ସୁନାମଣି ରାଉତ
ଦେଖଣା
ସୁନାମଣି ରାଉତ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨ ଫେବୃଆରୀ ୧୯୫୮ କୁରୁଜଙ୍ଗା, ପୋ: ଫକୀରାବାଦ, କଟକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | କିଚିରି ମିଚିରି ଚିଁ |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୫) |
| ପିତାମାତା | ବାସୁଦେବ ରାଉତ, ବେଙ୍ଗଲତା ରାଉତ |
ସୁନାମଣି ରାଉତ (ଜନ୍ମ: ୨ ଫେବୃଆରୀ ୧୯୫୮) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁ କବିତା ପୁସ୍ତକ କିଚିରି ମିଚିରି ଚିଁ ନିମନ୍ତେ ୨୦୦୫ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧][୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସୁନାମଣି ୧୯୫୮୧ ମସିହା ଫେବୃଆରୀ ମାସ ୨ ତାରିଖରେ କଟକ ଜିଲ୍ଲାର କୁରୁଜଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ସୁନାମଣି ଅଧ୍ୟାପନା ବୃତ୍ତିରୁ ଅବସରପ୍ରାପ୍ତ । ଓଡ଼ିଶାର ବିଭିନ୍ନ ଶିଶୁ ସାହିତ୍ୟ ପତ୍ରିକାରେ ତାଙ୍କ ଲେଖାମାନ ପ୍ରକାଶିତ । ଜାତୀୟ ପୁସ୍ତକ ନ୍ୟାସ ଆୟୋଜିତ ଶିଶୁ ସାହିତ୍ୟ କର୍ମଶାଳାରେ ଯୋଗଦାନ କରିବା ସହିତ ଉକ୍ତ ସଂସ୍ଥା ସହ ଅନୁବନ୍ଧିତ ହୋଇ କେତେକ ପୁସ୍ତକର ଅନୁବାଦ ମଧ୍ୟ କରିଛନ୍ତି । [୩][୪][୫] ସେ ପ୍ରାୟ ୧୮ଖଣ୍ଡ ପତ୍ରପତ୍ରିକା ସଂପାଦନା କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଶିଶୁ ସାହିତ୍ୟ
[ସମ୍ପାଦନା]- କିଚିରି ମିଚିରି ଚିଁ
- କକମୀନା ୧୯୮୮
- କୁନିମୁନି
- ଫୁଲଚୁଇଁର ଗୀତ
- ସୁନାକଳସ
- ହେବୁ ଜଗତଜିତା
- ହସି ହସାଇବା ଆସ
- ଏମିତି ଦୁନିଆ ଗଢ଼ିଛି କିଏ[୬]
- ସରସ ଗୀତ
- ଆମେ ପିଲାଏ ମାଣିକ ମଣି
- କହିଲ ଦେଖି
- ଏକତା ହିଁ ବଳ
- ବୁଝି ବିଚାରି କାମ କର
- ଗଛ ଆମରି ସାଙ୍ଗ
- ଅଜା ଆଈଙ୍କମଜା କଥା
- ବବୁନି ପଢୁଛି ପାଠ
- ହସ ଖୁସିର ଗୀତ
ଅନୁବାଦ ଶିଶୁସାହିତ୍ୟ
[ସମ୍ପାଦନା]- ରେଳବାଇ ପିଲାମାନେ ୨୦୨୨
- ବଂଶୀର ସ୍ୱର ୨୦୨୦ (ମୂଳ: ମୀନାକ୍ଷୀ ସ୍ବାମୀ)
- ଟମ୍ ଏବଂ ଦୁଷ୍ଟ କାଉ ୨୦୨୧ (ମୂଳ: ତନୁଜା ଭୌମିକ ଏଣ୍ଡୋ)
- ପ୍ରଜାପତିର ପିଲାଦିନ ୨୦୧୦ (ଯୁଧାଜିତ ସେନଗୁପ୍ତ)
ଆଲୋଚନା
[ସମ୍ପାଦନା]- ସୃଷ୍ଟି ଓ ସ୍ରଷ୍ଟା[୭]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶିଶୁ ସାହିତ୍ୟ ସମ୍ମେଳନ ତରଫରୁ ପୁରସ୍କୃତ
- ପ୍ରଜାତନ୍ତ୍ର ବିଷୁବ ମିଳନରେ ପୁରସ୍କୃତ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫ରେ କିଚିରି ମିଚିରି ଚିଁ ପାଇଁ
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award10.php
- ↑ https://dharitriepaper.in/edition/21296/chhutidina/page/10
- ↑ chrome-extension://efaidnbmnnnibpcajpcglclefindmkaj/https://www.nbtindia.gov.in/writereaddata/attachment/monday-march-05-20183-15-25-pmmay-2017.pdf
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୩୨.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୩୩. ISBN 81-7400-331-2.
- ↑ chrome-extension://efaidnbmnnnibpcajpcglclefindmkaj/https://bodopedia.com/wp-content/uploads/2023/06/Press-release-Bal-Sahitya-Puraskar-2023.pdf
- ↑ https://samajaepaper.in/imageview_127_2762026215014919_4_83_28-06-2026_5_i_1_sf.html