ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ
ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୩୨ |
ବୃତ୍ତି | ଶିଶୁସାହିତ୍ୟିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମଏ, ବିଏଡ଼, ପିଏଚଡ଼ି |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ( ବାଳ ସାହିତ୍ୟ ପୁରସ୍କାର ) - ୨୦୧୭ |
ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ (ଜନ୍ମ: ୧୯୩୨) ଜଣେ ଓଡ଼ିଆ ସାହିତ୍ୟିକ ।[୧] ସେ ମୁଖ୍ୟତଃ ଶିଶୁସାହିତ୍ୟ ଲେଖିଛନ୍ତି । ସେ ଅନେକ ଅଣ-ଓଡ଼ିଆ ପୁସ୍ତକକୁ ଓଡ଼ିଆରେ ଅନୁବାଦ ମଧ୍ୟ କରିଛନ୍ତି । ଶିଶୁ ସାହିତ୍ୟିକୁ ସାମଗ୍ରିକ ଅବଦାନ ପାଇଁ ତାଙ୍କୁ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯାଇଛି ।[୨] ଟିକିପରୀ ପୁସ୍ତକପାଇଁ ସେ ୨୦୧୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ । ୧୯୬୩ ମସିହା ଜାନୁଆରୀ ୭ ତାରିଖରେ ସେ ନିଜର ମୂଳ ନାମ ମୋହନ ମୁରାରୀ ବାରିକକୁ ପରିବର୍ତ୍ତନ କରି ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ରଖିଥିଲେ ।[୩]
ରଚନାବଳୀ[ସମ୍ପାଦନା]
ମୌଳିକ ରଚନା[ସମ୍ପାଦନା]
- ଶତାବ୍ଦୀ ପୁରୁଷ - ୧୯୯୧ (ଗୌରୀ ଶଙ୍କର ସ୍ମୃତି ସଂସଦ)
- ରୁସ୍ତମ କାହାଣୀ - ୧୯୮୦ (ଗ୍ରନ୍ଥମନ୍ଦିର, କଟକ)
- ସ୍ୱାଧିନତାର କାହାଣୀ - ୨୦୦୬ (ମନୋଜ ପ୍ରକାଶନ)
- ଦେଶବିଦେଶର ପିଲାଂକ କାହାଣୀ - ୧୯୯୬ (କୈଶରିକ, କଟକ)
- ଟିକିପରୀ
ଅନୁବାଦ[ସମ୍ପାଦନା]
- ଗାନ୍ଧୀ ଅନ୍ନଦା ଶଂକର ରାୟ - ୨୦୦୨ (ଗ୍ରନ୍ଥମନ୍ଦିର, କଟକ)
- କେନିଲୱର୍ଥ - ୧୯୭୪ (ଗ୍ରନ୍ଥମନ୍ଦିର, କଟକ)
- କ୍ରାଇମ ଏଣ୍ଡ ପନିଶମେଣ୍ଟ - ୧୯୯୬ (ବିଦ୍ୟାପୁରୀ, କଟକ)
- ଦ ହାଉଣ୍ଡ୍ ଅଫ୍ ଦ ବାସ୍କରଭିଲସ - ୨୦୦୪ (ବିଦ୍ୟାପୁରୀ, କଟକ)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (ବାଳ ସାହିତ୍ୟ ପୁରସ୍କାର) - ୨୦୧୭[୪]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) - ୨୦୧୦[୫]
ଆଧାର[ସମ୍ପାଦନା]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ି ଓ ଏକାଡ଼େମୀ ପୁରସ୍କାର ପ୍ରଦାନ ଉତ୍ସବ". www.odiasahitya.com. odiasahitya.com. Archived from the original on 2 July 2022. Retrieved 2 July 2022.
- ↑ "ଶୁଭେନ୍ଦୁ ଓ ସୂର୍ଯ୍ୟସ୍ନାତ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in. pratinidhi. Retrieved 22 February 2019.
- ↑ The Orissa Gazette (1963 ed.). ଓଡ଼ିଶା ସରକାର. Retrieved 2 July 2022.
- ↑ "BAL SAHITYA PURASKAR (2010-2021)". www.sahitya-akademi.gov.in. କେନ୍ଦ୍ର ସାହିତ୍ୟ ଏକାଡ଼େମୀ. Retrieved 2 July 2022.
- ↑ "ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 2 July 2022.