍ଭିଳା, ଭଦ୍ରକ | ୧୩ ଅପ୍ରେଲ ୧୯୬୧
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ମାଟି ମୁଲକରେ ସରଗଫୁଲ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୪) |
ହରିହର ଶୁକ୍ଳ (ଜନ୍ମ: ୧୩ ଅପ୍ରେଲ ୧୯୬୧) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁ କବିତା ପୁସ୍ତକ ମାଟି ମୁଲକରେ ସରଗଫୁଲ ନିମନ୍ତେ ୨୦୦୪ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ହରିହର ୧୯୬୧ ମସିହା ଅପ୍ରେଲ ମାସ ୧୩ ତାରିଖରେ ଭଦ୍ରକ ଜିଲ୍ଲାର ରମ୍ଭିଳା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଶିଶୁ ସାହିତ୍ୟିକ ଭାବେ ଜଣାଶୁଣା ।
ରଚନାବଳୀ
[ସମ୍ପାଦନା]ଶିଶୁ ସାହିତ୍ୟ
[ସମ୍ପାଦନା]- ହସି ହସାଇବା ଦୁନିଆ ଆସ (କବିତା ୧୯୯୩)
- ମାଟି ମୁଲକରେ ସରଗଫୁଲ (କବିତା, ୨୦୦୩)
- ଟୋବା ଟେକ୍ ସିଂହ (ଅନୁବାଦ, ୨୦୦୫)
- ରମଣ ଓ ରାଜା (୨୦୦୬)
- ଗପର ମହକ ଗୀତର ମହୁ (କବିତା)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପ୍ରବାସୀ ବନ୍ଧୁ ସମ୍ମାନ, କଲିକତା ୧୯୯୬
- ମୀନାବଜାର ଶିଶୁ ସାହିତ୍ୟ ସମ୍ମାନ, ୧୯୯୮
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୪ରେ ମାଟି ମୁଲକରେ ସରଗଫୁଲ ପାଇଁ
- ସଂସାର ସମ୍ମାନ, ୨୦୦୫
- ଝୁମୁକା ପୁରସ୍କାର, ୨୦୧୮