Jump to content

ଅନସୂୟା ମିଶ୍ର

ଉଇକିପିଡ଼ିଆ‌ରୁ
ଅନସୂୟା ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1962-06-07) ୭ ଜୁନ ୧୯୬୨ (ବୟସ ୬୨)
ପତ୍ରପୁର (ସୋରିଷଦା), କେନ୍ଦ୍ରାପଡ଼ା ଜିଲ୍ଲା
ବୃତ୍ତିଶିକ୍ଷୟିତ୍ରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିମହାପୁରୁଷଙ୍କ ପିଲାଦିନ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୨
ଜୀବନସାଥୀପ୍ରମୋଦ କୁମାର ମହାପାତ୍ର

ଅନସୂୟା ମିଶ୍ର (ଜନ୍ମ ୭ ଜୁନ ୧୯୬୨) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜ୍ଞାନ ଲେଖକ, ସାମ୍ବାଦିକ ଓ ସମ୍ପାଦକ । ସେ ୨୦୦୨ ମସିହାରେ ମହାପୁରୁଷଙ୍କ ପିଲାଦିନ ପୁସ୍ତକ ପାଇଁ ଶିଶୁ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଅନସୂୟା କେନ୍ଦ୍ରାପଡ଼ା ଜିଲ୍ଲାର ପତ୍ରପୁର (ସୋରିଷଦା) ଠାରେ ଜନ୍ମଗ୍ରହଣ କରିଥିଲେ । ବିଜ୍ଞାନ ଓ ଶିକ୍ଷାରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ଅନସୂୟା ୨୯ ବର୍ଷ ଧରି ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ । ବିଜ୍ଞାନଭିତ୍ତିକ ପ୍ରବନ୍ଧ, ଗଳ୍ପ ଓ କବିତା ଲେଖିକା ଭାବେ ଜଣାଶୁଣା ଅନସୂୟାଙ୍କ ବହୁ ଲେଖା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ସେ ପୁଣି ପ୍ରଥମ ବିଜ୍ଞାନ କ'ଣ, କାହିଁକି ଏନସାଇକ୍ଲୋପାଡ଼ିଆ ଜ୍ଞାନ ବିଜ୍ଞାନର ଯୁଗ୍ମ ଲେଖିକା । ଏହାର ୮ଟି ଭାଗ ପ୍ରକାଶିତ । ଆକାଶବାଣୀ କଟକ କେନ୍ଦ୍ରରେ ବଜ୍ଞାନ ଓ ଶିକ୍ଷା ସମ୍ପର୍କିତ ତାଙ୍କର ଅନେକ ବକ୍ତୃତା ପ୍ରଚାରିତ । ସେ ମାସିକ ବିଜ୍ଞାନ ପତ୍ରିକା ବିଜ୍ଞାନ ବାର୍ତ୍ତାର ସମ୍ପାଦନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ବାଚିତ ହୋଇ ରାଜ୍ୟର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ୨୦୧୦ରେ ଜାପାନ ଗସ୍ତ କରିଥିଲେ । ନିଜ କୃତି ଓ କୃତିତ୍ୱ ପାଇଁ ସେ ୩୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନରୁ ସମ୍ମାନୀତ ।[]

ରଚନାବଳୀ

[ସମ୍ପାଦନା]

ଓଡ଼ିଆ

[ସମ୍ପାଦନା]
  • ଜଗନ୍ନାଥ ତ୍ରାହିମାଂ
  • ଜୀବ ଜଗତର ବିସ୍ମୟ
  • ଉଦ୍ଭିଦ ଜଗତର ବିସ୍ମୟ
  • ମହାପୁରୁଷଙ୍କ ପିଲାଦିନ
  • ଦେଶ ବିଦେଶରେ କୁନିମୁନି
  • ଶୀଲା ଓ ଲୀଲା
  • ବିଜ୍ଞାନର ଅଜଣା କଥା
  • ଦେଶ ବିଦେଶ
  • ଆମ ପରିବେଶ ଆମ ଜୀବନ
  • ଅନସୂୟା ମିଶ୍ରଙ୍କ ଗଳ୍ପ
  • ପଚାଶଟି ବିଜ୍ଞାନ କବିତା
  • ବିଜ୍ଞାନ ବିସ୍ମୟ

ଇଂରାଜୀ

[ସମ୍ପାଦନା]
  • Moral Tales
  • Famous Indian Scientists

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ସାହସିକତା ପାଇଁ ନୀଳଶୈଳ ପୁରସ୍କାର
  • ଶ୍ରେଷ୍ଠ ଶିଶୁ ଲେଖିକା ଭାବେ କଣ୍ଢେଇ ପୁରସ୍କାର ୧୯୯୪[]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୨ ମହାପୁରୁଷଙ୍କ ପିଲାଦିନ ପାଇଁ
  • ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର, ୨୦୦୧[]
  • ପ୍ରକୃତି ବନ୍ଧୁ ସମ୍ମାନ
  • ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ୨୦୦୩ରେ ରାଜ୍ୟପାଳ ପୁରସ୍କାର
  • ଭୁବନେଶ୍ୱର ପୁସ୍ତକ ମେଳା ପୁରସ୍କାର
  1. http://odishasahityaakademi.org/English/sahitya-award9.php
  2. ମହାପାତ୍ର, ଗୋକୁଳାନନ୍ଦ (୧୯୯୭). ଓଡ଼ିଶାର ବିଜ୍ଞାନ ଲେଖକ. କଟକ: ବିଜ୍ଞାନ ପ୍ରଚାର ସମିତି. pp. ୧୬୩.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୧-୩୨. ISBN 81-903352-1-9.
  4. https://odishabigyanacademy.in/pranakrushna-parija-popular-science-award/

ଛାଞ୍ଚ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ ବିଭାଗରେ)